ETV Bharat / sukhibhava

AIIMS ଡାକ୍ତରଙ୍କ କମାଲ୍, ଗର୍ଭସ୍ଥ ଶିଶୁର ହୃଦୟରେ କଲେ ବିରଳ ଚିକିତ୍ସା - ଭୃଣରେ ଅପରେସନ୍

ଚମତ୍କାର କଲେ ଦିଲ୍ଲୀ AIIMS ଡାକ୍ତରୀ ଟିମ୍ । ମାଆ ଗର୍ଭରେ ବଢୁଥିବା ଏକ ଶିଶୁର ବେଲୁନ୍ ଡାଏଲେସନ୍ କରିବାରେ ସଫଳ ହୋଇଛନ୍ତି । ଅଧିକ ପଢନ୍ତୁ

doctors procedure
doctors procedure
author img

By

Published : Mar 15, 2023, 11:12 AM IST

Updated : Mar 15, 2023, 11:33 AM IST

ନୂଆଦିଲ୍ଲୀ: ଦିଲ୍ଲୀ AIIMS ଡାକ୍ତରଙ୍କ କମାଲ୍ । ଗର୍ଭସ୍ଥ ଶିଶୁର କଲେ ସଫଳ ବେଲୁନ୍ ଡାଏଲେସନ୍ । ଏକ ଗର୍ଭସ୍ଥ ଶିଶୁର ଅଙ୍ଗୁର ଆକାରର ହୃଦୟରେ ବନ୍ଦ ଭଲଭ(Valve)କୁ ଖୋଲିବାରେ ସଫଳ ହୋଇଛନ୍ତି ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍ । ଏହି ପ୍ରକ୍ରିୟାକୁ ଅଲଟ୍ରାସାଉଣ୍ଡ ମାର୍ଗଦର୍ଶନ ପ୍ରକ୍ରିୟାରେ କରାଯାଇଛି । ତେବେ କହି ରଖୁଛୁ ଯେ, ଭଲଭ୍ ହେଉଛି ଏକ ଯାନ୍ତ୍ରିକ ଉପକରଣ ଯାହାକି ପାଇପ୍ ଏବଂ ଜୈବିକ ପାତ୍ରରେ ତରଳ ପ୍ରବାହକୁ ବନ୍ଦ କରିବା ପାଇଁ ବ୍ୟବହୃତ ହୁଏ । ଶରୀର କ୍ରିୟା ବିଜ୍ଞାନ(ଫିଜିଓଲୋଜି)ରେ ଭଲଭ୍ ପ୍ରାକୃତିକ ଉପକରଣ ଗୁଡ଼ିକ ପାଇଁ ମଧ୍ୟ ବ୍ୟବହୃତ ହୁଏ, ଯାହା ଶରୀରରେ ଯାନ୍ତ୍ରିକ ଭଲଭ୍ ଭଳି ସମାନ କାର୍ଯ୍ୟ କରିଥାଏ । ଏହି ପ୍ରାକୃତିକ ଉପକରଣ ଗୁଡ଼ିକ ମଧ୍ୟରେ ଉଲ୍ଲେଖନୀୟ ହେଉଛି ହୃଦୟର ଭଲଭ୍, ଯାହା ଖୋଲି କିମ୍ବା ବନ୍ଦ ହୋଇ ହୃଦୟକୋଷ୍ଠରେ ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିଥାଏ ।

The Magical Procedure: In-utero aortic valve modification to reshape the heart development

ଏହି ଭଲଭ୍, ରକ୍ତ ହୃଦୟ ଆଡକୁ ଗଲାବେଳେ ଖୋଲିଥାଏ ଏବଂ ବିପରୀତ ଦିଗକୁ ଗଲେ ବନ୍ଦ ହୋଇଯାଏ । ହେଲେ ଜଣେ ମହିଳାଙ୍କ ଗର୍ଭରେ ଥିବା ଶିଶୁର ଏହି ଭଲଭ ବନ୍ଦ ହୋଇ ଯାଇଥିଲା, ଯାହାକୁ ଡାକ୍ତରମାନେ ଖୋଲିବାରେ ସଫଳ ହୋଇଛନ୍ତି । ମାତ୍ର 90 ସେକେଣ୍ଡରେ ଏହି ପ୍ରକ୍ରିୟାକୁ ଶେଷ କରାଯାଇଛି । କାର୍ଡିଅଲୋଡି ଆଣ୍ଡ୍ କାର୍ଡିଆକ୍ ଆନାସ୍ଥେସିଆ ବିଭାଗର ଡାକ୍ତରମାନେ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗ ସହାୟତାରେ ଏହି ପ୍ରକ୍ରିୟା ଶେଷ କରିଛି । ଡାକ୍ତରଙ୍କ କହିବା ଅନୁସାରେ, ବର୍ତ୍ତମାନ ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି । ଏମ୍ସ ଡାକ୍ତରଙ୍କ ଏହି ସଫଳତାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ମାଆ ଓ ଶିଶୁର ଆସୁ ଆରୋଗ୍ୟ କାମନା କରିଛନ୍ତି ।

  • I congratulate the team of doctors of @AIIMS_NewDelhi for performing successful rare procedure on grape size heart of a fetus in 90 seconds.

    My prayers for the well-being of the baby and the mother. https://t.co/YIw1D5ZY1g

    — Dr Mansukh Mandaviya (@mansukhmandviya) March 14, 2023 " class="align-text-top noRightClick twitterSection" data=" ">

କହି ରଖୁଛୁ ଯେ, ଜଣେ 28 ବର୍ଷୀୟ ମହିଳା ଚତୁର୍ଥ ଥର ପାଇଁ ଗର୍ଭବତୀ ହୋଇଥିଲେ । ଏହା ପୂର୍ବରୁ 3 ଥର ତାଙ୍କର ଗର୍ଭପାତ ହୋଇ ସାରିଥିଲା । ଶାରୀରିକ ଜଟିଳତା ଦେଖାଯିବାରୁ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ଶିଶୁର ହୃଦୟର ଭଲଭ୍ ବନ୍ଦ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ ଡାକ୍ତର । ଏନେଇ ସେମାନେ ଦମ୍ପତିଙ୍କୁ ଜଣାଇବା ସହ ଭଲଭ୍ ପ୍ରକ୍ରିୟା ବାବଦରେ ମଧ୍ୟ ସମ୍ପୂର୍ଣ୍ଣ ବ୍ୟାଖ୍ୟା କରିଥିଲେ । ଡାକ୍ତରଙ୍କ ଠାରୁ ସବୁକିଛି ଶୁଣିବା ପରେ ସେମାନେ ଏହି ପ୍ରକ୍ରିୟା ପାଇଁ ଅନୁମତି ଦେଇଥିଲେ । ଏହା ପରେ, AIIMS କାର୍ଡିଓଥୋରେସିକ୍ ସାଇନ୍ସ ସେଣ୍ଟରରେ ଏହି ପ୍ରକ୍ରିୟା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- IUPAC Award: ଦେଶର ପ୍ରଥମ ମହିଳା ଭାବେ ଓଡିଆ ଝିଅ ପାଇବେ ଆଇୟୁପିଏସି ସମ୍ମାନ

ଏହାକୁ ସମାପ୍ତ କରିବାରେ ଇଣ୍ଟରଭେନସନାଲ କାର୍ଡିଓଲୋଜିଷ୍ଟ ଏବଂ ଭୃଣ ଚିକିତ୍ସା ବିଶେଷଜ୍ଞଙ୍କ ଏକ ଟିମ୍ ମଧ୍ୟ ସାମିଲ୍ ହୋଇଥିଲେ । ବର୍ତ୍ତମାନ ଡାକ୍ତରଙ୍କ ଟିମ୍ ଗର୍ଭସ୍ଥ ଶିଶୁର ବୃଦ୍ଧି ଉପରେ ନଜର ରଖିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ଶିଶୁର ହୃଦୟରେ ମାଆର ପେଟ ଦେଇ ଏକ ଛୁଞ୍ଚି ଭର୍ତ୍ତି କରାଯାଇଥିଲା । ତା'ପରେ ଏକ ବେଲୁନ୍ କ୍ୟାଥେଟର୍ ବ୍ୟବହାର କରି ରକ୍ତ ପ୍ରବାହରେ ଉନ୍ନତି ଆଣିବା ପାଇଁ ଅବରୋଧିତ ଭଲଭ୍‌କୁ ଖୋଲାଯାଇଥିଲା । ଏହି ପ୍ରକ୍ରିୟା ସଫଳତାର ସହ ସରିଛି । ଏହାପରେ ଶିଶୁର ହୃଦୟ ଠିକ୍ ଭାବରେ ବିକଶିତ ହୋଇପାରିବ ବୋଲି ଆଶା କରାଯାଉଛି । ଶିଶୁ ମାତୃ ଗର୍ଭରେ ଥିବାବେଳେ ଏହିପରି କେତେକ ପ୍ରକାରର ହୃଦରୋଗ ନିର୍ଣ୍ଣୟ କରାଯାଇପାରେ ବୋଲି ଡାକ୍ତର କହିଛନ୍ତି ।

ଏହି ଅସ୍ତ୍ରୋପଚାର କରିଥିବା ବରିଷ୍ଠ ଡାକ୍ତର କହିଛନ୍ତି ଯେ, ଏପରି ପ୍ରକ୍ରିୟା ଗର୍ଭସ୍ଥ ଶିଶୁର ଜୀବନକୁ ବିପଦରେ ପକାଇପାରେ । ଏହା ଅତି ଯତ୍ନର ସହିତ କରାଯାଇଥିଲା । ଏହିପରି ପଦ୍ଧତି ଅତ୍ୟନ୍ତ ଚ୍ୟାଲେଞ୍ଜିଂ, କାରଣ ଏହା ଗର୍ଭସ୍ଥ ଶିଶୁର ଜୀବନକୁ ମଧ୍ୟ ବିପଦରେ ପକାଇପାରେ । ଅଲଟ୍ରାସାଉଣ୍ଡ ମାର୍ଗଦର୍ଶନରେ ସମସ୍ତ କାର୍ଯ୍ୟ କରାଯାଇଛି । ସାଧାରଣତଃ ଆମେ ଏଞ୍ଜିଓଗ୍ରାଫି ଅଧୀନରେ ଏହି ସମସ୍ତ ପ୍ରକ୍ରିୟା କରିଥାଉ, କିନ୍ତୁ ଏପରି କ୍ଷେତ୍ରରେ ଏଞ୍ଜିଓଗ୍ରାଫି କରାଯାଏ ନାହିଁ । ସେ କହିଛନ୍ତି ଯେ, ସମଗ୍ର ପ୍ରକ୍ରିୟା ପାଇଁ ମାତ୍ର 90 ସେକେଣ୍ଡ ଲାଗିଥିଲା ।

Last Updated : Mar 15, 2023, 11:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.