ଶୋଇବା ସମୟ ପାଖେଇ ଆସୁଥିବା ବେଳେ ଆପଣ ଯଦି ଚା, କଫି
ପିଅନ୍ତି, ତାହା ହେଲେ ଆପଣଙ୍କ ନିଦ ଆଉ ହେବନି ।
ଏସବୁ ପାନୀୟ ନିଦ ନ ହେବା ପାଇଁ ପ୍ରଜୁଯ୍ୟ । କିନ୍ତୁ ଭଲ ନିଦ ହେବା ପାଇଁ
ବି କିଛି ଖାଦ୍ୟ ଓ ପାନୀୟ ରହିଛି । ଏସବୁ ଖାଦ୍ୟ ଓ ପାନୀୟ ଗ୍ରହଣ କଲେ
ରାତିରେ ଭଲ ନିଦ ହେବା ସହ ସକାଳେ ଉଠିବା ସମୟ ଆପଣଙ୍କ ପାଇଁ ଖୁବ
ଆରାମଦାୟକ ହେବ । ଆସନ୍ତୁ କିଛି ‘ନିଦ୍ରା ବର୍ଦ୍ଧକ’ ବା ‘ସ୍ଲିପ୍
ଇଂଡ୍ୟୁସିଙ୍ଗ’ ଖାଦ୍ୟ ବାବଦରେ ଆଲୋଚନା କରିବା ।
୧. ଗରମ କ୍ଷୀର – ଶୋଇବା ପୂର୍ବରୁ ଏକ ଗ୍ଲାସ ଗରମ କ୍ଷୀର ପିଇବା
ପାଇଁ ଜେଜେମା ଆପଣଙ୍କୁ ବାଧ୍ୟ କରୁଥିବା ଆପଣ ନିଶ୍ଚିତ ମନେ
ରଖିଥିବେ । ରାତିରେ ଭଲ ନିଦ ପାଇଁ ଗରମ କ୍ଷୀର ପିିଇବା ଦରକାର ।
କ୍ଷୀରରେ ଟ୍ରିପ୍ଟୋଫାନ୍, କ୍ୟାଲସିୟମ, ମେଲାଟୋନିନ ଓ ଭିଟାମିନ ଡି
ରହିଥାଏ । ଏସବୁ ନିଦ ପାଇଁ ସହାୟକ ହୋଇଥାଏ । ଗରମ କ୍ଷୀରରେ
ସାମାନ୍ୟ ହଳଦୀଗୁଣ୍ଡ ମିଶାଇ ପିଇଲେ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ ।
୨. ବାଦାମ- ସବୁ ପ୍ରକାର ବାଦାମରେ ମ୍ୟାଗ୍ନେସିୟମ, ଟ୍ରିପ୍ଟୋଫାନ ସହ
ମେଲାଟୋନିନ ଥାଏ । ଏସବୁ ମିଳିତ ଉପାଦାନ ଇନସୋମନିଆ ଭଳି ରୋଗର
ମୁକାବିଲାରେ ସହାୟକ ହୋଇଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି ।
ରୋଗର ମୁକାବିଲାରେ ସହାୟକ ହୋଇଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି ।
୩. କ୍ୟାମୋମାଇଲ ଚା’ – ଟି ଫ୍ୟାମିଲିର ଏହା ହେଉଛି ଅନ୍ୟତମ ପ୍ରସିଦ୍ଧ ଟି । କ୍ୟାମୋମାଇଲ ଚା’ ଚାପ ଓ ବ୍ୟଗ୍ରତାରୁ ଆଶ୍ୱସ୍ତି ଦେବା ସହ ସୁନିଦ୍ରାରେ ସହାୟକ ହୋଇଥାଏ । ଏହି ଚା’ରେ ଫ୍ଲାଭୋନଏଡ ଓ ଆପିଜେନିନ ଭଳି ଆଣ୍ଟିଅକ୍ସିଡାଣ୍ଟସ୍ ଥାଏ, ଯାହାକି ଇନସୋମନିଆ ହ୍ରାସରେ ସହାୟକ ହୋଇଥାଏ ।
୪. କିୱି- ଭିଟାମିନ ସିରେ ଭରପୂର କିୱି ଫଳ । ଏଥିରେ କ୍ୟାଲୋରି କମ ଥାଏ ଓ ଅଧିକ ପୋଷକ ରହିଥାଏ । ଏହି ଫଳରେ ବି ମେଲାଟୋନିନ, ଫୋଲେଟ୍, ମ୍ୟାଗ୍ନେସିୟମ ଆଦି ରହିଥାଏ, ଯାହାକି ନିଦ୍ରା ବର୍ଦ୍ଧକ ଉପାଦାନ ଭାବେ ଜଣାଶୁଣା ।
୫. ଟର୍କି – ଥ୍ୟାଙ୍କସଗିଭିଂ ଉତ୍ସବରେ ରାତ୍ର ଭୋଜନରେ ଟର୍କି ମାଂସ ଖାଇଲେ ଲୋକଙ୍କୁ ଭଲ ନିଦ ହୋଇଥାଏ । କିଛି ଦେଶରେ ଟର୍କି ପକ୍ଷୀ ମାଂସ ବେଶ୍ ଲୋକପ୍ରିୟ । ଏଥିରେ ପ୍ରୋଟିନ ଓ ଟ୍ରିପ୍ଟୋଫାନ ଥାଏ, ଯାହା କ୍ଲାନ୍ତି ସୃଷ୍ଟି କରିବା ସହ ସୁନିଦ୍ରାରେ ସାହାଯ୍ୟ କରିଥାଏ ।
୬. ଫ୍ୟାଟି ଫିସ୍ – ସାଲମନ, ଟୁନା ଭଳି ଫ୍ୟାଟି ଫିସରେ ଭିଟାମିନ ଡି ଏବଂ ଓମେଗା-୩ ଫ୍ୟାଟି ଏସିଡ ଥାଏ । ଏହା ଶରୀରରେ ସେରୋଟୋନିନ ନିୟନ୍ତ୍ରଣ କରିଥାଏ । ଗୁଣାତ୍ମକ ନିଦ୍ରା ଓ ନିଦ୍ରାଚକ୍ର ବିକାଶରେ ଏହା ସହାୟକ ହୋଇଥାଏ ।
ଭଲ ନିଦ୍ରା ପାଇଁ ଆଉ କିଛି ଉପାୟ
ନିଦହେବା ପାଇଁ ଆବଶ୍ୟକୀୟ ଖାଦ୍ୟପେୟ ସହ ଆଉ କିଛି କଥା ବି ମନେ ରଖିବା ଜରୁରି ।
. ଶୋଇବା ପୂର୍ବରୁ ଟିଭି ବା ମୋବାଇଲ ଦେଖନ୍ତୁ ନାହିଁ ।
. କ୍ୟାଫିନ ସମ୍ଭାବନା ଥିବା ଯେକୌଣସି ଖାଦ୍ୟ ଓ ପାନୀୟରୁ ଦୂରେଇ ରହନ୍ତୁ ।
.ବିଛଣାକୁ ଯିବା ପୂର୍ବରୁ ଧୂମ୍ରପାନ କରନ୍ତୁ ନାହିଁ ।
. ଗୁରୁ ଓ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।
. ଦିନ ସାରା ପ୍ରଚୁର ପାଣି ପିଅନ୍ତୁ ।
. ନିୟମିତ ରୁଟିନ୍ରେ ନିୟମିତ ୱାର୍କଆଉଟ ସେସନ ରଖନ୍ତୁ ।
. ଭୋଜନ ଓ ଶୋଇବା ସମୟରେ ଦୁଇ ତିନି ଘଣ୍ଟା ବ୍ୟବଧାନ ରଖନ୍ତୁ ।
. ଧ୍ୟାନଯୋଗ କରି ମନ, ମସ୍ତିଷ୍କକୁ ଶାନ୍ତ ଓ ସ୍ଥିର ରଖନ୍ତୁ
. ଦିନବେଳା ଅଧିକ ସମୟ ଶୁଅନ୍ତୁ ନାହିଁ । ୧୫-୨୦ ମିନିଟ ଶୋଇଲେ କିଛି ଅସୁବିଧା ନାହିଁ ।
ଏକ ସୁସ୍ଥ ମନ ଓ ସୁସ୍ଥ ଶରୀର ଆପଣଙ୍କ ସୁନିଦ୍ରା ପାଇଁ ଅତି ଜରୁରି । ଗୁଣାତ୍ମକ ନିଦ୍ରା ଓ ନିଦ୍ରାଚକ୍ରରେ ଉନ୍ନତି ପାଇଁ ବି ସୁସ୍ଥ ମନ ଓ ଶରୀର ଦରକାର । ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଓ ସଠିକ ଜୀବନଶୈଳୀ ଦ୍ୱାରା ଆପଣ ନିଦ୍ରା ନ ହେବା ସ୍ଥିତିରୁ ମୁକୁଳିପାରିବେ ।