ETV Bharat / state

Women Strike: ଥଇଥାନ ଦାବିରେ ବିବାହିତ ମହିଳାଙ୍କ ଧାରଣା 5 ଦିନରେ ପହଞ୍ଚିଲା - ଓସିପିଏଲ ବିସ୍ଥାପିତଙ୍କ ଧାରଣା ସୁନ୍ଦରଗଡ

OCPL ସମ୍ମୁଖରେ ବିସ୍ଥାପିତ ବିବାହିତ ମହିଳାଙ୍କ ଗଣ ବିକ୍ଷୋଭ ପାଞ୍ଚ ଦିନରେ ପହଞ୍ଚିଲା । ଅଧିକ ପଢନ୍ତୁ

Women Strike Sundargarh: ଥଇଥାନ ଦାବିରେ ବିବାହିତ ମହିଳାଙ୍କ ଧାରଣା 5 ଦିନରେ ପହଞ୍ଚିଲା

author img

By

Published : Dec 15, 2021, 9:05 AM IST

ସୁନ୍ଦରଗଡ: ନ୍ୟାୟ ଦାବିରେ ବିସ୍ଥାପିତ ବିବାହିତ ମହିଳାଙ୍କ ଗଣ ବିକ୍ଷୋଭ ପାଞ୍ଚ ଦିନରେ ପହଞ୍ଚିଲା । ସୁପ୍ରିମକୋର୍ଟଙ୍କ ନ୍ୟାୟ ନିର୍ଦ୍ଦେଶ ଧାରାରେ ଓଡିଶା କୋଲ ଆଣ୍ଡ ପାୱାର ଲିମିଟେଡ (OCPL) ସମ୍ମୁଖରେ 5 ଦିନ ହେବ ଧାରଣାରେ ବସିଛନ୍ତି(Women Strike in Sundargarh) ।

Women Strike Sundargarh: ଥଇଥାନ ଦାବିରେ ବିବାହିତ ମହିଳାଙ୍କ ଧାରଣା 5 ଦିନରେ ପହଞ୍ଚିଲା

ପୁଣି ଏକ କମ୍ପାନୀର ମନମୁଖି ଶାସନ ଲୋକଲୋଚନକୁ ଆସିଛି । କମ୍ପାନୀ ପାଇଁ ବିସ୍ଥାପିତ ହୋଇଥିବା ଓ ହେଉଥିବା ଲୋକଙ୍କ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ପାରିତ ହୋଇଥିବା–2006 ଆଇନକୁ ଏଠାରେ ଖୁଲମଖୋଲା ଉଲ୍ଲଙ୍ଘନ ହୋଇଛି । ଓଡିଶା କୋଲ ଆଣ୍ଡ ପାୱାର ଲିମିଟେଡ (OCPL) କମ୍ପାନୀ ଏହି କାମ କରିଛି, ଯାହାକୁ ନେଇ ବିବାହିତ ଝିଅମାନେ କମ୍ପାନୀର ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ନିଜର କୁନି କୁନି ଛୁଆଙ୍କୁ ଧରି ଆନ୍ଦୋଳନରେ ବସିଥିବା ଅଭିଯୋଗ କରିଛନ୍ତି । ଏନେଇ ସେମାନେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନର ଉଦାସୀନତା ଓ କମ୍ପାନୀର ମୁନମୁଖି କାର୍ଯ୍ୟକଳାପ ସେମାନଙ୍କୁ ଏହି ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ କରିଥିବା କହିଛନ୍ତି ।

ସୁନ୍ଦରଗଡ ଜିଲ୍ଲାର ମହାନଦୀ କୋଲ ଫିଲ୍ଡସ ଲିମିଟେଡ(MCL), ଦୁଲିଙ୍ଗା କୋଇଲା କ୍ଷେତ୍ର(NTPC) ଦ୍ୱାରା ବିସ୍ଥାପିତ ହୋଇଥିବା ବିବାହିତ ଝିଅଙ୍କୁ ସୁବିଧା ମିଳି ଥିବାବେଳେ OCPL ସେହି ସବୁ ସୁବିଧା ଏମାନଙ୍କୁ ଦେଇ ନାହିଁ । ଏସବୁ ସୁବିଧା ପାଇବା ଆମର ହକ୍ ବୋଲି ଦାବି କହି OCPL ଦ୍ୱାରା ବିସ୍ଥାପିତ ହୋଇଥିବା ଏହି ବିବାହିତ ଝିଅମାନେ ଗତ ପାଞ୍ଚ ଦିନ(10 ତାରିଖରୁ) 12 ଘଣ୍ଟିଆ ଗଣ ଗଣ ଧାରଣାରେ ବସିଛନ୍ତି । ଏହା ପରେ କମ୍ପାନୀ କିମ୍ବା ଜିଲ୍ଲା ପ୍ରଶାସନ ଯଦି ତାଙ୍କ ଦାବି ପ୍ରତି କର୍ଣ୍ଣପାତ ନ କରନ୍ତି ତେବେ ସେମାନେ ଆଗାମୀ ଦିନରେ ଆମରଣ ଅନସନ କରିବା ନେଇ ଚେତାବନୀ ଦେଇଛନ୍ତି ।

ଆନ୍ଦୋଳନକାରୀଙ୍କୁ ହେମଗିର ଓ ସାନଘମୁଡାର ସରପଞ୍ଚ ଦ୍ୱୟ ମଧ୍ୟ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତେବେ OCPL ଦ୍ୱାରା ମନୋହରପୁର ଓ ସାନଘୁମଡାର ଏହି ବିସ୍ଥାପିତ ବିବାହିତ ଝିଅମାନେ ନ୍ୟାୟ ପାଇଁ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଗତ 2018 ମସିହା ଡିସେମ୍ବର 5 ତାରିଖରୁ ଗୁହାରି କରି ଆସୁଛନ୍ତି । ଆନ୍ଦୋଳନ ନେଇ ଚଳିତ ବର୍ଷ ନଭେମ୍ବର 15 ତାରିଖରେ ଅବଗତ କରାଇବା ସହ ହେମଗିର ବିଡିଓ, ହେମଗିର ତହସିଲଦାର, ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକଙ୍କୁ ସୂଚିତ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.