ETV Bharat / state

ରାଜପଥ କଡରୁ କ୍ଷତାକ୍ତ ମୃତଦେହ ଉଦ୍ଧାର, କାଠ ଫାଳିଆରେ ପିଟି ହତ୍ୟା ସନ୍ଦେହ

ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ଫିଟିଙ୍ଗ ପଡା ଛକ ନିକଟରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ । ଅଧିକ ପଢନ୍ତୁ...

ଅଜଣା ଯୁବକଙ୍କ ମୃତ ଦେହ ଠାବ , ହତ୍ୟା ସନ୍ଦେହ
ଅଜଣା ଯୁବକଙ୍କ ମୃତ ଦେହ ଠାବ , ହତ୍ୟା ସନ୍ଦେହ
author img

By

Published : Jul 4, 2021, 11:22 AM IST

Updated : Jul 4, 2021, 3:38 PM IST

ସୁନ୍ଦରଗଡ: ଟାଉନ ଥାନା ଅନ୍ତର୍ଗତ ଫିଟିଙ୍ଗ ପଡା ଛକ ନିକଟ ରାଜ୍ୟ ରାଜପଥ- 10 କଡରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ପାରପାର୍ଶ୍ବିକ ସ୍ଥିତିରୁ କାଠ ଫାଳିଆରେ ପିଟି କରାଯାଇଛି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ରାଜପଥ କଡରୁ କ୍ଷତାକ୍ତ ମୃତଦେହ ଉଦ୍ଧାର, କାଠ ଫଳିଆରେ ପିଟି ହତ୍ୟା ସନ୍ଦେହ

ମିଳିଥିବା ସୂଚନା ଅନୁସାରେ , ଆଜି ସକାଳ ପ୍ରାୟ 9ଟା ସମୟରେ ଘଟଣା ଲୋକ ଲୋଚନକୁ ଆସିଥିଲା । ଜଣେ ଯୁବକଙ୍କ ମୃତେଦହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଟାଉନ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କେତେ ଖଣ୍ଡ କାଠ ଫାଳିଆ ମୃତଦେହ ଠାରୁ କିଛି ଦୂରରେ ପଡିଥିବା ପୋଲିସର ନଜରକୁ ଆସିବାପରେ ସାଇଣ୍ଟିଫିକ ଟିମ ସାହାଯ୍ୟରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

ମୃତ ବ୍ୟକ୍ତି ଜଣଙ୍କ ମୁସଲିମ ସମ୍ପ୍ରଦାୟର ବୋଲି ପୋଲିସ ତାର ପ୍ରାଥମିକ ତଦନ୍ତରେ କହିଛି । ଟାଉନ ପୋଲିସ ମୃତଦେହକୁ ଜବତ କରି ସୁନ୍ଦରଗଡ ମର୍ଗ ହାଉସରେ ରଖିଛି । 72ଘଣ୍ଟା ମଧ୍ୟରେ ଯଦି କେହି ଦାବିଦାର ମୃତଦେହ ନେବା ପାଇଁ ନ ଆସନ୍ତି ବା ପୋଲିସକୁ ଉକ୍ତ ବ୍ୟକ୍ତି ସମ୍ପର୍କରେ ସୂଚନା ନ ମିଳେ ତେବେ 72 ଘଣ୍ଟା ପରେ ମାଜିଷ୍ଟ୍ରେଟଙ୍କ ଅନୁମତି ନେଇ ମୃତଦେହର ବ୍ୟବଛେଦ ହେବ ବୋଲି ଟାଉନ ପୋଲିସ କହିଛି । ରକ୍ତ ଛିଟା ଲାଗିଥିବା 2ରୁ 3 ଖଣ୍ଡ କାଠ ଫାଳିଆକୁ ପୋଲିସ ମୃତଦେହ ପଡିଥିବା ସ୍ଥାନରୁ କିଛି ଦୂରରୁ ଜବତ କରିଛି । ଏହି ହତ୍ୟାକାଣ୍ଡରେ 3 ରୁ 4 ଜଣ ସାମିଲ ଥାଇପାରନ୍ତି ବୋଲି ସନ୍ଦେହ କରି ସବୁ ଦିଗରୁ ତନାଘନା ଜାରି ରଖିଛି ପୋଲିସ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର , ଇଟିଭି ଭାରତ

Last Updated : Jul 4, 2021, 3:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.