ହାଇଦ୍ରାବାଦ: ଡାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ । କାରଣ ମନୁଷ୍ୟ ଯେତେବେଳେ ମୃତ୍ୟୁ ସହିତ ସଂଘର୍ଷ କରିଥାଏ ସେତେବେଳେ ଡାକ୍ତର ଭଗବାନଙ୍କ ରୂପ ନେଇ ନୂଆ ଜୀବନ ପ୍ରଦାନ କରିଥାଆନ୍ତି । ଏଭଳି ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକର ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିବା ଭିସ୍ତାରା ଏୟାରଲାଇନ୍ସରେ ।
-
#Always available #AIIMSParivar
— AIIMS, New Delhi (@aiims_newdelhi) August 27, 2023 " class="align-text-top noRightClick twitterSection" data="
While returning from ISVIR- on board Bangalore to Delhi flight today evening, in Vistara Airline flight UK-814- A distress call was announced
It was a 2 year old cyanotic female child who was operated outside for intracardiac repair , was… pic.twitter.com/crDwb1MsFM
">#Always available #AIIMSParivar
— AIIMS, New Delhi (@aiims_newdelhi) August 27, 2023
While returning from ISVIR- on board Bangalore to Delhi flight today evening, in Vistara Airline flight UK-814- A distress call was announced
It was a 2 year old cyanotic female child who was operated outside for intracardiac repair , was… pic.twitter.com/crDwb1MsFM#Always available #AIIMSParivar
— AIIMS, New Delhi (@aiims_newdelhi) August 27, 2023
While returning from ISVIR- on board Bangalore to Delhi flight today evening, in Vistara Airline flight UK-814- A distress call was announced
It was a 2 year old cyanotic female child who was operated outside for intracardiac repair , was… pic.twitter.com/crDwb1MsFM
ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା ବିମାନ । ଏଥରେ ହୃଦୟ ରୋଗରେ ପୀଡିତ 2 ବର୍ଷର ଶିଶୁ ରହିଥିଲେ । ତେବେ ମଝି ଆକାଶରେ ହଠାତ୍ ଶିଶୁର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଅକ୍ସିଜେନ ଅଭାବରୁ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଭିସ୍ତାରା ଏୟାରଲାଇନ୍ସରେ ହେଲଥ ଏମରଜେନ୍ସି ଘୋଷଣା କରାଯାଇଥିଲା । ଏହି ସମୟରେ ଭଗବାନଙ୍କ ବରଦାନ ସଦୃଶ୍ୟ ବିମାନରେ ଉପସ୍ଥିତ ରହିଥିଲେ ଦିଲ୍ଲୀ ଏମ୍ସର 5 ଡାକ୍ତର । ଉଡନ୍ତା ବିମାନରେ ଶିଶୁକୁ ପୁର୍ନଜନ୍ମ ଦେବାରେ ସକ୍ଷମ ହୋଇଥିଲେ । ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
ଖବର ଅନୁସାରେ, ଗତକାଲି(27 ଅଗଷ୍ଟ)ରେ ଭିସ୍ତାରା ଏୟାରଲାଇନ୍ସ(UL-814) ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ହେଲେ ଉଡନ୍ତା ବିମାନରେ ହଠାତ୍ 2 ବର୍ଷୀୟ ଶିଶୁର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ତେବେ ଉକ୍ତ ଶିଶୁଟି ଇଣ୍ଟ୍ରାକାଡିଆକ ପାଇଁ ଅପରେସନ ହୃଦୟ ସହ ଜଡିତ ଏକ ସର୍ଜରୀ ହୋଇଥିଲା । ହଠାତ୍ ଶିଶୁଜଣକ ଚେତାଶୂନ୍ୟ ହୋଇଯାଇଥିଲା । ଏହାପରେ ବିମାନରେ ଯାତ୍ରୀମାନେ ଭୟଭୀତ ହେବା ସହିତ ହେଲଥ ଏମରଜେନ୍ସି ଘୋଷଣା କରାଯାଇଥିଲା । ଏହି ସମୟରେ ଭଗବାନଙ୍କ ରୂପ ନେଇ ଉଭା ହୋଇଥିଲେ ଦିଲ୍ଲୀ ଏମ୍ସର 5ଜଣ ଡାକ୍ତର । ଅର୍ଥାତ ସୌଭାଗ୍ୟବଶତଃ ଉକ୍ତ ବିମାନରେ ଦିଲ୍ଲୀ ଏମ୍ସର ଡାକ୍ତରମାନେ ମଧ୍ୟ ଯାତ୍ରା କରୁଥିଲେ।
ଏହା ମଧ୍ୟ ପଢନ୍ତୁ: Heart Hole: ଛାତିରେ ଛିଦ୍ର ଚିହ୍ନଟ କରିବ AI
ଦିଲ୍ଲୀ ଏମ୍ସର ଟ୍ବିଟ ଅନୁସାରେ, "ଉକ୍ତ ବିମାନରେ ଆନେସ୍ଥେସିଆ ବିଭାଗର ବରିଷ୍ଠ ଡାକ୍ତର ନବଦୀପ କୌର, ହୃଦୟ ବିଶେଷଜ୍ଞ ଡାକ୍ତର ନମନଦୀପ ସିଂ, ରେଡିଓଲୋଜି ବିଭାଗର ଡାକ୍ତର ରିସବ ଜୈନ, ଡାକ୍ଚର ଐଶିଖା ଏବଂ ଡାକ୍ତର ଅଭିଚ୍ଛଲ୍ଲା ଟକ୍ସାକ ଉପସ୍ଥିତ ରହିଥିଲେ । ଏହି 5 ଜଣ ଡାକ୍ତର ସଙ୍ଗେ ସଙ୍ଗେ ଶିଶୁର ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । ସେତେବେଳେ ଛୁଆର ନାଡିର ସ୍ପନ୍ଦନ ବନ୍ଦ ହୋଇଯାଇଥିବା ବେଳେ ହାତ ଗୋଟ ମଧ୍ୟ ଥଣ୍ଡା ହୋଇଯାଇଥିଲା । ନିଶ୍ବାସ ପ୍ରଶ୍ବାସ ମଧ୍ୟ ବନ୍ଦ ହୋଇଯାଇଥିଲା । ଏହାସହିତ ହାତ ଏବଂ ଆଙ୍ଗୁଠି ନୀଳ ହୋଇଯାଇଥିଲା । ତେବେ ଏଭଳି ପରିସ୍ଥିତିରେ ମଧ୍ୟ ହାର ମାନିନଥିଲେ ଡାକ୍ତର ।
ତୁରନ୍ତ ସିପିଆର(Cardiopulmonary resuscitation ) ଆରମ୍ଭ କରି କମ ଚିକିତ୍ସା ଉପକରଣ କରି ଚିକିତ୍ସା ଆରମ୍ଭ କରିଥିଲେ । କହିରଖୁଛୁ କି ଯେତେବେଳେ ଜଣେ ବ୍ୟକ୍ତିର ହୃଦ ସ୍ପନ୍ଦନ ବନ୍ଦ ହୋଇଥାଏ ସେତେବେଳେ ଜରୁରୀକାଳିନ ପରିସ୍ଥିତିରେ ଏହି ଟେକନିକ ଆପଣାଯାଇଥାଏ । ଶିଶୁର ଚେତା ଫେରାଇବା ପାଇଁ 45 ମିନିଟ ଧରି ଆପ୍ରାଣ ଚେଷ୍ଟା କରି ଜୀବନ ବଞ୍ଚାଇଥିଲେ ଡାକ୍ତର। ଏହାପରେ ନାଗପୁରରେ ବିମାନକୁ ଲ୍ୟାଣ୍ଡିଂ କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।" କହିରଖୁଛୁ କି, ଏମ୍ସର ଡାକ୍ତରଙ୍କ ଏଭଳି କାର୍ଯ୍ୟକୁ ନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ଟ୍ବିଟ ହେବା ପରେ ପ୍ରଶଂସାର ସୁଅ ଛୁଟୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ