କ୍ୟାନସର ହେଉଛି ଆଧୁନିକ ଯୁଗର ମାରାତ୍ମକ ରୋଗ ମଧ୍ୟରୁ ଗୋଟିଏ । ବିଶ୍ବରେ କ୍ୟାନସର ୨୫ ପ୍ରତିଶତ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥାଏ ବୋଲି କହନ୍ତି ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ପି.ଭି ରଙ୍ଗାନାୟକଲୁ । କ୍ୟାନସର ରୋଗର ଚିକିତ୍ସା ପାଇଁ ମେଡିସିନ ଓ ଟେକ୍ନୋଲୋଜି କ୍ଷେତ୍ରରେ ଗତ କିଛିବର୍ଷ ଧରି ଅଗ୍ରଗତି ହୋଇଥିଲେ ମଧ୍ୟଡାକ୍ତର ଓ ରୋଗୀ ବିକଳ୍ପ ଥେରାପି ଉପରେ ଗୁରୁତ୍ବରୋପ କରୁଛନ୍ତି ।
ବିଶେଷ କରି କ୍ୟାନସରର ଆୟୁର୍ବେଦୀୟ ଚିକିତ୍ସା ଉପରେ ଗୁରୁତ୍ବରୋପ କରାଯାଉଛି । ଆୟୁର୍ବେଦ କିପରି କ୍ୟାନସର ଚିକିତ୍ସାରେ ସହାୟକ ହୋଇପାରିବ, ସେ ସଂପର୍କରେ ଆସନ୍ତୁ ଆଲୋଚନା କରିବା । ଡକ୍ଟର ରଙ୍ଗାନାୟକଲୁ କହନ୍ତି ଯେ, ବିଶ୍ବବ୍ୟାପୀ ୩ ହଜାରର ଚେରମୂଳି ରହିଛି,ଯେଉଁଥରେ କି କ୍ୟାନସର ବିରୋଧୀ ଉପାଦାନ ରହିଛି ।
ଆୟୁର୍ବେଦୀୟ ଗ୍ରନ୍ଥରେ କ୍ୟାନସରକୁ ଏକ ପ୍ରଦାହ ବା ଅଣପ୍ରଦାହ ଫୁଲା ବୋଲି ବର୍ଣ୍ଣନା କରାଯାଇଛି । ଗ୍ରନ୍ଧି ହେଉଛି ଏକ ମାଇନର ନିଓପ୍ଲାଜମ ଓ ଅର୍ବୁଦ ହେଉଛି ମେଜର ନିଓପ୍ଲାଜମ । ଆୟୁର୍ବେଦରେ ନିଓପ୍ଲାଜମର ଶ୍ରେଣୀ ବିଭାଗ ରହିଛି । ବିଭିନ୍ନ କ୍ଲିନିକାଲ ଲକ୍ଷଣ ଅନୁସାରେ ଏଗୁଡିକ ଶ୍ରେଣୀ ବିଭାଗ କରାଯାଇଛି । ପ୍ରଥମ ଗ୍ରୁପରେ ତିନିଟି ରୋଗକୁ ରଖାଯାଇଛି ।
ସେଗୁଡିକ ହେଲା ମିଲାନୋମା ( ମାଂସଅର୍ବୁଦ ), ଲ୍ୟୁକେମିଆ (ରକ୍ତଅର୍ବୁଦ ) ଓ ଓରାଲ କ୍ୟାନସର (ମୁଖଅର୍ବୁଦ ) । ଦ୍ବିତୀୟ ଗ୍ରୁପରେ କ୍ୟାନସର କୁହାଯାଇପାରିବା ଭଳି କିଛି ରୋଗ ରହିଛି । ଯେମିତିକି ଆବଡୋମିନାଲ ଟ୍ୟୁମର । ତୃତୀୟ ଗ୍ରୁପରେ ମାଲିଗନାନସି ସଦୃଶ ଇରିସପିଲାସ ଓ ଦୁରାରୋଗ୍ୟ ଜଣ୍ଡିସ ଓ ସାଇନସଟିସ ଭଳି ରୋଗ ରଖାଯାଇଛି ।
ଆୟୁର୍ବେଦରେ କ୍ୟାନସରର କାରଣକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଦେଖାଯାଏ । ଚର୍ମର ଉପରିଭାଗରେ ଆଘାତ, ଏପିଥେଲିୟମ (ରୋହିଣୀ ) , ମସ୍କ୍ୟୁଲାର ଟିସୁ ଓ ରକ୍ତବାହିକାଗୁଡିକର ପାଥୋଜେନିକ ଆଘାତ, ଅସ୍ବାସ୍ଥ୍ୟକର ଖାଦ୍ୟ, ପରିଷ୍କାରହୀନତା ଓ ବଦଅଭ୍ୟାସ ଟ୍ୟୁମରର କ୍ଷତିସାଧନ କରେ ।
୧. ବାତ- ଅତ୍ୟଧିକ କଡା ଓ ତୀଖା ମସଲାଯୁକ୍ତ ଖାଦ୍ୟ ଓ ଶୁଖିଲା ଖାଦ୍ୟ ସହ ଅବସାଦଜନକ ସ୍ଥିତି ବାତ ବଢାଏ ।
୨. ପିତ୍ତ- ଅତ୍ୟଧିକ ପରିମାଣରେ ଖଟା, ଲୁଣିଆ ଓ ଫ୍ରାଏଡ୍ ଫୁଡ୍ ଓ ଅତ୍ୟଧିକ ରୋଷ ପିତ୍ତବୃଦ୍ଧିର କାରଣ ।
୩. କଫ- ଅତ୍ୟଧିକ ପରିମାଣର ମିଠା ଓ ତୌଳାକ୍ତ ଖାଦ୍ୟ ସହ ଆଳସ୍ୟ ଜୀବନଯାପନ କଫ ସ୍ଥିତିକୁ ସଂଗୀନ କରେ ।
୪. ରକ୍ତ-ଅତ୍ୟଧିକ ଏସିଡ ବା ଆଲକେଇଲ ଯୁକ୍ତ ଖାଦ୍ୟ, ଫ୍ରାଏଡ୍ ଓ ରୋଷ୍ଟେଡ୍ ଖାଦ୍ୟ, ଆଲକହଲ ମିଶା ପାନୀୟ , ଖଟା ଫଳ ଗ୍ରହଣ କଲେ ରକ୍ତ ଜନିତ ସମସ୍ୟା ଦେଖାଯାଏ ।
୫. ମସକ୍ୟୁଲାର ଟିସୁ- ମାଂସ, ମାଛ, ଦହି, କ୍ଷୀର, କ୍ରିମ୍ର ଅତ୍ୟଧିକ ବ୍ୟବହାର ଦ୍ବାରା ମସ୍କ୍ୟୁଲାର୍ ଟିସୁର ଡିରେଂଜମେଣ୍ଟ ହୋଇଥାଏ ।
୬. ଫ୍ୟାଟ ଟିସୁ – ତୈଳାକ୍ତ ଖାଦ୍ୟ, ମିଠା, ଆଲକହଲ ଓ ଆଳସ୍ୟ ଜୀବନଯାପନ ଦ୍ବାରା ଫ୍ୟାଟ ଟିସୁ (ମେଦ ଧାତୁ)କୁ ଅସ୍ଥିର କରିଥାଏ ।
ଆୟୁର୍ବେଦରେ କ୍ୟାନସର ଥେରାପି
ଡକ୍ଟର ରଙ୍ଗାନାୟକଲୁଙ୍କ ସୂଚନା ଅନୁସାରେ, ଆୟୁର୍ବେଦରେ କ୍ୟାନସର ଚିକିତ୍ସାକୁ ୪ଟି ଶ୍ରେଣୀର ବିଭକ୍ତ କରାଯାଇଛି । ସେସବୁ ହେଲା –ସ୍ବାସ୍ଥ୍ୟର ରକ୍ଷଣାବେକ୍ଷଣା, ରୋଗରୁ ଆରୋଗ୍ୟ, ସ୍ବଭାବିକ ସ୍ଥିତି ଫେରାଇ ଆଣିବା ଓ ଆଧ୍ୟାତ୍ମିକ ମନୋଭାବ । ଏହାଛଡା ବିଶୋଧନ ପ୍ରକ୍ରିୟା (ଶୋଧନ ଚିକିତ୍ସା ) ଉପରେ ବି ଗୁରୁତ୍ବରୋପ କରେ ଆୟୁର୍ବେଦ ।
ଏହି ପ୍ରକ୍ରିୟା ଦ୍ବାରା ଶରୀରରୁ ଟ୍ୟୁମର ନିପାତ ହୋଇଥାଏ । ତେବେ,ଦୁର୍ବଳ ଶକ୍ତି ଥିବା ରୋଗୀଙ୍କ କ୍ଷେତ୍ରରେ ଏହା କାଟୁ କରି ନଥାଏ । ରସାୟନ ଥେରାପି ମଧ୍ୟ ଆୟୁର୍ବେଦର ଆଉ ଏକ ଚିକିତ୍ସା ପ୍ରଣାଳୀ । ଆୟୁର୍ବେଦରେ କ୍ୟାନସର ଚିକିତ୍ସାର ଆଉ କିଛି ପ୍ରଣାଳୀ ମଧ୍ୟ ରହିଛି । ଆୟୁର୍ବେଦରେ ମଧ୍ୟ କ୍ୟାନସର ଚିକିତ୍ସାର ଶେଷ ଆପ୍ରୋଚ୍ ସର୍ଜିକାଲ ଆପ୍ରୋଚ ।
ଅନେକ ଚେରମୂଳିରେ କ୍ୟାନସର ବିରୋଧୀ ଉପାଦାନ ଥାଏ । ଏପରି କିଛି ଗୁରୁତ୍ବପୂର୍ଣ୍ଣ ଚେରମୂଳି ଆମ ବିଶେଷଜ୍ଞ ସୁପାରିଶ କରିଛନ୍ତି ।
ସେଗୁଡିକ ହେଲା –
- ଗ୍ରୀନ ଚିରେଟା
- ବିଭିନ୍ନ କଷ୍ଟାର୍ଡ ଆପଲ୍
- ଚ୍ୟାମ୍ବର ବିଟର୍
- ଲଙ୍ଗ ପିପର
- ମେଆପଲ୍
- ହାର୍ଟଲିଫ୍ ମୁନସିଡ୍
- ମାର୍କିଂ ନଟ୍
ଆଉ କିଛି ଚେରମୂଳି ବି କ୍ୟାନସର ଥେରାପି ପାଇଁ ଜରୁରୀ ହୋଇପାରେ । ସେଗୁଡିକ କଣ ଓ କେଉଁକେଉଁ କ୍ୟାନସର ଚିକିତ୍ସାରେ କାମରେ ଆସନ୍ତି , ଆସନ୍ତୁ ଜାଣିବା ।
- ରୋଜାରି ପି- ଫିବ୍ରୋ ସାରକୋମା
- ଲିବେକ ଟ୍ରି –ସାରକୋମା
- ଗାର୍ଲିକ- ସାରକୋମା
- ଇଣ୍ଡିଆନ ଏଲୋ –ଲିଭର କ୍ୟାନସର
- ଡିଟା ବାର୍କ,ଡେଭିଲ୍ସ ଟ୍ରି – ଷ୍ଟୋମାକ୍ କ୍ୟାନସର
- ରୋହିତକ- ଲ୍ୟୁକେମିଆ
- କ୍ୟାସ୍ୟୁ ନଟ୍ –ଲିଭର କ୍ୟାନସର
- ଆସପାରାଗସ- ଏପିଡେରମଏଡ କାରସିନୋମା
ଏମିତି ଅନେକ ଚେରମୂଳି ସହ କାଞ୍ଚନରା ଗୁଗୁଲୁ , ଚବନପ୍ରାସ ଲେହ୍ୟମ ଓ ବର୍ଧମାନ ପିପ୍ପାଲି ମଧ୍ୟ ଆୟୁର୍ବେଦୀୟ କ୍ୟାନସର ଥେରାପିର ଅଂଶବିଶେଷ । ଆୟୁର୍ବେଦୀୟ ସାହିତ୍ୟରେ ଅନେକ ଔଷଧୀୟ ବୃକ୍ଷ ଓ ଚେରମୂଳି ସଂପର୍କରେ ଉଲ୍ଲେଖ କରାଯାଇଛି, ଯାହା କି କ୍ୟାନସର ଚିକିତ୍ସାରେ ବେଶ ସହାୟକ ହୋଇପାରିବ।
ତେବେ,ଡାକ୍ତର ରୋଗୀରସ୍ଥିତି ଓ ରୋଗ କେଉଁ ପର୍ଯ୍ୟାୟରେ ରହିଛି, ତାହାର ଯାଞ୍ଚ କଲା ପରେ ହିଁ ଚିକିତ୍ସା ନେଇ ନିଷ୍ପତ୍ତି ନେବା ବାଞ୍ଛନୀୟ । ଆଉ କେ କଥା ମନେ ରଖିବା ଦରକାର ଯେ, ଆୟୁର୍ବେଦୀୟ ବିଶେଷଜ୍ଞ ଓ ଡାକ୍ତରଙ୍କ ସହ ବ୍ୟାପକ ପରାମର୍ଶ ପରେ ହିଁ କ୍ୟାନସର ଥେରାପି ଆରମ୍ଭ କରାଯାଇପାରିବ ।