ରାଉରକେଲା: ଜାମକାନି ଖଣି ଖନନକୁ ବିରୋଧ । ପୋଲିସ ସହ ଗ୍ରାମବାସୀ ମୁହାଁମୁହିଁ । କୋଇଲା ଖଣି ଖନନକୁ ବିରୋଧ କରି ପୋଲିସ ଓ ଗ୍ରାମବାସୀ ମଧ୍ୟରେ ଠେଲାପେଲା । ଦାବି ନଶୁଣିଲେ ଆଗାମୀ ଦିନରେ ତୀଵ୍ର ଆନ୍ଦୋଳନ ହେବ ବୋଲି ବିସ୍ଥାପିତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ଅଭିଯୋଗ ଅନୁସାରେ, ହେମଗିର ବ୍ଲକ୍ ଜାମକାନି କୋଇଲା ଖଣିରେ ଅତି ବେପରୁଆ ଭାବେ କରି ଚାଲିଛି ଖନନ । ଏନେଇ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଦାବି ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଦିଆଯାଉନଥିବା ବେଳେ ଖଣି କର୍ତ୍ତୃପକ୍ଷ ଅପମାନ ଦେଉଥିବା ଅଭିଯୋଗ ହୋଇଛି । ୪୦ ରୁ ୫୦ ବର୍ଷ ଧରି ରହି ଆସୁଥିବା ବିସ୍ଥାପିତଙ୍କୁ ଜମି ଓ ଚାକିରି ପ୍ରଦାନ କରିବାକୁ ଦାବି ହୋଇଥିଲା । ଶୁକ୍ରବାର ପୁଣି ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଗର୍ଜନ ବାହାଲ ଜମକାନି ଖଣି ଖନନକୁ ନେଇ ତୀଵ୍ର ଉତ୍ତେଜନ ପ୍ରକାଶ ପାଇଥିଲା । ଧାରଣାରତ ବିସ୍ଥାପିତଙ୍କ ବିରୋଧ ସତ୍ତ୍ବେ ଏହାକୁ କମ୍ପାନି କର୍ଣ୍ଣପାତ କରୁନଥିଲା । ତେଣୁ ଗ୍ରାମବାସୀ ଏକାଠି ହୋଇ ଖଣି ଖନନକୁ ବିରୋଧ କରିବା ସହ ବିସ୍ଥାପିତଙ୍କ ଦାବିକୁ ମାନି ନିଆଯାଉ କହିଥିଲେ । ଏନେଇ ବିସ୍ଥାପିତମାନେ ଧାରଣାରେ ବସିଥିଲେ । ଖନନସ୍ଥଳରେ ପିଲାଛୁଆ ସହ ଶହ ଶହ ମହିଳା, ପୁରୁଷ ଧାରଣା ଜାରି ରଖଥିବା ବେଳେ ପ୍ରଶାସନ ପୋଲିସର ବିଶାଳ ଘେରାବନ୍ଦୀରେ ଖଣି ଖନନ ଚଳାଇଛି । ପ୍ରଶାସନର ଏପ୍ରକାର କାର୍ଯ୍ୟକୁ ନେଇ ଜାମକାନିରେ ଉତ୍ତେଜନା ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ବୋତଲ ଭିତରେ ମହାଦେବଙ୍କ ପ୍ରତିମୂର୍ତ୍ତି କରି ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ଖୋର୍ଦ୍ଧା ଶିଳ୍ପୀ
ତେବେ ବିକ୍ଷୋଭକାରୀ ବିସ୍ଥାପିତ ପରିବାର ଦାବି କରିଛନ୍ତି ଯେ," ଖଣି କର୍ତ୍ତୃପକ୍ଷଙ୍କ ଦ୍ଵାରା ଏହି ଅଞ୍ଚଳର ଉନ୍ନତି କରଣ ଏବଂ ବିସ୍ଥାପିତଙ୍କୁ ଜମିପଟ୍ଟା ପ୍ରଦାନ, ଏହି ଅଞ୍ଚଳର ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଯୁବକ ଯୁବତୀଙ୍କୁ ଚାକିରି ପ୍ରଦାନ, ବିସ୍ଥାପିତଙ୍କୁ ସଠିକ ଥଇଥାନ ବା ପୁନର୍ବାସର ବ୍ୟବସ୍ଥା କରାଯାଉ ।" ଏକର ପ୍ରତି ୫୦ ଲକ୍ଷ କ୍ଷତିପୂରଣ, ସହ ଥଇଥାନ, ପୁନର୍ବାସ ଓ ନିଯୁକ୍ତି ଦାବିରେ ଜାମକାନି, ଗିରିସୀମା, ମେଣ୍ଡ୍ରା, ଝାରପଲମର ବିସ୍ଥାପିତ ଶୀତକାକରରେ ଖଣି ଆଗରେ ସହ ଧାରଣା ଦେଇଥିଲେ । ଗତକାଲି ବିରୋଧ କରିବାକୁ ଯାଉଥିବା ବେଳେ ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା । ତେବେ ଦାବି ନଶୁଣିଲେ ଆଗମୀ ଦିନରେ ତୀଵ୍ର ଆନ୍ଦୋଳନ ହେବ ବୋଲି ବିସ୍ଥାପିତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ସୁନ୍ଦରଗଡ