ETV Bharat / state

ସମ୍ବଲପୁରରେ ଫେଲ ଗ୍ରୀନ ମହାନଦୀ କ୍ୟାମ୍ପେନ

ସମ୍ବଲପୁରରେ ଫେଲ ମାରିଛି ଜିଲ୍ଲାର ଗ୍ରୀନ ମହାନଦୀ କ୍ୟାମ୍ପେନ । ମହାନଦୀ କୂଳର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ଗତ ବର୍ଷ ନଦୀ କୂଳରେ 1 ଲକ୍ଷ 50 ହଜାର ଗଛ ଲଗାଯାଇଥିଲା । ଏବେ 25 ପ୍ରତିଶତ ଗଛ ନଷ୍ଟ ହୋଇଥିବା ସ୍ବୀକାର କରିଛନ୍ତି ଡିଏଫଓ ।

author img

By

Published : Jun 27, 2019, 11:01 PM IST

Updated : Jul 1, 2019, 4:28 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଫେଲ ମାରିଛି ଜିଲ୍ଲାର ଗ୍ରୀନ ମହାନଦୀ କ୍ୟାମ୍ପେନ । ମହାନଦୀ କୂଳର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ଗତ ବର୍ଷ ନଦୀ କୂଳରେ 1 ଲକ୍ଷ 50 ହଜାର ଗଛ ଲଗାଯାଇଥିଲା । ଜିଲ୍ଲାର ରେଙ୍ଗାଳୀର ସପନେଇ ସେତୁ ରୁ ଧମା ପର୍ଯ୍ୟନ୍ତ 1 କିମି ଦୂରତା ଭିତରେ ଉଭୟ ପାର୍ଶ୍ଵରେ ଏହି ଗଛ ସବୁ ଲଗାଯାଇଥିଲା । ଆଉ ଏହି ଅଭିଯାନରେ ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାମିଲ ହୋଇଥିଲେ । ତେବେ ବର୍ଷେ ନ ପୂରୁଣୁ ରିଂ ରୋଡ଼ରେ ଲଗାଯାଇଥିବା ଅଧିକାଂଶ ଗଛ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଏଥିପାଇଁ ସାଧାରଣ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ଏପଟେ ସମ୍ବଲପୁର ଡିଏଫଓ ଏହା ସ୍ୱୀକାର କରିଛନ୍ତି ଯେ, ଲଗାଯାଇଥିବା ଚାରା ମଧ୍ୟରୁ 25 ପ୍ରତିଶତ ଗଛ ନଷ୍ଟ ହୋଇଛି । ତେବେ ଗ୍ରାମଞ୍ଚଳରେ ଅଧିକ ଗଛ ବଞ୍ଚିଥିବା ବେଳେ ରିଂ ରୋଡ଼ ରେ ଅଧିକ ଚାରା ଗାଈଗୋରୁଙ୍କ ଦ୍ୱାରା ନଷ୍ଟ ହୋଇଛି। ହେଲେ ଚଳିତ ବର୍ଷ ନଷ୍ଟ ହୋଇଥିବା ଚାରା ବଦଳରେ ନୂଆ ଗଛ ଲଗାଯିବ ବୋଲି ଡିଏଫଓ କହିଛନ୍ତି।

ଗ୍ରୀନ ମହାନଦୀ ଅଭିଯାନକୁ ସ୍ଥାନୀୟ ଲୋକେ ସମର୍ଥନ କରିଛନ୍ତି । ତେବେ ଏହା କେବଳ ପ୍ରଚାର ପ୍ରସାରରେ ସୀମିତ ନରହି ବାସ୍ତବିକ ରୂପ ନେଉ ବୋଲି ଲୋକେ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସବୁଜ ସୁନ୍ଦର ମହାନଦୀର ଉଦ୍ଦେଶ୍ୟ ନେଇ ଗତ ବର୍ଷ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଥିଲା ଗ୍ରୀନ ମହାନଦୀ ଅଭିଯାନ। ମହାନଦୀ କୁଳର ସୁରକ୍ଷା ସୁରକ୍ଷା କରିବା ସହ ସବୁଜ ସୁନ୍ଦର ରଖିବା ଉଦ୍ଦେଶ୍ୟରେ ସମ୍ବଲପୁର ଜିଲ୍ଲାର ମହାନଦୀ କୂଳରେ ଦେଢ଼ ଲକ୍ଷ ଚାରା ରୋପଣ କରାଯାଇଥିଲା।ତେବେ ରକ୍ଷଣା ବେକ୍ଷଣ ଅଭାବରେ ବହୁ ସଂଖ୍ୟକ ଗଛ ନଷ୍ଟ ହୋଇଯାଇଛି।

Body:ଫେଲ ମାରିଛି ସମ୍ବଲପୁର ଜିଲ୍ଲାର ଗ୍ରୀନ ମହାନଦୀ କ୍ୟାମ୍ପେନ। ମହାନଦୀର କୁଳର ସୁରକ୍ଷା ଓ ସୁନ୍ଦରତା ପାଇଁ ଗତ ବର୍ଷ ମହାନଦୀ କୂଳରେ 1 ଲକ୍ଷ 50 ହଜାର ଗଛ ଲଗାଯାଇଥିଲା। ସମ୍ବଲପୁର ଜିଲ୍ଲାର ରେଙ୍ଗାଳୀର ସପନେଇ ସେତୁ ରୁ ଧମା ପାର୍ଯ୍ୟନ୍ତ ମହାନଦୀ କୁଳର 1 କିମି ଦୂରତା ଭିତରେ ଉଭୟ ପାର୍ଶ୍ଵରେ ଏହି ଗଛସବୁ ଲଗାଯାଇଥିଲା।ଆଉ ଏହି ଅଭିଯାନରେ ବହୁ ସ୍ବେଛାସେବୀ ଅନୁଷ୍ଠାନ ସାମିଲ ହୋଇଥିଲା ।ତେବେ ଗୋଟିଏ ବର୍ଷ ନପୁରୁଣୁ ମହାନଦୀ କୂଳରେ ରିଂ ରୋଡ଼ ରେ ଲଗା ଯାଇଥିବା ଅଧିକାଂଶ ଗଛ ନଷ୍ଟ ହୋଇଥିବାର ଦେଖିବାକୁ ମିଳିଛି।ଏଥିପାଇଁ ସାଧାରଣ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ବାଇଟ-1- ଶୂରଞ୍ଜିନି ବାରିକ,ସ୍ଥାନୀୟ ଯୁବତୀ।
ବାଇଟ-2-ନିଉଟନ ରାୟ, ସ୍ଥାନୀୟ ସଚେତନ ନାଗରିକ।

ଏପଟେ ସମ୍ବଲପୁର ଡି ଫ ଓ ଏହା ସ୍ୱୀକାର କରିଛନ୍ତି ଯେ ଲଗା ଯାଇଥିବା ଚାରା ମଧ୍ୟରୁ 25 ପ୍ରତିଶତ ଗଛ ନଷ୍ଟ ହୋଇଛି। ତେବେ ଗ୍ରାମଞ୍ଚଳରେ ଅଧିକ ଗଛ ବଞ୍ଚିଥିବା ବେଳେ ରିଂ ରୋଡ଼ ରେ ଅଧିକ ଚାରା ଗାଈ ଗୋରୁ ଦ୍ୱାରା ନଷ୍ଟ ହୋଇଥିବାର ଡି ଫ ଓ କହିଛନ୍ତି। ହେଲେ ଚଳିତ ବର୍ଷ ପୁଣି ନଷ୍ଟ ହୋଇଥିବା ଚାରା ଗଛ ବଦଳରେ ନୁଆଁ ଗଛ ଲଗାଯିବ ବୋଲି ଡି ଫ ଓ କହିଛନ୍ତି।

ବାଇଟ-3- ଡା ସଞ୍ଜିତ, ଡି ଫ ଓ,ସମ୍ବଲପୁର।

Conclusion:ଗ୍ରୀନ ମହାନଦୀ ଅଭିଯାନ କୁ ସ୍ଥାନୀୟ ଲୋକେ ସମର୍ଥନ କରିଛନ୍ତି ତେବେ ଏହା କେବଳ ପ୍ରଚାର ପ୍ରସାର ରେ ସୀମିତ ନରହି ବାସ୍ତବିକ ରୂପ ନେଉ ବୋଲି ଲୋକେ କହିଛନ୍ତି।
Last Updated : Jul 1, 2019, 4:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.