ETV Bharat / state

ମଦ ପିଇ ନେଉଥିଲେ ସେଲ୍ଫି, ପୋଖରୀରେ ବୁଡି ଯୁବକ ମୃତ - କାଳ ପାଲଟିଲା ସେଲ୍ଫି

ରାଉରକେଲାରେ ଅଘଟଣ । ମଦ ପିଇ ସେଲ୍ଫି ନେବାକୁ ଯାଇ ପାଣିରେ ବୁଡିଗଲେ ଯୁବକ। ୧୬ ଘଣ୍ଟା ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଅଧିକ ପଢନ୍ତୁ

youth dies after fallen pond
youth dies after fallen pond
author img

By

Published : Feb 27, 2023, 1:51 PM IST

youth dies after fallen pond

ରାଉରକେଲା: କାଳ ପାଲଟିଲା ସେଲ୍ଫି । ମଦ ପିଇ ନିଶାସକ୍ତ ଅବସ୍ଥାରେ ସେଲ୍ଫି ନେଉଥିବା ବେଳେ ପୋଖରୀରେ ବୁଡିଗଲେ ଯୁବକ । ୧୬ ଘଣ୍ଟା ଧରି ଖୋଜା ଖୋଜି ପରେ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସହରର ଡିଏଭି ପୋଖରୀରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ହରିପୁର ବସ୍ତିର ଆକାଶ ଟପ୍ପୋ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବାସନ୍ତୀ କଲୋନି ହରିପୁର ବସ୍ତିର ଦୁଇ ଜଣ ଯୁବକ ଆକାଶ ଟପ୍ପୋ ଏବଂ ସୁରଜ କଲେଟ ଡିଏଭି ପୋଖରୀକୁ ବୁଲିବାକୁ ଆସିଥିଲେ । ଦୁଇ ଯୁବକ ବୁଲିବାକୁ ଆସି ଡିଏଭି ପୋଖରୀ ପଛ ପାର୍ଶ୍ଵରେ ମଦ ପିଇଥିଲେ । ଏହାପରେ ନିଶା ଶକ୍ତ ଅବସ୍ଥାରେ ପୋଖରୀ ନିକଟକୁ ଯାଇ ସେଲ୍ଫି ଉଠାଉଥିବା ବେଳେ ଆକାଶ ଟପ୍ପୋଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ଏହା ଦେଖି ତାଙ୍କ ସାଙ୍ଗ ସୁରଜ କଲେଟ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏଥିରେ ସେ ବିଫଳ ହୋଇଥିଲେ ।

ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଘଟଣା ସଂପର୍କରେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାତି ୧୦ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ । କିନ୍ତୁ ଯୁବକଙ୍କ ମୃତଦେହ ଉଦ୍ଧର କରିବାରେ ସଫଳ ହୋଇନଥିବା ଅଗ୍ନିଶନ ବିଭାଗ । ତେବେ ପୁଣି ଆଜି ସକାଳୁ ସକାଳୁ ଅଗ୍ନିଶମ ବିଭାଗ ଖୋଜାଖୋଜି କରିବାରୁ ପାଣି ଭିତରୁ ଯୁବକ ଜଣଙ୍କ ମୃତଦେହ ଉଦ୍ଧର ହୋଇଥିଲା ।

ଦାର୍ଘ ୧୬ ଘଣ୍ଟା ପରେ ଯୁବକ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ରାଉରକେଲା ଅଗ୍ନିଶମ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । ଆକାଶ ଟପ୍ପୋ ନିଶାରେ ଥିବା ବେଳେ ସେଲ୍ଫି ନେବା କାରଣରୁ ଭାରସାମ୍ୟ ହରାଇ ଡିଏଭି ପୋଖରୀରେ ପଡ଼ିଯାଇଥିବା କୁହାଯାଉଛି । ମୃତଦେଦହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଇଛି ରାଉରକେଲା ଉଦିତନଗର ପୋଲିସ ।

ଏହା ମଧ୍ୟ ପଢନ୍ତୁ-Budget Session: ସ୍ବାଭାବିକ ପ୍ରଶ୍ନକାଳ, କାର୍ଯ୍ୟକ୍ଷମ ହେବ ବ୍ରିଟିଶ ଅମଳର 17ଟି ବ୍ରିଜ

ତେବେ ଚଳିତ ମାସରେ ରାୟଗଡାରୁ ଏପରି ଏକ ଖବର ସାମ୍ନାକୁ ଆସିଥିଲା । ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ସେଲ୍ଫି ନେଉଥିବା ବେଳେ ୨୫ କେଭି ବିଦ୍ୟୁତ ତାର ଲାଗି ଜଣେ ନାବାଳକର ମୃତ୍ୟୁ ହୋଇଥିଲା । କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଭାଲୁମସ୍କା ରେଳ ଷ୍ଟେସନ ନିକଟରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ମୃତ ନାବାଳକ ହେଉଛନ୍ତି କାଶୀପୁର ବ୍ଲକ ବର୍ତ୍ତିବାଲି ଗାଁର ଦେବେନ୍ଦ୍ର ନାୟକ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.