ETV Bharat / sukhibhava

Corn Starch Tea: ପିଅନ୍ତୁ କର୍ଣ୍ଣଷ୍କ୍ରାଚ ଚା', ସୁସ୍ଥ ରହିବ ଶରୀର

ମକା ବା କର୍ଣ୍ଣଷ୍କ୍ରାଚ ଚା ପିଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ଉପକାରୀ ଫାଇଦା ମିଳିଥାଏ । ଏହି ରୋଗରୁ ମୁକ୍ତି ମିଳିଥାଏ । ଅଧିକ ପଢନ୍ତୁ

Corn Starch Tea
Corn Starch Tea
author img

By

Published : Aug 16, 2023, 12:21 PM IST

ହାଇଦ୍ରାବାଦ: ମକା ଖାଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରିଥାଆନ୍ତି । ଏହା କେବଳ ପାଟିକୁ ସୁଆଦିଆ ନୁହେଁ ବରଂ ସ୍ବାସ୍ଥ୍ୟ ଉପକାରୀ ମଧ୍ୟ । ବର୍ଷା,ଶୀତ ଋତୁରେ ଏହା ଅଧିକ ମାତ୍ରାରେ ଚାଷ ହେଉଥିବା କାରଣରୁ ଏହି ଋତୁରେ ମକା ବେଶୀ ଦେଖିବାକୁ ମିଳିଥାଏ । କିଏ ମକାକୁ ସିଝାଇ ଖାଏ ତ ଆଉ କିଏ ପୋଡିକି ଖାଇଥାଏ । ଅନ୍ୟପଟେ ଚା' ସହିତ ମକା ଖାଇବାର ମଜା ନିଆରା । ଏକାଠି ଖାଇବା ଦ୍ବାରା ସ୍ବାସ୍ଥ୍ୟକୁ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଲାଭ ମିଳିଥାଏ । ମକାରେ କ୍ୟାଲସିୟମ, ଭିଟାମିନ୍ B2, C ଏବଂ କ୍ୟାଲୋରୀ ଭରପୂର ମାତ୍ରାରେ ରହିଛି । ତେବେ ଚା' ସହିତ କର୍ଣ୍ଣ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ ।

କିଡନୀ: ଶରୀରର ରକ୍ତ ସଫା କରିବା ସହିତ ଶରୀରର ବର୍ଜ୍ୟ ସଫା କରି ବାହାର କରିବା କିଡନୀର କାର୍ଯ୍ୟ ହୋଇଥାଏ । ମକା କିଡନୀ ପାଇଁ ଏକ ରାମବାଣ ଭଳି କାମ କରିଥାଏ । ଏହା କିଡନୀରୁ କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରିବା ସହିତ ଷ୍ଟୋନରୁ ରକ୍ଷା କରିଥାଏ । କର୍ଣ୍ଣଷ୍କ୍ରାଚରୁ ପ୍ରସ୍ତୁତ ଚା' ପିଇବା ଦ୍ବାରା କିଡନୀରେ ଷ୍ଟୋନ ହେବାର ସମ୍ଭାବନା କମ ହୋଇଥାଏ ।

ୟୁରିନ ଇନଫେକ୍ସନ: ମକାରେ ଏବଂ କର୍ଣ୍ଣଷ୍କ୍ରାଚରୁ ପ୍ରସ୍ତୁତ ଚା'ରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ । ଏହା ମୂତ୍ରାଶୟରେ ପ୍ରଦାହକୁ ହ୍ରାସ କରିଥାଏ । ଏହାସହିତ ପରିସ୍ରାରେ ଥିବା ଜୀବାଣୁକୁ ମଧ୍ୟ ନଷ୍ଟ କରିଥାଏ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ପ୍ରୋଷ୍ଟେଟ ଗ୍ରନ୍ଥିକୁ ସୁସ୍ଥ ରଖେ । ଏଥିରେ ଆଣ୍ଟିବାୟୋଟିକ ଗୁଣ ରହିଛି ଯାହା ଦ୍ବାରା ସଂକ୍ରମଣ ସମସ୍ୟା ଦୂର ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: Ginger Tea Benefit: ବର୍ଷା ଋତୁରେ ରୋଗରୁ ବର୍ତ୍ତିବାକୁ ଚାହୁଁଥିଲେ ପିଅନ୍ତୁ ଅଦା ଚା'

ରକ୍ତଶର୍କରା: ମକାରେ ଫାଇବର, ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ମାତ୍ରାରେ ରହିଥିବାରୁ ଏହା ରକ୍ତରେ ଶର୍କରା ସ୍ତର ବୃଦ୍ଧି କରିବାରେ ସକ୍ଷମ ହୁଏ ନାହିଁ । ରକ୍ତରେ ଶର୍କରା ସ୍ତରକୁ ଠିକ ରଖିଥାଏ । ଏହା ଇନସୁଲିନ୍ ହରମୋନକୁ ନିୟନ୍ତ୍ରଣ କରିଥାଏ ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ମଧୁମେହ ରୋଗୀମାନେ ଯଦି ଏହି ଚା ପିଇଥା’ନ୍ତି ତେବେ ସେମାନଙ୍କର ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ ।

ଓଜନ ନିୟନ୍ତ୍ରଣ: ମକାରେ ଅଧିକ ପରିମାଣରେ ଫାଇବର ରହିଥାଏ । ଯାହାକି ହଜମ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ। ଏହା ବ୍ୟାଡ ଫ୍ୟାଟକୁ ହ୍ରାସ କରିବା ସହିତ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ସହ ଶରୀରରେ ପ୍ରବେଶ କରୁଥିବା ଜୀବାଣୁକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.