ETV Bharat / sukhibhava

Pimple And Acne: ବ୍ରଣ ସମସ୍ୟା ଅଛି କି ? ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ

author img

By ETV Bharat Odisha Team

Published : Aug 27, 2023, 2:13 PM IST

ପିମ୍ପଲ ବା ବ୍ରଣରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ରେସିପି ଚେଷ୍ଟା କରୁଛନ୍ତି, ତଥାପି ଏହି ସମସ୍ୟାକୁ ବାରମ୍ବାର ହେଉଛି । ତେବେ ଏହାର କାରଣ ଖରାପ ଖାଦ୍ୟ ଖାଇବା ହୋଇପାରେ । ଏଣୁ କିଛି ଖାଦ୍ୟ ଠାରୁ ଦୂରେଇ ରହିବା ନିତାନ୍ତ ଜରୁରୀ ଅଟେ । କେଉଁ ଖାଦ୍ୟ ଠାରୁ ଦୂରେଇ ରହିବେ, ଜାଣନ୍ତୁ

ବ୍ରଣ ସମସ୍ୟାକୁ ଦୂର କରିବାକୁ ହେଲେ ଖାଅନ୍ତୁନି ଏହି ଖାଦ୍ୟ

ହାଇଦ୍ରାବାଦ: ଖାଦ୍ୟଠାରୁ ଆରମ୍ଭ କରି ହରମୋନାଲ ପରିବର୍ତ୍ତନ ପର୍ଯ୍ୟନ୍ତ କିମ୍ବା ଚର୍ମର ଯତ୍ନ ନ ଭଳି କାରଣରୁ ମୁହଁରେ ବ୍ରଣ ବା ପିମ୍ପଲ୍ ହୋଇଥାଏ । ସେ ପୁଅ କିମ୍ବା ଝିଅ ହୁଅନ୍ତୁ, ମୁହଁରେ ବ୍ରଣ ହେଲେ ଏହା ଚେହେରାର ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ । ଯାହା ଫଳରେ ସମସ୍ତେ ଏନେଇ ଚିନ୍ତିତ ହୁଅନ୍ତି । ବ୍ରଣରୁ ମୁକ୍ତି ପାଇବା ପାଇଁ ଲୋକମାନେ ଚିକିତ୍ସା ଠାରୁ ଆରମ୍ଭ କରି ଅନେକ ଘରୋଇ ଉପଚାର ଆପଣାଇଥାନ୍ତି। ହେଲେ ଏଥିରୁ କୌଣସି ସ୍ଥାୟୀ ସମାଧାନ ମିଳିପାରେ ନାହିଁ । ତେବେ ଏହା ପଛରେ ଖରାପ ଖାଦ୍ୟର ମଧ୍ୟ କାରଣ ଥାଇପାରେ । ପିମ୍ପଲ ବା ବ୍ରଣରୁ ଦୂରେଇ ରହିବାକୁ ହେଲେ କିଛି ଖାଦ୍ୟଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍ ।

ଚିକିତ୍ସା କିମ୍ବା ଘରୋଇ ଉପଚାର ବ୍ରଣରୁ ମୁକ୍ତି ଦେଇପାରେ, କିନ୍ତୁ କିଛି ଦିନ ପରେ ଏହି ସମସ୍ୟା ପୁଣି ଦେଖାଯାଏ । ପିମ୍ପଲରେ ପରିପୂର୍ଣ୍ଣ ଚେହେରା କେହି ପସନ୍ଦ କରନ୍ତି ନାହିଁ, କିନ୍ତୁ ସମସ୍ତ ପ୍ରତିକାର ଚେଷ୍ଟା କରିବା ପରେ ମଧ୍ୟ କୌଣସି ବିଶେଷ ଲାଭ ହୁଏ ନାହିଁ। ତେବେ ଏପରି ପରିସ୍ଥିତିରେ ଖରାପ ଖାଦ୍ୟକୁ ଏହାର କାରଣ କୁହାଯାଉଥିବା ବେଳେ ଡାଏଟ୍ ପ୍ରତି ଧ୍ୟାନ ଦେବା ଆବଶ୍ୟକ। କିଛି ଖାଦ୍ୟ ଅଛି ଯାହା ଠାରୁ ଦୂରେଇ ରହିବା ଉଚିତ୍। ଏହା କେବଳ ଯେ ତ୍ୱଚା ପାଇଁ ଭଲ ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କେଉଁ ଖାଦ୍ୟ ଠାରୁ ଦୂରେଇ ରହିବେ, ଜାଣନ୍ତୁ

ଜଙ୍କ ଫୁଡ୍ ଏବଂ ଫ୍ରାଏଡ୍ ଫୁଡ୍

ଆଜିକାଲି, ଯୁବପିଢି ପ୍ରତିଦିନ ଚାଇନିଜ ଫାଷ୍ଟଫୁଡ ଖାଇବାକୁ ବେଶ ଭଲପାଆନ୍ତି । ଫାଷ୍ଟଫୁଡ୍ ଏବଂ ଫ୍ରାଏଡ୍ ଖାଦ୍ୟ ଅସ୍ୱାସ୍ଥ୍ୟକର ଚର୍ବି ଏବଂ ଅତ୍ୟଧିକ କ୍ୟାଲୋରୀର ଉତ୍ସ ହୋଇଥାଏ । ଏଥି ସହ ଏଥିରେ ଅଧିକା ଲୁଣ ରହିଥାଏ । ଯାହା ଚର୍ମରେ ବ୍ରଣ ସମସ୍ୟା ସୃଷ୍ଟି କରେ। ଏଣୁ ପିମ୍ପଲ୍ ଏବଂ ବ୍ରଣରୁ ଦୂରେଇ ରହିବାକୁ ହେଲେ ଏହି ଭଳି ଫାଷ୍ଟଫୁଡ୍ ଏବଂ ଫ୍ରାଏଡ୍ ଫୁଡ୍ ଠାରୁ ଦୂରେଇ ରୁହନ୍ତୁ ।

ମଇଦା

ଯଦି ଆପଣ ପିମ୍ପଲ୍ ଠାରୁ ଦୂରେଇ ରହିବାକୁ ଚାହାଁନ୍ତି ଏବଂ ପରିଷ୍କାର ଏବଂ ସ୍ୱଚ୍ଛ ଚର୍ମ ଚାହୁଁଛନ୍ତି, ତେବେ ମଇଦାରେ ତିଆରି ଜିନିଷ ଠାରୁ ଦୂରେଇ ରୁହନ୍ତୁ । ଯେପରିକି ମଇଦା ରୁଟି, ପାସ୍ତା, ମଇଦାରେ ତିଆରି ମେୟୋନିଜ୍ । ଏହା ଚର୍ମ ସହ ଜଡିତ ସମସ୍ୟାକୁ ବଢାଇଥାଏ।

ଚିନିରେ ତିଆରି ଖାଦ୍ୟ

ଅଧିକ ଚିନି ଖାଇବା ମଧ୍ୟ ତ୍ୱଚା ପାଇଁ ଭଲ ବିବେଚନା କରାଯାଏ ନାହିଁ । ସେଥିପାଇଁ କୋଲା, ଡୋନଟ୍ସ, ଚକୋଲେଟ୍, କୁକିଜ୍ ଭଳି ଜିନିଷରୁ ଦୂରେଇ ରହିବା ଦରକାର । ଏହା ମଧ୍ୟ ପିମ୍ପଲର କାରଣ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ଏହି ଉପାୟ ଆପଣାଇଲେ ଦୂର ହେବ ବ୍ରଣ ସମସ୍ୟା

ଆଲର୍ଜି ଫୁଡ୍ସ

ଯଦି ଆପଣଙ୍କୁ କୌଣସି ପ୍ରକାରର ଖାଦ୍ୟ ପାଇଁ ଆଲର୍ଜି ହୋଇଥାଏ ତେବେ ଏହାଠାରୁ ଦୂରେଇ ରୁହନ୍ତୁ । ଏପରି ଖାଦ୍ୟ ଖାଇବା ଯୋଗୁଁ, ଏହାର ଖରାପ ପ୍ରଭାବ ସିଧାସଳଖ ଆପଣଙ୍କ ଚର୍ମ ଉପରେ ଦେଖାଯିବା ଆରମ୍ଭ କରେ। ଏହି କାରଣରୁ ପିମ୍ପଲ୍, ବ୍ରଣ ଭଳି ଦାଗ ସମସ୍ୟା ହୋଇପାରେ।

(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.