ETV Bharat / sukhibhava

କମ ଖର୍ଚ୍ଚରେ ବସରେ ବୁଲନ୍ତୁ ଭାରତର ଏହି ୧୦ ପ୍ରସିଦ୍ଧ ସ୍ଥାନ

author img

By

Published : Sep 28, 2022, 7:49 PM IST

କାର୍ ଭଳି ଛୋଟ ଯାନରେ ଯାତ୍ରା କରିବା ବଦଳରେ ବସ୍‌ରେ ଯାତ୍ରା କରିବା ଉଚିତ୍ । କାରଣ ବସ୍‌ରୁ କମ୍ ଧୂଆଁ ନିର୍ଗତ ହୋଇଥାଏ, ଯାହା କାର୍ବନ ପରିମାଣକୁ ହ୍ରାସ କରିଥାଏ । ବସ୍ ଯୋଗେ ସୁରକ୍ଷିତ ଯାତ୍ରା କରନ୍ତୁ ଭାରତର ଏହି 10ଟି ପ୍ରସିଦ୍ଧ ସ୍ଥାନ ।

Etv Bharatବସ୍ ଯୋଗେ ସୁରକ୍ଷିତ ଯାତ୍ରା କରନ୍ତୁ ଭାରତର ଏହି 10ଟି ପ୍ରସିଦ୍ଧ ସ୍ଥାନ

ନୂଆଦିଲ୍ଲୀ: ସାଧାରଣତଃ ମିନି ଟ୍ରାଭେଲର୍ ଅର୍ଥାତ୍ କାର୍ ବା ଟେମ୍ପୋ ତୁଳନାରେ ବସ୍‌ରେ ଏକା ସାଙ୍ଗରେ ଅଧିକ ଯାତ୍ରୀ ଯାତ୍ରା କରିପାରନ୍ତି । କାର୍ ଭଳି ଛୋଟ ଯାନରେ ଯାତ୍ରା କରିବା ବଦଳରେ ବସ୍‌ରେ ଯାତ୍ରା କରିବା ଉଚିତ୍ । କାରଣ ବସ୍‌ରୁ କମ୍ ଧୂଆଁ ନିର୍ଗତ ହୋଇଥାଏ, ଯାହା କାର୍ବନ ପରିମାଣକୁ ହ୍ରାସ କରିଥାଏ । ବସ୍ ଯୋଗେ ଯାତ୍ରା କରିବା ମଧ୍ୟ ଚାପମୁକ୍ତ ଏବଂ ସାଧାରଣତଃ ଆରାମଦାୟକ ହୋଇପାରେ, କାରଣ ଏହା ଅର୍ଥନୈତିକ ଦୃଷ୍ଟିରୁ ସବିଧା ଯୋଗାଇବା ସହ ଯାତ୍ରୀମାନଙ୍କୁ ପାର୍କିଂ, ଟୋଲ୍ ଫି' ଏବଂ ଦୂର ଦୂରାନ୍ତର ଚାଳନା ଚାପରୁ ମଧ୍ୟ ରକ୍ଷା କରିଥାଏ ।

ତେଣୁ ଇଣ୍ଟରନ୍ୟାସନାଲ କମ୍ୟୁନିଟି ଆଣ୍ଡ ଡେମୋନଷ୍ଟ୍ରେଟ ପର୍ଯ୍ୟଟନର ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହା କିପରି ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ମୂଲ୍ୟବୋଧକୁ ପ୍ରଭାବିତ କରେ ତାହା ଦର୍ଶାଇବାକୁ ଏକ ପ୍ରୟାସରେ, ରେଡବସ୍(redBus) ଶ୍ରେଷ୍ଠ ୧୦ଟି ବସ୍ ମାର୍ଗର ଏକ ତାଲିକା ସେୟାର୍ କରିଛି, ଯାହା ଲୋକଙ୍କୁ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ସହଜ ଏବଂ ସୁବିଧାରେ ପହଞ୍ଚାଇବାରେ ସହାୟକ ହେବ । ନିମ୍ନରେ ଏହିସବୁ ସ୍ଥାନ ବାବଦରେ ଆଲୋଚନା କରାଯାଇଛି...

ମୁମ୍ବାଇରୁ ପଞ୍ଚଗାନି:-

ମୁମ୍ବାଇରୁ ପଞ୍ଚଗାନି
ମୁମ୍ବାଇରୁ ପଞ୍ଚଗାନି

ଉତ୍ତାପରୁ ରକ୍ଷା ପାଇବା ପାଇଁ ପାଶ୍ଚାତ୍ୟ ଘାଟର ଆକର୍ଷଣୀୟ ପାହାଡ ପରିଦର୍ଶନ କରନ୍ତୁ ! ମୁମ୍ବାଇରୁ ପଞ୍ଚଗାନି ପର୍ଯ୍ୟନ୍ତ ବସ୍ ଯାତ୍ରା ପ୍ରାୟ ପାଞ୍ଚ ଘଣ୍ଟା ସମୟ ଲାଗେ । ପଞ୍ଚଗାନି ବସ୍ ମୁମ୍ବାଇରୁ ପ୍ରାୟତ ଯାତ୍ରା କରିଥାଏ । ଲଗ୍ଜୁରୀ ଠାରୁ ଆରମ୍ଭ କରି ସେମି-ଲଗ୍ଜୁରୀ(luxury to semi-luxury) ଏବଂ ସବୁଧି ଅନୁସାରେ ବିଭିନ୍ନ ବଜେଟ୍‌ର ବସ୍ ଉପଲବ୍ଧ ।

ପୁଣେରୁ ମହାବଳେଶ୍ୱର:-

ପୁଣେରୁ ମହାବଳେଶ୍ୱର
ପୁଣେରୁ ମହାବଳେଶ୍ୱର

ଏହା ମହାରାଷ୍ଟ୍ରର ସବୁଠାରୁ ସୁନ୍ଦର ସ୍ଥାନ । ଏକ୍ସପ୍ରେସୱେ ସତରା ଘାଟ ଦେଇ ଆରାମଦାୟକ ଯାତ୍ରା ପ୍ରଦାନ କରେ ଏବଂ ତିନି ଘଣ୍ଟାର ଯାତ୍ରା ପରେ ଶେଷ ହୁଏ ମହାବଳେଶ୍ବରରେ ପହଞ୍ଚିବାକୁ ପଡେ । ପର୍ବତର ଅଙ୍କା ବଙ୍କା ରାସ୍ତା ଦେଇ ଯିବା ସମୟରେ ପ୍ରାକୃତିକ ସୁନ୍ଦରତା ଆପଣଙ୍କ ଯାତ୍ରାକୁ ଆହୁରି ଦ୍ବିଗୁଣିତ କରିଦେବ ।

ଶିମଲାରୁ ମନାଲି:-

ଶିମଲାରୁ ମନାଲି
ଶିମଲାରୁ ମନାଲି

ଶିମଲା ଏବଂ ମନାଲି ବାବଦରେ କାହାକୁ ବା ଅଛପା । ପର୍ଯ୍ୟଟନ କ୍ଷେତ୍ର ଭାବରେ ମନାଲି ଏକ ଆକର୍ଷଣୀୟ ସ୍ଥାନ । ଶିମଲାର ଉତ୍ତର-ପୂର୍ବ ଆଡକୁ 250 କିଲୋମିଟର ଯାତ୍ରା ପରେ ମନାଲି ପଡିବ ଏବଂ ଏହି ମାର୍ଗ ହିମାଳୟର ଦୁର୍ଗମ ପାର୍ବତ୍ୟ ସୀମା ଦେଇ ଯିବ । ଶିମଲା ଠାରୁ ମନାଲିରେ ପହଞ୍ଚିବାକୁ 7-8 ଘଣ୍ଟା ଲାଗେ, ଯେଉଁଥିରେ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ସୁବିଧା ମଧ୍ୟ ରହିଛି । ରାସ୍ତାର ଗୋଟିଏ ପାର୍ଶ୍ୱରେ ଥିବା ଚମତ୍କାର ପର୍ବତ ଏବଂ ଅନ୍ୟ ପଟେ ସବୁଜ ଉପତ୍ୟକା ମନ ମୋହିଥାଏ ।

ଦିଲ୍ଲୀରୁ ଲେହ:-

ଦିଲ୍ଲୀରୁ ଲେହ
ଦିଲ୍ଲୀରୁ ଲେହ

ଲେହ ହେଉଛି ଭାରତର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ଗୋଟିଏ । ଅବଶ୍ୟ, ଏହି ମାର୍ଗଟି ଦୁନିଆର ସର୍ବୋଚ୍ଚ ଏବଂ ସବୁଠାରୁ କଷ୍ଟସାଧ୍ୟ ମୋଟରୱେ ମଧ୍ୟରୁ ଗୋଟିଏ, ତଥାପି ବସ୍ ଯାତ୍ରା ଆପଣଙ୍କୁ ଦିଲ୍ଲୀରୁ ଆରାମଦାୟକ ଭାବେ ଚଣ୍ଡିଗଡ଼, କୁଲୁ, ମନାଲି ଏବଂ କିଲଙ୍ଗ ଦେଇ ଲେହର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନରେ ପହଞ୍ଚାଇବ । ଏଥିପାଇଁ ISBT ଦିଲ୍ଲୀର ଏକ ବସ୍ ମାଧ୍ୟମରେ ଯିବାକୁ ପଡିଥାଏ ।

ତୱାଙ୍ଗରୁ ଗୌହାଟୀ:-

ତୱାଙ୍ଗରୁ ଗୌହାଟୀ
ତୱାଙ୍ଗରୁ ଗୌହାଟୀ

ଗୌହାଟୀ ଠାରୁ ତାୱାଙ୍ଗ ହେଉଛି ଭାରତର ସବୁଠାରୁ ସୁନ୍ଦର ଏବଂ କଠିନ ମାର୍ଗ ମଧ୍ୟରୁ ଅନ୍ୟତମ । ତୁଷାର ଆଚ୍ଛାଦିତ ପର୍ବତ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସ୍ଥାନ ଏକ ନିଆରା ଅନୁଭୂତି ଦେଇଥାଏ । ଗୌହାଟୀରୁ ତାୱାଙ୍ଗରେ ପହଞ୍ଚିବା ପାଇଁ ତେଜପୁରରୁ ବସ୍ ବଦଳାଇବାକୁ ପଡିବ, ଯାହା ପରେ ତାୱାଙ୍ଗରେ ପହଞ୍ଚିବାକୁ ପ୍ରାୟ 12 ଘଣ୍ଟା ସମୟ ଲାଗିଥାଏ ।

ବିଶାଖାପାଟନମରୁ ଆରକୁ ଉପତ୍ୟକା:-

ବିଶାଖାପାଟନମରୁ ଆରକୁ ଉପତ୍ୟକା
ବିଶାଖାପାଟନମରୁ ଆରକୁ ଉପତ୍ୟକା

ବିଶାଖାପାଟନମ୍ ସହରର 111 କିଲୋମିଟର ପଶ୍ଚିମରେ ଅବସ୍ଥିତ ଆରକୁ ଉପତ୍ୟକା, ଯାହା ପୂର୍ବ ଘାଟ ପର୍ବତମାଳାର ଘନ ଜଙ୍ଗଲ ଦ୍ୱାରା ଘେରି ରହିଛି । ବିଶାଖାପାଟନମରୁ ଆରକୁ ବସ୍ ଯାତ୍ରା ଚାରି ଘଣ୍ଟା ଲାଗିଥାଏ । ବିଶାଖାପାଟନମରୁ ଆରକୁ ପର୍ଯ୍ୟନ୍ତ ପ୍ରଥମ ବସ୍ 5:00 ରୁ ଆରମ୍ଭ ହୁଏ ଏବଂ ଶେଷ ବସ୍ ବିଶାଖାପାଟନମ୍ ରୁ 2:15 PM ରେ APSRTC(Andhra Pradesh State Road Transport Corporation) ଦ୍ୱାରା ଚଳାଚଳ କରେ ।

ବାଙ୍ଗାଲୋରରୁ କୁର୍ଗ:-

ବାଙ୍ଗାଲୋରରୁ କୋର୍ଗ
ବାଙ୍ଗାଲୋରରୁ କୋର୍ଗ

ଯଦି ଆପଣ ବାଙ୍ଗାଲୋରର ଏକ ଆଇଟି ପ୍ରଫେସନାଲରେ ବ୍ୟସ୍ତବହୁଳ ଜୀବନ ଏବଂ କାର୍ଯ୍ୟସୂଚୀରୁ ଏକ ସଡ଼କ ଯାତ୍ରା ପାଇଁ ସଜାଗ ଅଛନ୍ତି ତେବେ କୁର୍ଗ ଯିବାର ପଥ ଅଟେ । ଦକ୍ଷିଣ କର୍ଣ୍ଣାଟକର ସୁନ୍ଦର କୋର୍ଗ ଅଞ୍ଚଳ ଏହାର ସବୁଜ ଦୃଶ୍ୟ ଏବଂ ଚମତ୍କାର ପର୍ବତ ଦୃଶ୍ୟ ପାଇଁ ଜଣାଶୁଣା । ବାଙ୍ଗାଲୋରରୁ କୋର୍ଗ ପର୍ଯ୍ୟନ୍ତ ବସ୍ ଯାତ୍ରା ସୁବିଧାଜନକ ଏବଂ ପ୍ରାୟ 5 ଘଣ୍ଟା 30 ମିନିଟ୍ ସମୟ ନେଇଥାଏ । ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ବିକଳ୍ପଗୁଡ଼ିକ ଅନେକ ଏବଂ ଏଥିରେ ଭଲଭୋସ୍ ଏବଂ ଅଣ-ଏସି ବସ୍ ଅନ୍ତର୍ଭୁକ୍ତ । ଏହା ସହିତ, ପରିଦର୍ଶକମାନେ ସେମାନଙ୍କର ଟିକେଟ୍ ଅନଲାଇନ ଏବଂ ଅଫଲାଇନ୍ କିଣିବାକୁ ପସନ୍ଦ କରନ୍ତି ।

ବେଙ୍ଗାଲୁରୁରୁ ଓଟି:-

ବେଙ୍ଗାଲୁରୁରୁ ଓଟି
ବେଙ୍ଗାଲୁରୁରୁ ଓଟି

ଓଟିରେ ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି, ଯାହା ବେଶ୍ ଜଣାଶୁଣା । ୱାଟରଫଲ୍ସ ଏବଂ ଜଳପ୍ରପାତ ବ୍ୟତୀତ ସୁନ୍ଦର ଉଡ୍‌ଲ୍ଯାଣ୍ଡ(woodlands) ଏବଂ ପ୍ରସିଦ୍ଧ ବଟାନିକାଲ୍ ଗାର୍ଡେନ । ଓଟିରେ ପହଞ୍ଚିବା ପାଇଁ ଆପଣଙ୍କୁ 6 ରୁ 7 ଘଣ୍ଟା ସମୟ ଲାଗିବ ।

ଜୟପୁରରୁ ଜୟସଲମର୍:-

ଜୟପୁରରୁ ଜୟସଲମର୍
ଜୟପୁରରୁ ଜୟସଲମର୍

ସୁସଜ୍ଜିତ ରାସ୍ତା ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ସାଙ୍ଗରେ ଏହି ଯାତ୍ରା ଅଧିକ ଉପଭୋଗ୍ୟ ହୋଇଥାଏ । ଜୟପୁର ଏବଂ ଜୟସଲମର୍ ମଧ୍ୟରେ ଏକାଧିକ ବସ୍ ଯାତାୟତ କରୁଛି । ସମଗ୍ର ଜୟପୁରରେ ଅନେକ ପିକଅପ୍ ପଏଣ୍ଟ ଅଛି ଏବଂ ଏହି ମାର୍ଗ ପାଇଁ ଟିକେଟ ଅନଲାଇନରେ କିଣିପାରିବେ ।

ମୁମ୍ବାଇରୁ ଗୋକର୍ନା:-

ମୁମ୍ବାଇରୁ ଗୋକର୍ନା
ମୁମ୍ବାଇରୁ ଗୋକର୍ନା

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ମୁମ୍ବାଇରୁ ଗୋକାର୍ନା ରାସ୍ତା । ପଶ୍ଚିମ ଘାଟ ଦେଇ ବସ୍ ଯୋଗେ ଯିବାକୁ ପଡିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.