ETV Bharat / sukhibhava

ଅନୁସନ୍ଧାନ: 59% ଲଙ୍ଗ୍ କୋଭିଡରେ ଆକ୍ରାନ୍ତ ବ୍ୟକ୍ତିଙ୍କର ବର୍ଷକ ପରେ ଦୁର୍ବଳ ହେଉଛି ଅଙ୍ଗ - ଅନୁସନ୍ଧାନ ଖବର

ଲଙ୍ଗ୍ କୋଭିଡ୍ ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ଆସିଲା ଆଉ ଏକ ଚିନ୍ତାଜନକ ତଥ୍ୟ । ଏକ ନୂତନ ଅନୁସନ୍ଧାନ ଅନୁସାରେ, ଯେଉଁମାନେ ଲଙ୍ଗ୍ କୋଭିଡରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ମଧ୍ୟରୁ 59 ପ୍ରତିଶତ ବ୍ୟକ୍ତିଙ୍କର ଅନ୍ୟାନ୍ୟ ଅଙ୍ଗ ଦୁର୍ବଳ ହେଉଛି । ଅଧିକ ପଢନ୍ତୁ

long Covid
long Covid
author img

By

Published : Feb 24, 2023, 11:06 AM IST

ଲଣ୍ଡନ: କୋଭିଡର ଭୟାବହତା ଧୀରେ ଧୀରେ ହ୍ରାସ ପାଇଛି, ପୁଣି ଥରେ ଜୀବନ ସ୍ବାଭାବିକ ହେଉଛି । ହେଲେ ଏବେ ବି ମହାମାରୀର ପ୍ରକୋପ ଉପରେ ବୈଜ୍ଞାନିକଙ୍କ ଅନୁସନ୍ଧାନ ଜାରିରହିଛି । ଏହି ପରିପ୍ରେକ୍ଷୀରେ ବୈଜ୍ଞାନିକମାନେ ଆଉ ଏକ ଆଶ୍ଚର୍ଯ୍ୟକର ତଥ୍ୟ ପାଇଛନ୍ତି । ଅନୁସନ୍ଧାନ ଅନୁସାରେ ଲଙ୍ଗ୍ କୋଭିଡରେ ଆକ୍ରାନ୍ତ ବ୍ୟକ୍ତି, ଯେଉଁମାନଙ୍କର ପ୍ରାରମ୍ଭିକ ଲକ୍ଷଣ ଥିଲା ସେମାନଙ୍କ ମଧ୍ୟରୁ 59 ପ୍ରତିଶତ ରୋଗୀଙ୍କର ବର୍ଷକ ପରେ ବିଭିନ୍ନ ଅର୍ଗାନ୍ ଡ୍ୟାମେଜ ହେବାକୁ ଲାଗୁଛି ।

ଏପରିକି ଯେଉଁମାନେ ପ୍ରାଥମିକ ପର୍ଯ୍ୟାୟରେ ଆକ୍ରାନ୍ତ ହୋଇଥିଲେ, କିନ୍ତୁ ଗୁରୁତର ନଥିଲେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏପରି ସମସ୍ୟା ଦେଖାଦେଉଛି । ରୟାଲ୍ ସୋସାଇଟି ଅଫ୍ ମେଡିସିନ୍ ଜର୍ଣ୍ଣାଲରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି । ଖବର ମୁତାବକ ଏହି ଅନୁସନ୍ଧାନରେ ଜଣେ ଭାରତୀୟ ବଂଶୋଦ୍ଭବ ମୁଖ୍ୟ ଅନୁସନ୍ଧାନକାରୀ ଭାବେ ଭାଗ ନେଇଛନ୍ତି ।

ଅନୁସନ୍ଧାନରୁ ଏହା ପ୍ରମାଣିତ ହୋଇଛି ଯେ, ଦୀର୍ଘ କୋଭିଡ(ଲଙ୍ଗ୍ କୋଭିଡ) ରୋଗୀଙ୍କ ମଧ୍ୟରୁ 29 ପ୍ରତିଶତ ରୋଗୀଙ୍କ ମଲ୍ଟି-ଅର୍ଗାନ୍(ବିଭିନ୍ନ ଅଙ୍ଗ) ଅକ୍ଷମତା ରହିଛି, ଏହାର ଲକ୍ଷଣ 6ରୁ 12 ମାସ ମଧ୍ୟରେ ଦେଖା ଯାଇଥିଲା । ପ୍ରାରମ୍ଭିକ ନିରାକରଣର 12 ମାସ ପରେ ପ୍ରାୟ 59% ଲଙ୍ଗ୍ କୋଭିଡ ରୋଗୀଙ୍କର ଗୋଟିଏ ଅଙ୍ଗ ଦୁର୍ବଳ ହେଉଥିବା ଜଣାପଡିଛି ।

ଲଣ୍ଡନ ୟୁନିଭର୍ସିଟି କଲେଜ ଲଣ୍ଡନର ବରିଷ୍ଠ ଲେଖକ ପ୍ରଫେସର ଅମିତାଭ ବାନାର୍ଜୀ କହିଛନ୍ତି, "ଛଅ ଏବଂ 12 ମାସରେ ଏହାର ଲକ୍ଷଣ ସାଧାରଣ ଥିଲା ଏବଂ ମହିଳା ଓ ଯୁବ ବର୍ଗଙ୍କ ଠାରେ ମଧ୍ୟ ଅଙ୍ଗ ଦୁର୍ବଳତା ଦେଖିବାକୁ ମିଳିଥିଲା । ପୂର୍ବରୁ ଅନେକ ଅଧ୍ୟୟନ ଏକ ବର୍ଷ ପର୍ଯ୍ୟନ୍ତ ଲଙ୍ଗ୍ କୋଭିଡ୍ ଥିବା ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଗୁଡିକର ସ୍ଥିରତାକୁ ନିଶ୍ଚିତ କରିଛନ୍ତି । କିନ୍ତୁ ବର୍ତ୍ତମାନ କରାଯାଇଥିବା ଅଧ୍ୟୟନରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହା ସ୍ପଷ୍ଟ କରୁଛି ଯେ, କୋଭିଡ୍ ଥିବା ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ତିନିଜଣଙ୍କର ଅତି କମରେ ଗୋଟିଏ ଅଙ୍ଗରେ ଦୁର୍ବଳତା ରହୁଛି ଏବଂ ଲକ୍ଷଣ ବିହୀନ ପ୍ରତି ଚାରିଜଣଙ୍କ ମଧ୍ୟରୁ ଜଣେଙ୍କର ଦୁଇ କିମ୍ବା ଅଧିକ ଅଙ୍ଗରେ ଦୁର୍ବଳତା ଦେଖାଯାଉଛି ।

ଏହି ଅଧ୍ୟୟନ 536 ଲଙ୍ଗ୍ କୋଭିଡ୍ ଥିବା ରୋଗୀଙ୍କୁ ନେଇ କରାଯାଇଥିଲା, ଯେଉଁଥିରେ 331(62 ପ୍ରତିଶତ) ରୋଗୀ ପ୍ରାରମ୍ଭିକ ନିରାକରଣର ଛଅ ମାସ ପରେ ଅଙ୍ଗ ଦୁର୍ବଳତା ଥିବା ଦେଖିବାକୁ ମିଳିଛି । ଲଙ୍ଗ୍ କୋଭିଡରେ ଅଙ୍ଗ ଦୁର୍ବଳତା ଲକ୍ଷଣ, ଜୀବନ ଗୁଣ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ତେଣୁ ଲଙ୍ଗ୍ କୋଭିଡର ଆକ୍ରାନ୍ତ ହେଉଥିବା ରୋଗୀଙ୍କ ପ୍ରତିରୋଧ ତଥା ସମନ୍ୱିତ ଯତ୍ନର ଆବଶ୍ୟକତାକୁ ଏହି ଅନୁସନ୍ଧାନ ସୂଚାଉଛି ବୋଲି ବାନାର୍ଜୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.