ETV Bharat / state

ଆଇଜିଏଚ୍‌ରେ ମହିଳାଙ୍କୁ ଦୁର୍ବ୍ୟବହାର, ଉପଜିଲ୍ଲାପାଳଙ୍କ ତଦନ୍ତ ଜାରି

author img

By

Published : Oct 3, 2019, 9:58 AM IST

ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ)ରେ ଜଣେ ମହିଳା କର୍କଟ ରୋଗୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ । ଉପଜିଲ୍ଲାପାଳଙ୍କ ତଦନ୍ତ ଜାରି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ)ରେ ଜଣେ ମହିଳା କର୍କଟ ରୋଗୀଙ୍କ ଚିକିତ୍ସାରେ ତ୍ରୁଟି ହୋଇଥିବା ଅଭିଯୋଗ । ଏହାସହ ତ୍ରୁଟି ନେଇ ପ୍ରତିବାଦ କରିବାରୁ ଦୁର୍ବ୍ୟବହାର ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି ।

ସେପଟେ ଘଟଣାର ତଦନ୍ତ ଲାଗି ସୁନ୍ଦରଗଡ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପରେ ବୁଧବାର ଦିନ ଉପଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ଏବଂ ରାଉରକେଲା ସରକାରୀ ହସ୍ପିଟାଲର ଅଧୀକ୍ଷକ ଦୀନବନ୍ଧୁ ପଣ୍ଡା ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ରାଉରକେଲା

ତଦନ୍ତକାରୀ ଅଧିକାରୀ ଦ୍ବୟ କର୍କଟ ରୋଗୀ ମୋନାଲିସାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ସହ ଆଇଜିଏଚର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ଏଥି ସହିତ ଦୁର୍ବ୍ୟବହାର କରିଥିବା ହସ୍ପିଟାଲର ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କ ବୟାନ ମଧ୍ୟ ସେମାନେ ରେକର୍ଡ କରିଛନ୍ତି ।

ସୂଚନା ଅନୁଯାୟୀ, ମୋନାଲିସା ଭାଟିଆ କ୍ୟାନ୍ସରରେ ପୀଡିତ ଥିବାରୁ କଟକରେ ଚିକିତ୍ସିତ ହେଉଥିଲେ । ତାଙ୍କ ଘର ରାଉରକେଲା ଛେଣ୍ଡ କଲୋନୀରେ ହୋଇଥିବାରୁ କଟକ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଇଜିଏଚକୁ କିଛି ପରୀକ୍ଷା କରାଇବାକୁ ଯାଇଥିଲେ । ତେବେ ସେଠାରେ ତାଙ୍କୁ ଦୁର୍ବ୍ୟବହାରର ଶିକାର ହୋଇଥିବା ସେ ସୋସିଆଲ ମିଡିଆରେ ଜଣାଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ଆଇ ଜି ଏଚ ରେ ଜଣେ ମହିଳା କ୍ୟାନ୍ସର ପେସେଣ୍ଟ ଙ୍କୁ ଭୁଲ ଚିକିତ୍ସା ଏବଂ ପ୍ରତିବାଦ କରିବାରୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ ଲାଗି ସୁନ୍ଦରଗଡ଼ ଜିଲ୍ଲାପାଳ ତଦନ୍ତ ନିର୍ଦେଶ ଦେବା ପରେ ବୁଧୁବାର ଦିନ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଏବଂ ରାଉରକେଲା ସରକାରୀ ହସ୍ପିଟାଲର ଅଧିକ୍ଷକ ଦୀନବନ୍ଧୁ ପଣ୍ଡା ଏହାର ତଦନ୍ତ ଆରମ୍ଭ କରିଛନ୍ତି ।
Body:
ତଦନ୍ତକାରୀ ଅଧିକାରୀ ଦ୍ବୟ ମୋନାଲିସା ଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ଼ କରିବା ସହ ଇସ୍ପାତ ଜେନେରାଲ ହସ୍ପିଟାଲ ରେ ପହଞ୍ଚି IGH ର ନିର୍ଦେଶକ ଙ୍କ ସହ ଆଲୋଚନା କରିବା ସହ ଦୁର୍ବ୍ୟବହାର କରିଥିବା ହସ୍ପିଟାଲ ର ନର୍ସ ଏବଂ ଅନ୍ୟ କର୍ମଚାରୀ ଙ୍କ ବୟାନ ରେକର୍ଡ କରିଛନ୍ତି । ଆସନ୍ତା କାଲି ଜିଲ୍ଲାପାଳ ଙ୍କୁ ରିପୋର୍ଟ ଦାଖଲ କରିବେ ।

Conclusion:ସୂଚନା ଯୋଗ୍ୟଯେ ମୋନାଲିସା ଭାଟିଆ କ୍ୟାନ୍ସରରେ ପୀଡିତ ଥିବାରୁ କଟକରେ ଚିକିତ୍ସା କରାଉଥିଲେ । ସେ ରାଉରକେଲା ଛେଣ୍ଡ କଲୋନୀ ରେ ରହନ୍ତି । କଟକ ଡାକ୍ତରଙ୍କ ପରାମର୍ଶ କ୍ରମେ IGH କୁ CT Scan ସହ ଅନ୍ୟ କେତେକ ଟେଷ୍ଟ କରାଇବାକୁ ଯାଇଥିବା ବେଳେ ଦୁର୍ବ୍ୟବହାର ର ଶିକାର ହୋଇଥିବା କହିଛନ୍ତି ମୋନାଲିସା ।ସେ ସୋସିଆଲ ମିଡ଼ିଆ ରେ ନିଜ ର କାହାଣୀ କହି ଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.