ETV Bharat / state

ଶୋଇଥିବାବେଳେ ସ୍ବାମୀକୁ ଲୁହା ପାଇପରେ ଛେଚି ହତ୍ୟା, ଥାନାରେ ସ୍ତ୍ରୀର ଆତ୍ମସମର୍ପଣ

ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଶୁଖାମହାଦେବପଡାର ଡୁଙ୍ଗୁରିପଡାରେ ଲୁହା ପାଇପରେ ଛେଚି ସ୍ବାମୀକୁ ହତ୍ୟା କରିବା ପରେ ସ୍ତ୍ରୀର ଆତ୍ମସମର୍ପଣ । ଅଧିକ ପଢନ୍ତୁ...

author img

By

Published : Apr 11, 2021, 12:23 PM IST

ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ
ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ସୁନ୍ଦରଗଡ: ଲୁହା ପାଇପରେ ଛେଚି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଶୁଖାମହାଦେବପଡାର ଡୁଙ୍ଗୁରିପଡାରେ ।

ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ସୂଚନାଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଡୁଙ୍ଗିରିପଡାର ପ୍ରକାଶ କୁଜୁର ଓ ସୁଷମା କୁଜୁରଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏଥିଲେ ଉତିକ୍ଷିପ୍ତ ହୋଇ ପ୍ରକାଶ ସୁଷମାଙ୍କୁ ମାରପିଟ କରିଥିଲା । ଏହା ପରେ ସ୍ତ୍ରୀ ସୁଷମା ଚୁପଚାପ ଶୋଇବା ଢଙ୍ଗରେ ଶୋଇଯାଇଥିଲେ ।

ପ୍ରକାଶ ନିଦରେ ଶୋଇଯିବା ପରେ ସୁଷମା ଏକ ଲୁହା ପାଇପରେ ପ୍ରକାଶ ମୁଣ୍ଡକୁ ଛେଚି ତାକୁ ହତ୍ୟା କରିଛି । ଆଜି ସକାଳୁ ସୁଷମା ତଳସରା ଥାନାରେ ଆତ୍ମସମର୍ପଣ କରିଛି । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୁଷମାଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.