ମୁମ୍ବାଇ: ଆମ ଜୀବନଶୈଳୀ ଏପରି ହୋଇଗଲାଣି ସାମାନ୍ୟ ପରିଶ୍ରମ କଲେ, ଲାଗେ ଯେମିତି ବହୁତ୍ କାମ କରିଦେଇଛନ୍ତି । ଛୋଟ-ମୋଟ ଘରୋଇ କାମରେ ବି ଥକି ପଡନ୍ତି । ହେଲେ ଦେଖନ୍ତୁ ଏହି 80 ବର୍ଷର ବୃଦ୍ଧାଙ୍କୁ, ତାଙ୍କ ଜୋସ୍ ଆଗରେ ଯେମିତି, ବୟସ ହାର୍ ମାନିଛି । 80 ବର୍ଷ ବୟସରେ ମାରାଥନ୍ରେ ଭାଗ ନେଇଛନ୍ତି ଏହି ବୃଦ୍ଧା ଜଣକ । ମାତ୍ର 50 ମିନିଟ୍ରେ 5 କିଲୋମିଟର ଦୌଡି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ତେବେ ତାଙ୍କର ଏହି ଜୋସ୍ ପଛରେ ରାଜ୍ କଣ ପଚରାଯିବାରୁ ସେ କଣ କହୁଛନ୍ତି, ଜାଣନ୍ତୁ...
"ମାରାଥନ୍ରେ ଦୌଡିବା ପାଇଁ ବୟସ କିଛି ନୁହେଁ । ପିଲାମାନଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ, ଆମେ ସମସ୍ତେ ଏହି ଦୌଡରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଥିବାର ଦେଖୁ । ପ୍ରତିବର୍ଷ ମୁମ୍ବାଇରେ ଆୟୋଜିତ ହେଉଥିବା ସମ୍ମାନଜନକ 'ଟାଟା ମୁମ୍ବାଇ ମାରାଥନ୍' ଏଥିରୁ ବାଦ୍ ପଡିନାହିଁ । ପଞ୍ଚମ ଥର ପାଇଁ ମୁଁ ଏହି ମାରାଥନରେ ଭାଗ ନେଇଛି । ପ୍ରତିଦିନ ସକାଳେ ମୋର ଚାଲିବା ଏବଂ ଦୌଡିବା ଭଳି ବ୍ୟାୟାମ କରିବାର ଅଭ୍ୟାସ ଅଛି ।
ଏହି ଅଭ୍ୟାସ ମୋତେ ବୃଦ୍ଧାବସ୍ଥାରେ ଶକ୍ତିଶାଳୀ ଏବଂ ସୁସ୍ଥ ରଖୁଛନ୍ତି । ଅନେକ ଲୋକ ବୟସ୍କ ହେବା ପରେ ଅନେକ କାର୍ଯ୍ୟରେ କଟକଣା ଲଗାନ୍ତି, ଏହା କରିବା ଉଚିତ୍ ତାହା କରିବା ଅନୁଚିତ୍ ଇତ୍ୟାଦି । ମାତ୍ର ମୁଁ ସେପରି ନୁହେଁ, ମୋ ଆଖିରେ ବୟସ କେବଳ ଏକ ସଂଖ୍ୟା !" ଯାହା ଚାହୁଁଛନ୍ତି ତାହା କରିପାରିବେ ବୟସ କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ ବୋଲି ବୃଦ୍ଧା ଜଣକ କହିଛନ୍ତି ।
ତେବେ କହିରଖୁଛୁ ଯେ, ଦୁଇ ବର୍ଷର ବ୍ୟବଧାନ ପରେ ନିକଟରେ 'ଟାଟା ମୁମ୍ବାଇ ମାରାଥନ୍' ଅନୁଷ୍ଠିତ ହୋଇଥିଲେ । ଏଥିରେ ଭାରତୀ ଜିତେନ୍ଦ୍ର ପାଠକ ନାମକ ଜଣେ 80 ବର୍ଷିୟା ଭାଗ ନେଇଥିଲେ । ସେ ଏଥିରେ ପାରମ୍ପାରିକ 9 ହାତର ନୱାରୀ ଶାଢୀ ଏବଂ କ୍ରୀଡା ଜୋତା ପିନ୍ଧି ଜାତୀୟ ପତାକା ଉତ୍ତୋଳନ ଆରମ୍ଭ କରିଥିଲେ । ସେ ପ୍ରତିଯୋଗୀମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ 51 ମିନିଟରେ ପ୍ରାୟ 4.2 କିଲୋମିଟର ଦୌଡିଥିଲେ । ମାତ୍ର ଏହି ସମୟରେ ସେ ଆଦୌ ଥକିପଡି ନ ଥିବା ସମସ୍ତଙ୍କୁ ଚକିତ କରିଛି ।
ଭାରତୀୟଙ୍କ ଏହି ଭିଡିଓ ତାଙ୍କ ନାତୁଣୀ ଡିମ୍ପଲ ମେହେଟ୍ଟା ଫର୍ଣ୍ଣାଣ୍ଡିସ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଖବର ସାମ୍ନାକୁ ଆସିଛି । ଡିମ୍ପଲ ଭିଡିଓ ପୋଷ୍ଟ କରି କ୍ୟାପ୍ସନରେ ଲେଖିଛନ୍ତି ଯେ, 'ମୋର ଜେଜେମାଙ୍କର ନିଷ୍ଠା ଏବଂ ସାହସ... ସେ ଆମର ପ୍ରେରଣା !' ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଅନେକ ଜେଜେମାଙ୍କ ଦ୍ୱାରା ଅନୁପ୍ରାଣିତ ହେଉଛନ୍ତି । ଆପଣ ଯୁବପିଢିମାନଙ୍କ ପାଇଁ ପ୍ରେରଣା !', ମୋ 'ଷ୍ଟାର ଜେଜେମା' ।" ତେବେ ପ୍ରାତଃ ଭ୍ରମଣ ଏବଂ ଶାରୀରିକ କାର୍ଯ୍ୟକଳାପ ଜାରି ରଖିବା ଦ୍ବାରା ଯେକୌଣସି ବୟସରେ ମଧ୍ୟ ଜଣେ ବ୍ୟକ୍ତି ସୁସ୍ଥ ରହିପାରିବ ବୋଲି ଏହି ବୃଦ୍ଧା ଜଣକ ପ୍ରମାଣ କରି ଦେଖାଇଦେଲେ । ନିଶ୍ଚିତ ରୂପେ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବେ ।