ETV Bharat / state

ଭାରି ପଡିଲା ବଚସା, 2 କିନ୍ନରକୁ ଟ୍ରକ ଚପାଇ ହତ୍ୟା ଅଭିଯୋଗ

ଟ୍ରକ ଧକ୍କାରେ ଆଖି ବୁଜିଲେ ଦୁଇ କିନ୍ନର । ଜାଣିଶୁଣି ଟ୍ରକ ଚପାଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲା କିନ୍ନର ସଂଘ । ସୁନ୍ଦରଗଡ ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ । ଅଧିକ ପଢନ୍ତୁ

କିନ୍ନରଙ୍କୁ ଧକ୍କା ଦେଲା ଟ୍ରକ
କିନ୍ନରଙ୍କୁ ଧକ୍କା ଦେଲା ଟ୍ରକ
author img

By ETV Bharat Odisha Team

Published : Aug 28, 2023, 7:55 AM IST

କିନ୍ନରଙ୍କୁ ଧକ୍କା ଦେଲା ଟ୍ରକ

ରାଉରକେଲା: ଯମ ସାଜି ଆସିଲା ଟ୍ରକ, ଆଉ ଧକ୍କା ଦେଇ ନେଇଗଲା ଦୁଇଟି ଜୀବନ । ଗତ ଶନିବାର ସୁନ୍ଦରଗଡ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଦୁଇ କିନ୍ନରଙ୍କ ମୃତ୍ୟୁ ହୋଇଛି । ପଛରୁ ଟ୍ରକ ଧକ୍କା ଦେବା ଫଳରେ ପ୍ରାଣ ହରାଇଛନ୍ତି ଦୁଇ କିନ୍ନର । ଏହାକୁ ହତ୍ୟା ବୋଲି ଅଭିଯୋଗ ଆଣିଛି କିନ୍ନର ସଂଘ । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ସହ କ୍ଷତିପୂରଣ ଦାବି କରିଛି କିନ୍ନର ସଂଘ ।

ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବଣେଇ ଅଞ୍ଚଳର ଜଣେ କିନ୍ନରଙ୍କର ପବନ ନାମକ ଜଣେ ଟ୍ରକ ଡ୍ରାଇଭର ସହ ବନ୍ଧୁତା ସମ୍ପର୍କ ଗଢି ଉଠିଥିଲା । ଗତ ଶନିବାର କୌଣସି କାରଣରୁ ପ୍ରାୟ ରାତି ୧୦ଟା ବେଳେ ସୁଇଟି (ଛଦ୍ମ ନାମ) ସହ ଡ୍ରାଇଭରଙ୍କ ବଚସା ହୋଇଥିଲା । ଫଳରେ ଟ୍ରକ ଚାଳକ କିନ୍ନର ଜଣଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ତେବେ ଏନେଇ କିନ୍ନର ଜଣଙ୍କ ତାଙ୍କ ବନ୍ଧୁମାନଙ୍କୁ ଜଣାଇଥିଲେ ।

ତେବେ ଧମକ ପାଇବା ପରେ ରାତିରେ ସୁଇଟି ଓ ତାଙ୍କର ତିନିଜଣ ସାଙ୍ଗ କୌଣସି କାମରେ ବାହାରକୁ ଯାଇଥିଲେ । ସେମାନେ ଯେଉଁଆଡ଼େ ଯାଉଥିଲେ ତାଙ୍କ ପଛେ ପଛେ ଏକ ଟ୍ରକ ଗାଡ଼ି ତାଙ୍କୁ ପିଛା କରୁଥିବାର ଦେଖିଥିଲେ । ଭୋର ସକାଳ ବେଳେ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା 143 ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସରେ ନିକଟରେ ସେମାନେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଟ୍ରକଟି OD14 T 3025 ଦ୍ରୁତ ଗତିରେ ତାଙ୍କ ଆଡକୁ ଆସିବା ଦେଖିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Tragic Accident: ଖାଇକୁ ଖସିଲା ଜିପ୍‌, ଅକାଳରେ ଚାଲିଗଲା ୯ ଶ୍ରମିକଙ୍କ ଜୀବନ

ତେବେ ଟ୍ରକଟି ତାଙ୍କ ପିଛା କରୁଥିବା ଦେଖି ଟ୍ରକ ଡ୍ରାଇଭର ପବନ ସେମାନଙ୍କୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରୁଥିବା ତିନିଜଣ ଅନୁମାନ କରିଥିଲେ । ଏହାପରେ ସେମାନେ ବିପରୀତ ପାର୍ଶ୍ୱ ରାସ୍ତାକୁ ପଳାଇଥିଲେ କିନ୍ତୁ ଟ୍ରକ ମଧ୍ୟ ସେପଟ ରାସ୍ତାକୁ ଯାଇ ସେମାନଙ୍କୁ ପିଛା କରିଥିଲା । ହେଲେ ସ୍କୁଟିର ପଛରେ ବସିଥିବା ସାଙ୍ଗ ଜଣକ କୌଣସି ପ୍ରକାରେ ଗାଡି଼ରୁ ଡେଇଁପଡିଥିଲା । କିନ୍ତୁ ଟ୍ରକଟି ସୁଇଟି ସହ ଅନ୍ୟ ସାଙ୍ଗ ଜଣଙ୍କୁ ପଛରୁ ଜୋରରେ ଧକ୍କାଦେଇଥିଲା, ଯାହାଫଳରେ ଘଟଣାସ୍ଥଳରେ ଦୁଇଜଣ କିନ୍ନରଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ ଘଟଣାସ୍ଥଳରୁ ଡ୍ରାଇଭର ଜଣଙ୍କ ଫେରାର ହୋଇଯାଇଛି । ପୋଲିସ ପହଞ୍ଚି ତଦନ୍ତ କରିବା ପରେ ଜଣାପଡିଛି ଯେ, ଟ୍ରକଟିର ଇନ୍‌ସ୍ୟୁରାନ୍ସ ନାହିଁ । ତେବେ ଏହା ଏକ ଯୋଜନା ମୂଳକ ହତ୍ୟା ହୋଇଛି ବୋଲି କିନ୍ନର ସଂଘ ଅଭିଯୋଗ କରିଛନ୍ତି । ମୃତକ କିନ୍ନରମାନଙ୍କ ପାଖକୁ କିନ୍ନର ସଂଘ ପହଞ୍ଚି ଥିବା ବେଳେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଟଣାକୁ ନେଇ ଅଧିକ ତଦନ୍ତ କରିବା ସହ ଅଭିଯୁକ୍ତ ଡ୍ରାଇଭରକୁ ଖୁବଶୀଘ୍ର କାବୁ କରିବ ବୋଲି କହିଛି ପୋଲିସ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.