ETV Bharat / state

Rourkela Assistant Collector Death: ସୁସ୍ମିତା ମିଞ୍ଜଙ୍କ ହୋଇନି ହତ୍ୟା, ଆସିଲା ଭିସେରା ରିପୋର୍ଟ - ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲା

ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ଭିସେରା ରିପୋର୍ଟରେ ହତ୍ୟା ହୋଇନଥିବା ନେଇ ଉଲ୍ଲେଖ ଥିବା ସୂଚନା ଦେଲେ HRPC ଅଧିକାରୀ । ଅଧିକ ପଢନ୍ତୁ

viscera report
ଆସିଲା ଭିସେରା ରିପୋର୍ଟ
author img

By ETV Bharat Odisha Team

Published : Nov 6, 2023, 10:20 PM IST

ଆସିଲା ଭିସେରା ରିପୋର୍ଟ

ରାଉରକେଲା: ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ପ୍ରାୟ ଦେଢ଼ ମାସ ବିତିଲା ପରେ ବର୍ତ୍ତମାନ ମୁଣି ଚର୍ଚ୍ଚାରେ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା । ବିଭିନ୍ନ ଦିଗକୁ ନେଇ HRPC ପକ୍ଷରୁ ବିଭିନ୍ନ ଲୋକଙ୍କୁ ଓ ସମ୍ପର୍କୀୟଙ୍କୁ ଜେରା ଚାଲିଥିଲା । ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିଲେ । ହେଲେ ଦେଢ଼ ମାସ ପରେ ପୋଲିସକୁ ହସ୍ତଗତ ହୋଇଛି ଭିସେରା ରିପୋର୍ଟ । ଆଉ ଏହା ପରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସରେ ଜମିଜମା ବିଭାଗରେ କାର୍ଯ୍ୟରତ ମହିଳା ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲା ବର୍ତ୍ତମାନ ଏକ ରୋଚକ ମୋଡ଼ ନେଇଛି ।

ଆସିଷ୍ଟଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ସାଙ୍ଘାତିକ ତଥ୍ୟ ପୋଲିସ ହାତରେ ଲାଗିଛି । କିଭଳି ଏବଂ କେଉଁ ପରିସ୍ଥିତିରେ ସୁସ୍ମିତାଙ୍କ ମୃତ୍ୟୁ ହୋଇଛି ତାହା ଆଜି ପର୍ଯ୍ୟନ୍ତ ଜଣା ପଡୁନାହିଁ । ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କର ହତ୍ୟା ହୋଇନଥିବା ଭିସେରା ରିପୋର୍ଟରୁ ଜଣାପଡିଛି । ଭିସେରା ରିପୋର୍ଟ ଆସିବା ପରେ ଏନେଇ ସୂଚନା ଦେଇଛନ୍ତି HRPC ଡିଏସପି ବନିତା ମାଝୀ । ପୋଷ୍ଟମୋର୍ଟମ ରିପୋର୍ଟରେ ସୁସ୍ମିତା ପାଣିରେ ବୁଡି ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ମୃତକଙ୍କ ପରିବାର ଲୋକେ କିନ୍ତୁ ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ନେଇ ଦାବି କରିଥିଲେ । ପୂର୍ବରୁ ସୁସ୍ମିତାଙ୍କୁ ନ୍ୟାୟ ଦାବିରେ ଆଦିବାସୀ ସଂଗଠନମାନେ ସୁନ୍ଦରଗଡ ଜିଲ୍ଲା ବ୍ୟାପୀ ଆନ୍ଦୋଳନ କରିଥିଲେ । ସୁସ୍ମିତାଙ୍କ ପରିବାର ଲୋକେ ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ। ତାଙ୍କ ମୃତଦେହରେ କିଛି ଚିହ୍ନ ରହିଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ ପରିବାର ।

ଏହା ବି ପଢନ୍ତୁ...ସୁସ୍ମିତା ମିଞ୍ଜ ଓ ASI ଅଲିସ ଲୁଗୁନ ମୃତ୍ୟୁ ମାମଲା: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିକ୍ଷୋଭ, CBI ତଦନ୍ତ ଦାବି

DSP ବନିତା ମାଝୀ କହିଛନ୍ତି, "ଏହି ମାମଲାରେ ତଦନ୍ତ ଜାରି ରହିଛି । ପୋଲିସ ସୁସ୍ମିତାଙ୍କ ମୋବାଇଲରୁ ଡାଟା ରିକୋଭରୀ କରି SFSLକୁ ପଠାଇଛି । ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ୨୦ରୁ ଅଧିକ ଲୋକଙ୍କୁ ପୋଲିସ ପଚରାଉଚରା ସରିଛି । ଯେଉଁଥିରେ ସୁନ୍ଦରଗଡ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ଯ DSP ବନିତା ମାଝୀ ଜେରା କରିସାରିଛନ୍ତି । ଖୁବଶୀଘ୍ର ଏହି ଘଟଣାରେ ସତ୍ୟତା ସାମ୍ନାକୁ ଆସିବ ।" ସୂଚନା ଅନୁସାରେ, ଭିସେରା ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକ। ବର୍ତ୍ତମାନ ଏହି ଖବର ସମ୍ପୂର୍ଣ୍ଣ ରାଉରକେଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.