ETV Bharat / sukhibhava

ପଶ୍ଚିମବଙ୍ଗରେ ବ୍ୟାପୁଛି ଏଡିନୋଭାଇରସ୍: ଜାଣନ୍ତୁ ରୋଗର କାରଣ ଲକ୍ଷଣ ଓ ନିରାକରଣ - ଏଡିନୋଭାଇରସ୍ ବ୍ୟାପିବାର କାରଣ

ପଶ୍ଚିମବଙ୍ଗରେ ଡରାଇଲାଣି ଆଉ ଏକ ଭୂତାଣୁ । ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରୁଥିବା ସୂଚନା । ଜାଣନ୍ତୁ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବାବଦରେ

Adenovirus
Adenovirus
author img

By

Published : Feb 23, 2023, 7:06 AM IST

ହାଇଦ୍ରାବାଦ: କୋରୋନାର ପ୍ରକୋପ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଆଉ ଏକ ଭାଇରସ୍ ଚିନ୍ତାରେ ପକାଇଲାଣି । ପଶ୍ଚିମବଙ୍ଗରେ ଏଡିନୋଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜଣାପଡିଛି । ଏହି ଭୂତାଣୁ ବିଶେଷ କରି ପିଲାମାନଙ୍କୁ ସଂକ୍ରମିତ କରୁଛି । ଏଥିରେ ଜଣେ ଶିଶୁର ମୃତ୍ୟୁ ମଧ୍ୟ ଘଟିଲାଣି । ବର୍ତ୍ତମାନ ସୁଦ୍ଧା CMR-NICEDକୁ ପଠାଯାଇଥିବା ନମୁନା ଗୁଡିକ ମଧ୍ୟରୁ ଅତିକମରେ 30 ପ୍ରତିଶତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏଡିନୋଭାଇରସ୍ କଣ, ଜାଣନ୍ତୁ ସଂକ୍ରମଣର କାରଣ ଓ ନିରାକରଣ ବାବଦରେ

ଏଡିନୋଭାଇରସ୍ କ'ଣ: ଏଡିନୋଭାଇରସ୍ କୌଣସି ପ୍ରକାରର ସଂକ୍ରମଣ କରିପାରେ । କିନ୍ତୁ ଏହା ସାଧାରଣତଃ ସାଧାରଣ ଥଣ୍ଡା କିମ୍ବା ଫ୍ଲୁ ସୃଷ୍ଟିକରେ । ଅନୁସନ୍ଧାନକାରୀମାନେ ପ୍ରାୟ 50 ପ୍ରକାରର ଏଡିନୋଭାଇରସ୍ ଚିହ୍ନଟ କରିଛନ୍ତି, ଯାହା ମଣିଷକୁ ସଂକ୍ରମିତ କରିପାରେ । ଯଦିଓ ବର୍ଷର ବିଭିନ୍ନ ଜଳବାୟୁ ସମୟରେ ସଂକ୍ରମଣ ହୋଇପାରେ ତଥାପି ଶୀତଋତୁରେ ପ୍ରକୋପ ସାମାନ୍ୟ ଅଧିକ ଥାଏ । ଏଡିନୋଭାଇରସ୍ ଶରୀରରେ ଉଭୟ ମୃଦୁ ଏବଂ ଭୟଙ୍କର ସଂକ୍ରମଣର କାରଣ ହୋଇପାରେ, ଏହି ସଂକ୍ରମଣ ମୁଖ୍ୟତଃ ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଇଥାଏ ।

ଏଡିନୋଭାଇରସ୍ ସଂକ୍ରମିତ କଲେ ପ୍ରଥମେ ନିଶ୍ବାସ ପ୍ରଶାସ ନେବାରେ ଅସୁବିଧା ହୋଇଥାଏ । ଏହା ପିଲାମାନଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ କରିପାରେ । ବର୍ତ୍ତମାନ କିନ୍ତୁ ପଶ୍ଚିମବଙ୍ଗର ଅଧିକ ଶିଶୁ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏଡିନୋଭାଇରସ୍ ପ୍ରାୟତଃ ନବଜାତ ଶିଶୁ ଏବଂ ଛୋଟ ପିଲାମାନଙ୍କୁ ବାୟୁ ମାଧ୍ୟମରେ ବ୍ୟାପିପାରେ । ସଂକ୍ରିମିତ ବ୍ୟକ୍ତିଙ୍କ ସହ ମିଳାମିଶା କରିବାବା, ସ୍ବଚ୍ଛତା ବଜାୟ ରଖିନପାରିବା, ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ, ଶ୍ବାସକ୍ରିୟା କିମ୍ବା ହୃଦଘାତ ସମସ୍ୟା ବ୍ୟକ୍ତି ଗୁରୁତର ଏଡିନୋଭାଇରସ୍ ସଂକ୍ରମଣର ସମ୍ମୁଖୀନ ହୋଇପାରନ୍ତି ।

କିପରି ବ୍ୟାପେ ଏଡିନୋଭାଇରସ୍: ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, ଏଡିନୋଭାଇରସ୍ ସାମାନ୍ୟ ଥଣ୍ଡା କିମ୍ବା ଫ୍ଲୁ ଭଳି ରୋଗ ସୃଷ୍ଟି କରିପାରେ ଏବଂ ସମସ୍ତ ବୟସର ଲୋକଙ୍କୁ ସଂକ୍ରମିତ କରିପାରେ । ଏହା ସାଧାରଣତଃ ବଡି଼ କଣ୍ଟାକ୍ଟ ମାଧ୍ୟମରେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ, ଯେପରିକି ଛୁଇଁବା, ହାତ ମିଶାଇବା, କାଶ ଏବଂ ଛିଙ୍କି ମାଧ୍ୟମରେ ବ୍ୟାପିଥାଏ ।

ଲକ୍ଷଣ: ସାଧାରଣ ଲକ୍ଷଣ ମଧ୍ୟରେ ସାଧାରଣ ଥଣ୍ଡା, ଜ୍ୱର, ଗଳା ଯନ୍ତ୍ରଣା, ତୀବ୍ର ବ୍ରୋଙ୍କାଇଟିସ୍, ଫୁସଫୁସରେ ବାୟୁପଥର ପ୍ରଦାହ, ଆଖି ଗୋଲାପୀ ପଡିଯିବା ଏବଂ ତୀବ୍ର ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଅନ୍ତର୍ଭୁକ୍ତ । ଏହାସହ ମୂତ୍ରାସୟ ସମସ୍ୟା କିମ୍ବା ସଂକ୍ରମଣରେ ସ୍ନାୟୁ ସମ୍ବନ୍ଧୀୟ ରୋଗ ମଧ୍ୟ ହୋଇପାରେ ।

ଚିକିତ୍ସା: ଏଡିନୋଭାଇରସ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଏହି ରୋଗ ପାଇଁ ବିଶେଷ ଭାବରେ କୌଣସି ଅନୁମୋଦିତ ଟିକା କିମ୍ବା ଆଣ୍ଟିଭାଇରାଲ୍ ଔଷଧ ପ୍ରସ୍ତୁତ ହୋଇନାହିଁ । ତଥାପି, ଲକ୍ଷଣଗୁଡିକ ଚିହ୍ନଟ କରି ଡାକ୍ତରମାନେ ଔଷଧ ଦେଇଥାନ୍ତି । ରୋଗକୁ ରୋକିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଆଖି, ନାକ ଏବଂ ପାଟିକୁ ନଛୁଇଁବା । ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଦୂରତା ବଜାୟ ରଖିବା । ଥଣ୍ଡା ଆଦି ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ହେଲେ ମଧ୍ୟ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେବା ଦ୍ବାରା ରୋଗକୁ ଦୂର କରାଯାଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.