ନୂଆଦିଲ୍ଲୀ: ଦେଶରେ ବାୟୁ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଅନେକ ଲୋକ ପ୍ରାଣ ହରାଉଥିବା ବେଳେ ଆଉ କିଛି ଲୋକ ମାରାତ୍ମକ ରୋଗରେ ପିଡିତ ହେଉଛନ୍ତି । ଏହିରି ଭିତରେ ମିଳିତ ଜାତିସଂଘର ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ନିମ୍ନ ଏବଂ ମଧ୍ୟବିତ୍ତ ଦେଶଗୁଡିକରେ ବାୟୁପ୍ରଦୂଷଣରୁ ହେଉଥିବା ସମସ୍ୟାରେ 91 ପ୍ରତିଶତ ଶିଶୁର ମୃତ୍ୟୁ ହେଉଛି ।
WHO, UNICEF ଏବଂ ମାତୃ ନବଜାତ ଶିଶୁ ଏବଂ ଶିଶୁ ସ୍ୱାସ୍ଥ୍ୟ ଆକ୍ସନର ରିପୋର୍ଟ ଅନୁସାରେ, ଗର୍ଭଧାରଣ ସମୟରେ ଜଳବାୟୁ ପରିବର୍ତ୍ତନ ଗର୍ଭବତୀଙ୍କ ଉପରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷରେ ପ୍ରଭାବ ପକାଇଥାଏ । ସମୟ ପୂର୍ବରୁ ଛୁଆ ହେବା, ଗର୍ଭବସ୍ଥାର ସମୟ କମ୍ ହେବା ଭଳି ପ୍ରଭାବ ପକାଇଥାଏ ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଜଳବାୟୁ ପରିବର୍ତ୍ତନ ଜଣେ ଗର୍ଭବତୀକୁ ତାପମାତ୍ରା ବୃଦ୍ଧି, ବନ୍ୟା, ବାତ୍ୟା, ବାୟୁ ପ୍ରଦୂଷଣ, ବନାଗ୍ନି ଦ୍ବାରା ପ୍ରଭାବିତ ହୋଇଥାଏ । ଫଳରେ ଗର୍ଭବତୀଙ୍କ ମଧ୍ୟରେ ହାଡଜନିତ ସମସ୍ୟା ସହ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ । ବିଶେଷ ଭାବରେ ବିପଦକୁ ହ୍ରାସ କରିବା ଏବଂ ଜଳବାୟୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ମହିଳା ଏବଂ ଶିଶୁମାନଙ୍କ ଉପରେ ଅତ୍ୟଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ 6 ମିଲିୟନ ଶିଶୁ ସମୟ ପୂର୍ବରୁ ଜନ୍ମ ଗ୍ରହଣ କରୁଛନ୍ତି ।
ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଜଳବାୟୁ ପରିବର୍ତ୍ତନ ଗର୍ଭାବସ୍ଥା ଉପରେ ଅଧିକ ପ୍ରଭାବ ପକାଇଥାଏ । ଏହା ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଶରୀର ଉପରେ ପ୍ରଭାବ ପକାଇଥାଏ । ଜୀବାଶ୍ମ ଇନ୍ଧନରୁ ହେଉଥିବା ବାୟୁ ପ୍ରଦୂଷଣ ଗର୍ଭବତୀଙ୍କ ପାଇଁ 52 ପ୍ରତିଶତ ବିପଦ ସୃଷ୍ଟି କରିଥାଏ । ଏହାସହ 16 ପ୍ରତିଶତ ତାପମାତ୍ରା ବୃଦ୍ଧି ପାଇଁ ହୋଇଥାଏ । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ବଡ ସମସ୍ୟା ହୋଇ ଠିଆ ହୋଇଛି । ଗରିବ ଦେଶ ଗୁଡିକରେ ବାୟୁ ପ୍ରଦୂଷଣ ପାଇଁ 91 ପ୍ରତିଶତ ଶିଶୁଙ୍କ ମୃତ୍ୟୁ ହେଉଛି। ଅବକିଶତ ଦେଶ ଗୁଡିକରେ ବାୟୁ ପ୍ରଦୂଷଣ ପାଇଁ 15.6 ପ୍ରତିଶତ ଶିଶୁ କମ ଓଜନ ବିଶିଷ୍ଟ ଜନ୍ମ ହେଉଥିବା ବେଳେ 35.7 ପ୍ରତିଶତ ଶିଶୁ ଆଗୁଆ ଜନ୍ମ ହୋଇଥାଆନ୍ତି ।
ଗାମ୍ବିଆରେ 32 ପ୍ରତିଶତ ଗର୍ଭବତୀଙ୍କୁ ନେଇ କରାଯାଇଥିବା ରିସର୍ଚ୍ଚରୁ ଜଣାପଡିଛି ଯେ, ଅତ୍ୟଧିକ ଉତ୍ତାପ ପାଇଁ ଗର୍ଭବତୀଙ୍କ ଭ୍ରୁଣରେ 17 ପ୍ରତିଶତ ବୃଦ୍ଧି ହୋଇଛି। ଏହାସହ ରକ୍ତ ସଞ୍ଚାଳନ ମଧ୍ୟ କମ ହୋଇଥାଏ । ଅନ୍ୟଏକ ଅନୁସନ୍ଧାରୁ ଜଣାପଡିଛି ଯେ, ବାୟୁ ପ୍ରଦୂଷଣ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଶିଶୁ ଏବଂ ମହିଳାଙ୍କ ଉପରେ ପ୍ରଭାବ ପକାଇଥାଏ । ଜଳବାୟୁ ପରିବର୍ତ୍ତନ ଜଣେ ଗର୍ଭବତୀଙ୍କୁ ତାପମାତ୍ରା ବୃଦ୍ଧି, ବନ୍ୟା, ବାତ୍ୟା, ବାୟୁ ପ୍ରଦୂଷଣ, ବନାଗ୍ନି ଦ୍ବାରା ପ୍ରଭାବିତ କରାଇଥାଏ । ତେଣୁ ଗର୍ଭାବସ୍ଥାରେ ମହିଳାଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଉଛି।
ନିକଟରେ କେପଟାଉନରେ ଦକ୍ଷିଣ ଆଫ୍ରିକା ଏବଂ ଆଲାଇନ୍ଏମ୍ଏନ୍ଏଚ୍ ଦ୍ୱାରା ଆୟୋଜିତ ଆଇଏମ୍ଏନ୍ଏଚ୍ସି ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମାତୃ, ନବଜାତ ଶିଶୁ, ଶିଶୁ ଏବଂ କିଶୋର ସ୍ୱାସ୍ଥ୍ୟ ଏବଂ ବାର୍ଦ୍ଧକ୍ୟ ବିଭାଗର ନିର୍ଦ୍ଦେଶକ ଡା. ଅଂଶୁ ବାନାର୍ଜି କହିଛନ୍ତି, "ମହିଳା ଏବଂ ସମ୍ପ୍ରଦାୟ ଗୋଷ୍ଠୀର ପ୍ରତିନିଧୀ, ସ୍ୱାସ୍ଥ୍ୟକର୍ମୀ ସଙ୍ଗଠନ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହିତ କଥାବାର୍ତ୍ତା, ସେମାନଙ୍କର ଆବଶ୍ୟକତାକୁ ଚିହ୍ନଟ କରିବା ଏବଂ ସମାଧାନ କରିବା, ବିଭିନ୍ନ ଆଚରଣ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ନୀତି, ସ୍ୱାସ୍ଥ୍ୟ ଉପରେ ସରକାର ବିଶେଷ ଧ୍ୟାନ ଦେବା ଆବଶ୍ୟକ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ