ETV Bharat / sukhibhava

Childhood Allergies: କିପରି କରିବେ ମୁକାବିଲା, ଜାଣନ୍ତୁ 5ଟି ଉପାୟ

author img

By

Published : Jan 18, 2022, 4:20 PM IST

ପିତାମାତା ଶିଶୁଙ୍କୁ ଆଲର୍ଜି ସମେତ ପ୍ରତ୍ୟେକ ଛୋଟ ବିପଦରୁ ରକ୍ଷା କରିବାକୁ ଚାହିଁଥାନ୍ତି । ତେଣୁ ବିଶେଷଜ୍ଞଙ୍କ ଦ୍ବାରା ସୁପାରିଶ କରାଯାଇଥିବା 5ଟି ଉପାୟ ଅଛି, ଯାହା ପିତାମାତାଙ୍କୁ ସେମାନଙ୍କ ପିଲାଙ୍କ ଆଲର୍ଜି ପରିଚାଳନା କରିବାରେ ସାହାଯ୍ୟ କରିବ । ଅଧିକ ପଢନ୍ତୁ

Childhood Allergies: କିପରି କରିବେ ମୁକାବିଲା, ଜାଣନ୍ତୁ 5ଟି ଉପାୟ
Childhood Allergies: କିପରି କରିବେ ମୁକାବିଲା, ଜାଣନ୍ତୁ 5ଟି ଉପାୟ

ହାଇଦ୍ରାବାଦ: ଭାରତରେ ସବୁଠାରୁ ସାଧାରଣ ଆଲର୍ଜି ହେଉଥିବା ଖାଦ୍ୟ ସାମଗ୍ରୀ ହେଉଛି କ୍ଷୀର, ଅଣ୍ଡା ଏବଂ କଦଳୀ । IAP ସର୍ବେକ୍ଷଣ ଅନୁଯାୟୀ 14 ବର୍ଷରୁ କମ୍ ପିଲାମାନଙ୍କ ମଧ୍ୟରୁ 11.4 ପ୍ରତିଶତ କୌଣସି ପ୍ରକାରର ଆଲର୍ଜିରେ ପୀଡିତ ହୋଇଥାନ୍ତି । ଏହି ଆଲର୍ଜି ସାଧାରଣତଃ ମେ ମାସରେ ଅଧିକ ଦେଖାଯାଇଥାଏ । ଥଣ୍ଡା, ଛିଙ୍କିବା, କାଶିବା, ଲାଲ ଆଖି, ଜିଭ ଫୁଲିଯିବା ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ଭଳି ଲକ୍ଷଣ ଦେଖାଯାଏ ।

ଏହି ସମୟରେ ଶିଶୁଟି ଅସୁସ୍ଥ ଅନୁଭବ କରିବା ସହିତ ଏହା ପିତାମାତାଙ୍କୁ ବେଳେବେଳେ ବ୍ୟସ୍ତବିବ୍ରତ କରାଏ । ସମୟ ଗଡ଼ିବା ସହିତ ଆଲର୍ଜି ଅଧିକ ମାତ୍ରାରେ ଦେଖାଯାଏ । ଏଥିଲାଗି ପିତାମାତା ଧୈର୍ଯ୍ୟ ଧରିବା ସହିତ ଏଥିରୁ କିପରି ବର୍ତ୍ତିବେ ତାହା ଜାଣିବା ଆବଶ୍ୟକ । ତେବେ ଏହାକୁ ମୁକାବିଲା କରିବା ପାଇଁ ଜାଣନ୍ତୁ ଏହି ୫ଟି ଉପାୟ...

ବ୍ୟସ୍ତ ହେବା ଉଚିତ ନୁହେଁ:-

ଏହି ସମୟ ମଧ୍ୟରେ ଚାପମୁକ୍ତ ଏବଂ ଶାନ୍ତ ରହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଆପଣ ଥରେ ଲକ୍ଷଣ ବିଷୟରେ ଜାଣିବା ପରେ, ନିଜ ପାଖରେ ସର୍ବଦା ପ୍ରାଥମିକ ଚିକିତ୍ସା ପାଇଁ ଆଣ୍ଟିଆଲର୍ଜିକ୍ କିଟ୍ ରଖିବା ଆବଶ୍ୟକ । ଏହି କିଟ୍‌କୁ ଶିଶୁରୋଗ ବିଶେଷଜ୍ଞଙ୍କ ସାହାଯ୍ୟରେ ତିଆରି କରାଯାଇ ପାରିବ ।

ଶିଶୁଙ୍କୁ ମାଟିରେ ଖେଳିବାକୁ ଅନୁମତି ଦିଅନ୍ତୁ:-

ଆମେ ସମସ୍ତେ ମାଟି ମାଆର ସନ୍ତାନ । ଆମର ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପ୍ରକୃତିର ନିଜସ୍ବ ଉପାୟ ରହିଛି । ପିଲାମାନଙ୍କ ବିଷୟରେ ଅତ୍ୟଧିକ ପ୍ରତିରକ୍ଷାକାରୀ ହେବା, ସେମାନଙ୍କୁ ହାତକୁ ଅପରିଷ୍କାର ନକରିବା ସେମାନଙ୍କର ସମ୍ବେଦନଶୀଳତା ପ୍ରତିକ୍ରିୟାକୁ ବଢାଇଥାଏ । ଏଣୁ ସେମାନଙ୍କୁ ପାର୍କରେ ଖେଳିବାକୁ ଦିଅନ୍ତୁ ଏବଂ ଥରେ ମଇଳା ହେବାକୁ ଦିଅନ୍ତୁ ।

ଅତ୍ୟଧିକ ଆଣ୍ଟିବାଓଟିକ ବ୍ୟବହାରକୁ ବନ୍ଦ କରନ୍ତୁ:-

ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁସାରେ ଲିକ୍ ଗଟ୍‌ ସିଣ୍ଡ୍ରୋମ(ହଜମ ପ୍ରକ୍ରିୟା ଯାହା ଅନ୍ତନଳୀକୁ ପ୍ରଭାବିତ କରେ) । ଏହା ଅତ୍ୟଧିକ ଆଣ୍ଟିବାଓଟିକ ଓ ପ୍ୟାକ୍ଡ ଆସୁଥିବା ଖାଦ୍ୟ ଖାଇଲେ ହୋଇଥାଏ । ଏହା ଆମ ଅନ୍ତଃନଳୀରେ ଗର୍ତ୍ତ ସୃଷ୍ଟି କରେ । ଯାହା ସମୟ ଅନୁସାରେ ବଡ଼ ହୋଇଥାଏ । ଯାହାକି ପରବର୍ତ୍ତୀ ସମୟରେ ଶରୀରରେ ଅଧିକ ଆଲର୍ଜି ହେବାର କାରଣ ପାଲଟିଥାଏ ।

ଆଲର୍ଜିର କାରଣ ଜାଣିବା ଆବଶ୍ୟକ:-

ଆପଣ ଯେତେବେଳେ ଜାଣିବାକୁ ପାଆନ୍ତି ଯେ ଆପଣଙ୍କ ଶିଶୁ ଆଲର୍ଜିର ଶିକାର ହୋଇଛି, ସେତେବେଳେ ତାହାର କାରଣ ଜାଣିବା ଆବଶ୍ୟକ । କେଉଁ ଖାଦ୍ୟ, କପଡ଼ା, ସ୍କିନକେୟାର ଉତ୍ପାଦ ଆଲର୍ଜିର କାରଣ ସେ ସମ୍ପର୍କରେ ଜାଣିବା ଆବଶ୍ୟକ । ଏହାସହିତ ଆଲର୍ଜିର ଲକ୍ଷଣ ସମ୍ପର୍କରେ ମଧ୍ୟ ପିତାମାତା ଅବଗତ ହେବା ଦରକାର ।

ପ୍ରକୃତିଗତ ଆଲୋଭେରା ଉତ୍ପାଦର ବ୍ୟବହାର:-

ଯେକୌଣସି ଆଲର୍ଜିରୁ ଉପଚାର ପାଇଁ ଆଲୋଭେରା ଉତ୍ପାଦର ବ୍ୟବହାର କରିବା ଉଚିତ । ପିଲାମାନଙ୍କ ପାଇଁ ପ୍ରାକୃତିକ, ଜୈବିକ ଏବଂ ଶୁଦ୍ଧ ଆଲୋଭେରା-ଆଧାରିତ ଉତ୍ପାଦ ବ୍ୟବହାର କରିବାକୁ ଆମେ ପରାମର୍ଶ ଦେଇଥାଉ ଯାହା ଦ୍ବାରା ସେମାନଙ୍କର ଚର୍ମ ଚିକ୍କଣ, ଶାନ୍ତ ଏବଂ ସତେଜ ରହିଥାଏ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.