ETV Bharat / state

ସୁନ୍ଦରଗଡରେ ଚାଞ୍ଚଲ୍ୟ: ମାଆକୁ ସାନପୁଅ ହତ୍ୟା କରିଥିବା ଅଭିଯୋଗ

ସୁନ୍ଦରଗଡ ଜିଲ୍ଲା ଏକ ବନ୍ଦ ଘରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ଦୁର୍ଗନ୍ଧ ଆସିବାରୁ ପୋଲିସ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ସାନପୁଅ ମାଆକୁ ହତ୍ୟା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଚିତ୍ର
ପ୍ରତିକାତ୍ମକ ଚିତ୍ର
author img

By

Published : Jan 17, 2021, 9:12 PM IST

ସୁନ୍ଦରଗଡ: ଜିଲ୍ଲା ରାଜଗାଙ୍ଗପୁର ଥାନା ଜରେଇକେଲା ପଞ୍ଚାୟତର ବାହିହାମ ଗ୍ରାମରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ଟଙ୍କା ପାଇଁ ମାଆକୁ ପୁଅ ହତ୍ୟା କରିଥିବା ଭଳି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ବାହିହାମ ଗ୍ରାମର ଲକ୍ଷ୍ମୀ ଗୌଡଙ୍କ ଘରୁ ଦୁର୍ଗନ୍ଧ ଆସିବାରୁ ଆଜି(ରବିବାର) କେତେକ ସ୍ଥାନୀୟ ଲୋକ ରାଜଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ବଡପୁଅ ରବି ଗୌଡଙ୍କୁ ଘରକୁ ଡକାଇଥିଲେ । ବଡପୁଅ ଆସିବା ପରେ ଘଟଣା ସମସ୍ତଙ୍କ ନଜରକୁ ଆସିଥିଲା । ଗତ 8 ତାରିଖ ସନ୍ଧ୍ୟାରେ ମୃତ ଲକ୍ଷ୍ମୀ ଗୌଡ ତାଙ୍କ ବଡପୁଅ ରବିକୁ କିଛି ଟଙ୍କା ପଠାଇବା ପାଇଁ କହିବା ସହ ଏହି ଟଙ୍କା ସେ ରାଜୁକୁ ଦେବାପାଇଁ ମାଗୁଥିବା ବଡପୁଅକୁ କହିଥିଲେ । ମାତ୍ର ସେଦିନ କୌଣସି ସମସ୍ୟା କାରଣରୁ ରବି ଟଙ୍କା ପଠାଇ ପାରିନଥିବା ସେ କହିଛନ୍ତି ।

ତେବେ ଟଙ୍କା ନଦେବାରୁ ରାଜୁ ଏହି ହତ୍ୟା କରିଥିବା ରବି ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ପଠାଇଛି । ଅନ୍ୟପଟେ ସାନପୁଅ ରାଜୁ ଫେରାର୍ ଥିବା ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.