ETV Bharat / sukhibhava

Summer Skin Tips: ଗ୍ରୀଷ୍ମରେ ଚର୍ମ ସମସ୍ୟା, ଆପଣାନ୍ତୁ ଏହିସବୁ ଉପଚାର - କିପରି ଦୂର ହେବ ଚର୍ମ ସମସ୍ୟା

ପ୍ରତ୍ୟେକ ବ୍ୟକ୍ତି ଚର୍ମ ସଂକ୍ରାନ୍ତୀୟ ସମସ୍ୟାକୁ ନେଇ ଚିନ୍ତିତ ଥାଆନ୍ତି । ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଥିବାରୁ ଏହି ସମସ୍ୟା ଅଧିକ ସୃଷ୍ଟି ହୋଇଛି । ତେବେ ଜାଣନ୍ତୁ ଚର୍ମକୁ ସୁସ୍ଥ ରଖିବା ପାଇଁ କି କି ପରାମର୍ଶ ଦେଉଛନ୍ତି ଡାକ୍ତର ।

ଏହିସବି ସରଳ ଉପଚାର ଦ୍ବାରା ଦୂର କରନ୍ତୁ ଚର୍ମ ସମସ୍ୟା

author img

By

Published : May 7, 2022, 4:46 PM IST

ହାଇଦ୍ରାବାଦ: ଗ୍ରୀଷ୍ମଋତୁରେ ଚର୍ମ ସମସ୍ୟା ଅନେକଙ୍କୁ ଚିନ୍ତାରେ ପକାଇଥାଏ । ଏହି ଋତୁରେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଅଧିକ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି ଡାକ୍ତର । ଶରୀରରେ ଜଳୀୟ ଅଂଶ ବୃଦ୍ଧି କ୍ଷେତ୍ରରେ ଧ୍ୟାନ ଦେବାକୁ ମଧ୍ୟ କହିଥାନ୍ତି । ଏଥିସହ ନଡିଆ ପାଣି, ଆଖୁ ରସ ଏବଂ ଅନ୍ୟ ତରଳ ପଦାର୍ଥ, କାକୁଡି ଭଳି ଜଳୀୟ ଅଂଶ ଥିବା ଖାଦ୍ୟ ପଦାର୍ଥ ଅଧିକ ସେବନ ଦ୍ବାରା ଚର୍ମ ସମସ୍ୟା ଠୁ ଦୂରେଇ ପାରିବେ । ସ୍କିନ୍ କେୟାର ବ୍ରାଣ୍ଡର CEO ବୈଶାଳୀ ଶାରଦା ପାରାବିନ, ସୁଗନ୍ଧ ଏବଂ ସଲଫେଟ୍ ମୁକ୍ତ ଦ୍ରବ୍ୟ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ବୈଶାଳୀ ଶାରଦାଙ୍କ ସରଳ 4ଟି ଚିକିତ୍ସା ପଦ୍ଧତି ନିମ୍ନରେ ବର୍ଣ୍ଣନା କରାଯାଇଛି ।

1. ଗ୍ରୀଷ୍ମ ପ୍ରବାହ ଦ୍ବାରା ଚର୍ମ କୁଞ୍ଚିତ ହୋଇଯାଇଥାଏ । ଏହାର ଚିକିତ୍ସା ପାଇଁ, ଆଲୋଭେରା, ମିଣ୍ଟ, ମାରିଗୋଲ୍ଡ, ଗୋଲାପ ଜଳ, ଦହି ଏବଂ ଚନ୍ଦନ ଭଳି ପ୍ରାକୃତିକ ଦ୍ରବ୍ୟ ବ୍ୟବହାର କରିବା ଉଚିତ୍ । ଏହି ଉପାଦାନଗୁଡିକ ପ୍ରୟୋଗ କରିବା ଦ୍ବାରା ଚର୍ମକୁ ଆଶ୍ବସ୍ତି ମିଳିଥାଏ ଏବଂ ଭିତରରୁ ଚର୍ମକୁ ସତେଜ କରିଥାଏ । ମୁହଁରେ ଦହି ଲଗାଇବା ଦ୍ବାରା ଏକ୍ସଫୋଲିଏଟର ଭାବରେ କାମ କରେ ଏବଂ ମୃତ କୋଷଗୁଡ଼ିକୁ ସଫା କରେ ।

2. ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଥିବାରୁ ଅନେକ ବ୍ୟବହାରିକ ସାମଗ୍ରୀ ଆପଣ ଘରେ ପାଇପାରିବେ । ଆଳୁକୁ ପେଷ୍ଟ କରି ଚର୍ମ କୁଞ୍ଚିତ ହୋଇଥିବା ସ୍ଥାନରେ ଲଗାଇପାରିବେ । ଏଥିସହ ଚର୍ମକୁ ନରମ କରିବା ପାଇଁ ଚାହୁଁଥିଲେ ଆଳୁ ପେଷ୍ଟରେ ଟମାଟୋ ମଧ୍ୟ ଗ୍ରାଇଣ୍ଡିଂ କରି ଲଗାଇପାରିବେ ।

3. ଗ୍ରୀଷ୍ମଋତୁରେ ଗୋଟିଏ ଦିନରେ ତ୍ବଚାକୁ ମଶ୍ଚରାଇଜର ଏବଂ ସଫା କରିବା ପାଇଁ ସୁଯୋଗ ମିଳିଥାଏ । ଦିନ ବେଳା ଆପଣ ହାଲୁକା ଏବଂ ରାତି ସମୟରେ କିଛି ଭାରି ମଶ୍ଚରାଇଜର ବ୍ୟବହାର କରିପାରିବେ । ଚର୍ମକୁ ସବୁ ପ୍ରକାର କ୍ଷତିକାରକ ରଶ୍ମିରୁ ରକ୍ଷା କରିବା ପାଇଁ ଘର ଭିତରେ ଥିଲେ ମଧ୍ୟ ଫୋନ୍ କିମ୍ବା ଲାପଟପରୁ ବିକିରିତ ହେଉଥିବା ରଶ୍ମିରୁ ରକ୍ଷା ପାଇବା ପାଇଁ ସନ୍‌ସ୍କ୍ରିନ ଲଗାନ୍ତୁ ।

4. ଆପଣଙ୍କ ତ୍ୱଚାକୁ ସୁହାଇବା ଭଳି ଉତ୍ପାଦଗୁଡିକ ବ୍ୟବହାର କରନ୍ତୁ, ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ତେଲିଆ ଚର୍ମ ତେବେ କ୍ଲିନଜର୍ ବ୍ୟବହାର କରନ୍ତୁ । ସଠିକ୍ ଉତ୍ପାଦ ଏବଂ ଚର୍ମୋପଯୋଗୀ ପ୍ରଡକ୍ଟ ବ୍ୟବହାର କରିବା ଦ୍ବାରା ସମସ୍ତ ଚର୍ମଗତ ସମସ୍ୟା ଦୂର ହୋଇଥାଏ । ଗରମ ଦିନରେ କ୍ରିମ୍ ଆଧାରିତ ଉତ୍ପାଦ ବ୍ୟବହାର ପରିବର୍ତ୍ତେ ଜେଲ୍ ଆଧାରିତ ଉତ୍ପାଦ ବ୍ୟବହାର କରିପାରିବେ ।

ସେହିପରି ଡାକ୍ତର ଶୈଲଜା ସୁରପାନେନି ମଧ୍ୟ ଚର୍ମ ସୁରକ୍ଷା ପାଇଁ କେତେକ ଘରୋଇ ଚିକିତ୍ସା ପରାମର୍ଶ ଦେଇଛନ୍ତି ।

ଚର୍ମ କୁଣ୍ଡିଆର ନିରାକରଣ:-

  • ଚର୍ମ କୁଣ୍ଡିଆ ସ୍ଥାନରେ ଦିନକୁ 2-3 ଥର କାଲାମାଇନ ଲୋସନ ଲଗାନ୍ତୁ
  • ଥଣ୍ଡାପାଣିରେ କୁଣ୍ଡିଆ ସ୍ଥାନକୁ ଧୋଇ ସେଥିରେ ମଧ୍ୟ ଲଗାଇପାରିବେ
  • ଆଲୋବେରା ଜେଲ୍ ମଧ୍ୟ ଉପକାରୀ
  • ଚର୍ମକୁଣ୍ଡିଆରୁ ରକ୍ଷା ପାଇବା ପାଇଁ ପ୍ରିକଲି ହିଟ ପାଉଡର ଉପକାରୀ ହୋଇଥାଏ
  • ଯଦି ଏସବୁ ଘରୋଇ ଉପକରଣ ବ୍ୟବହାର ସତ୍ତ୍ବେ ଆପଣଙ୍କ ଚର୍ମ ସମସ୍ୟା ଦୂରୀଭୂତ ହେଉନାହିଁ, ତେବେ ନିଶ୍ଚିତ ରୂପେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

ଫଙ୍ଗଲ ଇନଫେକ୍ସନ ଏବଂ ବ୍ରଣ ସମସ୍ୟା

ଗରମ ଦିନରେ ଅଧିକ ଝାଳ ନିର୍ଗତ ହୋଇ, ଅଧିକ କୁଣ୍ଡେଇ ହୋଇଥାଏ । ଯାହାଦ୍ବାରା ଫଙ୍ଗଲ ଇନଫେକ୍ସନ ସୃଷ୍ଟି ହୋଇଥାଏ ।

  • ତେଣୁ କାର୍ଯ୍ୟରୁ ଆସିବା ପରେ ନିଶ୍ଚିତ ରୂପେ ଗାଧାନ୍ତୁ
  • ଗ୍ରୀଷ୍ମଋତୁରେ ଦିନକୁ ଦୁଇଥର ମଧ୍ୟ ଗାଧୋଇପାରିବେ
  • ଗାଧୋଇ ସାରିବା ପରେ ତ୍ବଚାକୁ ତୁରନ୍ତ ଶୁଖାନ୍ତୁ ଏବଂ ପାଉଡର ବ୍ୟବହାର କରନ୍ତୁ
  • ହାଲୁକା କିମ୍ବା ସୂତା ଲୁଗା ପରିଧାନ କରନ୍ତୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.