ETV Bharat / sukhibhava

Joe Biden's Sleep Apnea: ବାଇଡେନଙ୍କ ରୋଗକୁ ନେଇ ଏଭଳି କହିଲା ହ୍ବାଇଟ ହାଉସ, କଣ ଏହା ଜାଣନ୍ତୁ

କ୍ୟାମେରାରେ କଏଦ ହେଲା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ରୋଗ । ଏଭଳି କହିଲା ହ୍ବାଇଟ ହାଉସ। ଅଧିକ ପଢନ୍ତୁ

author img

By

Published : Jun 29, 2023, 5:30 PM IST

Joe Biden's Sleep Apnea
Joe Biden's Sleep Apnea

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି। ତେବେ ବର୍ତ୍ତମାନ ମୁହଁରେ ଏକ ଚିହ୍ନକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ। ଏନେଇ ସୋସିଆଲ ମିଡିଆରେ ବେସ ଚର୍ଚ୍ଚା ହେବା ପରେ ହ୍ବାଇଟ ହାଉସ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ଦିନ ଧରି ସ୍ଲିପ ଆପ୍ନିଆରେ ପିଡୀତ ଅଛନ୍ତି। ତେଣୁ ସେ ଏହାର ମୁକାବିଲା କରିବା ପାଇଁ ସିପିଏପି ମେଡିକାଲ ଡିଭାଇସ୍ ବ୍ୟବହାର କରୁଥିବା କଥା କହିଛନ୍ତି। ଏହା ପରେ ତାଙ୍କ ରୋଗକୁ ବିଦେଶୀ ଗଣମାଧ୍ୟମରେ ନିରନ୍ତର ଆଲୋଚନା କରାଯାଉଛି। ତେବେ ଏହା ପରେ ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି ଯେ, ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତିଙ୍କୁ ଏହି ରୋଗ ହେଲା କେମିତି? ତେବେ ଜାଣନ୍ତୁ ଏହି ସ୍ଲିପ ଆପ୍ନିଆ ରୋଗ କଣ?

ସ୍ଲିପ ଆପ୍ନିଆ ହେଉଛି ଏକ ନିଦ ସମ୍ବନ୍ଧିୟ ରୋଗ । ଏଥିରେ ଆକ୍ରାନ୍ତ ହେବା ଫଳରେ ଜଣେ ବ୍ୟକ୍ତି ଶୋଇବା ସମୟରେ ନିଶ୍ବାସ ହଠାତ ବନ୍ଦ ହୋଇଥାଇଥାଏ ବା କିଛି ସମୟ ପାଇଁ ଅଟକି ଯାଇଥାଏ। ତେବେ କିଛି ସମୟ ପରେ ପୁଣି ଥରେ ଠିକ ହୋଇଯାଇଥାଏ । ଏବଂ ନିଶ୍ବାସ ନେବାରେ କୌଣସି ସମସ୍ୟା ହୋଇନଥାଏ । ସ୍ଲିପ ଆପ୍ନିଆ 2 ପ୍ରକାର ହୋଇଥାଏ। ଗୋଟିଏ ହେଉଛି ଅବଷ୍ଟ୍ରାକ୍ଟିଭହ ସ୍ଲିଭ ଆପ୍ନିଆ । ଯେତେବେଳେ ଗଳାର ମାଂସପେଶୀ ବଢିଯାଇଥାଏ ଏବଂ ଫୁସଫୁସରେ ଏୟାର ସର୍କୁଲେସନ ଠିକ ହୋଇନଥାଏ, ସେତେବେଳେ ଏହି ସମସ୍ୟା ହୋଇଥାଏ। ଦ୍ୱିତୀୟଟି ହେଉଛି ସେଣ୍ଟ୍ରାଲ ସ୍ଲିପ ଆପ୍ନିଆ। ଯାହା ମସ୍ତିଷ୍କ ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରୁଥିବା ମାଂସପେଶୀକୁ ସଠିକ୍ ଭାବରେ ସଙ୍କେତ ଦେଇନଥାଏ। ଏହି ଦୁଇଟି ଅବସ୍ଥାରେ ଶୋଇବା ସମୟରେ ପ୍ରାୟ 10 ସେକେଣ୍ଡ କିମ୍ବା ଅଧିକ ସମୟ ପାଇଁ ନିଶ୍ୱାସ ବନ୍ଦ ହୋଇଯାଇଥାଏ।

ସ୍ଲିପ ଆପ୍ନିଆର କାରଣ?:

ମୋଟାପଣ ଯାହା ସ୍ଲିପ ଆପ୍ନିଆର ଆଶଙ୍କାକୁ ବୃଦ୍ଧି କରିଥାଏ

ମୋଟା ବେକ ଥିବା ଲୋକ

ବାର୍ଦ୍ଧକ୍ୟ

ବଂଶଗତ କାରଣ

ମଦ୍ୟପାନ

ଧୂମ୍ରପାନ

ସ୍ଲିପ ଆପ୍ନିଆର ଲକ୍ଷଣ: ସ୍ଲିପ ଆପ୍ନିଆର ଲକ୍ଷଣରେ, ଜଣେ ବ୍ୟକ୍ତି ଶୋଇବା ସମୟରେ ବାରମ୍ବାର ଜୋରରେ ଘୁଙ୍ଗୁଡି ମାରିବା ଆରମ୍ଭ କରେ। ଏହା ବ୍ୟତୀତ ପାଟି ଶୀଘ୍ର ଶୁଖିଯିବା, ଶୋଇକି ଉଠିବା ପରେ ମୁଣ୍ଡବିନ୍ଧା, ଶୋଇବାରେ ଅସୁବିଧା ଏବଂ ଦିନର ଅତ୍ୟଧିକ ନିଦ୍ରା ଭଳି ଲକ୍ଷଣ ଦେଖାଯାଏ। ଏହା ବ୍ୟତୀତ, ବ୍ୟକ୍ତି ଜାଗ୍ରତ ହେବା ସମୟରେ ଥକାପଣ ଏବଂ ଶରୀରର ଯନ୍ତ୍ରଣା ଭଳି ଲକ୍ଷଣ ମଧ୍ୟ ଅନୁଭବ କରିପାରନ୍ତି।

କେମିତି ସ୍ଲିପ ଆପ୍ନିଆରୁ ବର୍ତ୍ତିବେ?: ସ୍ଲିପ ଆପ୍ନିଆ ହୃଦଘାତ, ଷ୍ଟ୍ରୋକ ଏବଂ ହୃଦଘାତର କାରଣ ମଧ୍ୟ ହୋଇପାରେ। ଏପରି ପରିସ୍ଥିତିରେ, ଆପଣ ଜୋ ବାଇଡେନଙ୍କ ପରି ଏକ CPAP ମେସିନ୍ ମଧ୍ୟ ବ୍ୟବହାର କରିପାରିବେ। ଏହା ଫୁସଫୁସର ବାୟୁମାର୍ଗକୁ ଖୋଲା ରଖେ ଯାହା ଦ୍ବାରା ଲୋକମାନେ ଶୋଇବା ସମୟରେ ଅମ୍ଳଜାନ ନେଇପାରିବେ। ଏଥିସହ ଶୋଇବାର ଭଲ ନିଦ ହେବା ସହିତ ହୃଦଘାତ ଏବଂ ଷ୍ଟ୍ରୋକ ସମେତ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ହ୍ରାସ କରିପାରିବେ। ତେବେ ଘୁଙ୍ଗୁଡି ବନ୍ଦ କରାଇବା ଏବଂ ନିଦ ନଆସିବା ସମସ୍ୟା ଯୋଗୁଁ ବାଇଡେନ ସିପିଏପି ମେଡିକାଲ ଡିଭାଇସ୍ ବ୍ୟବହାର କରନ୍ତି ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.