ETV Bharat / state

ଚାରି ଦିନ ଧରି ଆମରଣ ଅନଶନରେ 2 ଶିକ୍ଷକ, ପୁନଃ ନିଯୁକ୍ତି ଦାବିରେ ଧାରଣା

author img

By

Published : Aug 5, 2023, 9:13 AM IST

4 ଦିନ ଧରି ଆମରଣ ଅନଶନରେ ବସିଛନ୍ତି 2ଜଣ ଶିକ୍ଷକ। ପୁନଃ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଧାରଣା ଦେଇଥିବା ଜଣାପଡ଼ିଛି। ଅଧିକ ପଢନ୍ତୁ

ପୁନଃ ନିଯୁକ୍ତି ଦାବିରେ ଶିକ୍ଷକଙ୍କ ଧାରଣା
ପୁନଃ ନିଯୁକ୍ତି ଦାବିରେ ଶିକ୍ଷକଙ୍କ ଧାରଣା
ପୁନଃ ନିଯୁକ୍ତି ଦାବିରେ ଶିକ୍ଷକଙ୍କ ଧାରଣା

ରାଉରକେଲା: ଜିଲ୍ଲାପାଳ ଅଫିସ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିଛନ୍ତି ଦୁଇ ଯୁବକ । ନିଜର ନ୍ୟାର୍ଯ୍ୟ ଦାବିକୁ ନେଇ ସେମାନେ ଅନଶନରେ ବସିଥିବା ଜଣାପଡିଛି । ତେବେ ଚାକିରିରେ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସେମାନେ ଆମରଣ ଅନଶନ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାପାଳ ହର୍ଷଦ ପରାଗ ଗଭାଳିଙ୍କ କାର୍ଯ୍ୟାଳୟ ସମ୍ମୁଖରେ 2 ଯୁବକ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।

ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡରେ ରହିଛି ଲହୁଣୀପଡ଼ା ବ୍ଲକ । ଏଠାରେ ପାଉଡ଼ିଭୂୟାଁ ଉନ୍ନୟନ ସଂସ୍ଥା ପକ୍ଷରୁ 2 ଆଦିବାସୀ ଯୁବକ ପ୍ରତାପ କୁମାର ସାହୁ ଓ ସରୋଜ କୁମାର ବେହେରା ଶିକ୍ଷା ନିକେତନରେ ନିଯୁକ୍ତି ପାଇଥିଲେ । ୨୦୧୬ରେ ନିଯୁକ୍ତି ପାଇ ଖୁଣ୍ଟଗାଁ ଆଦିବାସୀ ଶିକ୍ଷା ନିକେତନରେ ସେମାନେ ଟ୍ୟୁସନ୍ ଶିକ୍ଷକ ଭାବେ କାର୍ଯ୍ୟ କରିବା ସହ ହଷ୍ଟେଲ ଦାୟିତ୍ଵ ମଧ୍ୟ ବୁଝୁଥିଲେ । ହେଲେ ଦୀର୍ଘ ବର୍ଷ କାମ କଲା ପରେ ଉକ୍ତ ବିଦ୍ୟାଳୟ ସମେତ ବାଳିକା ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ଚାକିରି ରେଗୁଲାର ହୋଇଥିବାବେଳେ ଏହି ଦୁଇ ଶିକ୍ଷକଙ୍କୁ ରେଗୁଲାର କରାଯାଇନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ କାର୍ଯ୍ୟକାଳ ସମୟରେ ଏହି 2 ଶିକ୍ଷକଙ୍କୁ ସିଟି କରିବା ପାଇଁ କୁହାଯାଇଥିବାବେଳେ ସେମାନେ ନିଜସ୍ଵ ଖର୍ଚ୍ଚରେ ସିଟି ମଧ୍ୟ କରିଥିଲେ । ତେବେ ସିଟି କରିସାରିବା ପରେ ଦୁଇ ଯୁବକଙ୍କୁ ଚାକିରିରୁ ଛଟେଇ କରାଯାଇଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...OSSC Paper Leak: ବର୍ଷାରେ ଭିଜି ଭିଜି ଅଫିସ ସାମ୍ନାରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ

ଏସବୁ ଘଟଣା ସମ୍ପର୍କରେ ଜାଣିବା ପରେ ଦୁହେଁ ଦୁଃଖରେ ଭାଙ୍ଗି ପଡିଛନ୍ତି । ଚାକିରି ସ୍ଥାୟୀ ନ କରିବା ସହ ସେମାନଙ୍କୁ ଛଟେଇ କରି ତାଙ୍କ ସ୍ଥାନରେ ଅନ୍ୟ 2ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ଏହାକୁ ନେଇ ଆନ୍ଦୋଳନରତ ଶିକ୍ଷକ ପ୍ରତାପ କୁମାର ସାହୁ କହିଛନ୍ତି, "ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଜାଣି ଶୁଣି ଅବିଚାର କରିଛନ୍ତି ।" ଅନ୍ୟପଟେ ଗତ ୬ ମାସ ହେଲା ଦରମା ମିଳିନଥିବାରୁ ବହୁ କଷ୍ଟରେ ସେମାନେ ଜୀବନ ଅତିବାହିତ କରୁଥିବା ପ୍ରକାଶ କରିଛନ୍ତି ।

୬ ମାସ କାର୍ଯ୍ୟ କରି ଦରମା ନ ପାଇବା, ୮ ବର୍ଷ ଚାକିରି କଲା ପରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ସରକାରଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ନ ଜଣାଇବା, ସଠିକ ଭାବରେ ରିପୋର୍ଟ ଲେଖାନଯିବା ଆଦି ପ୍ରତିବାଦରେ ଅନଶନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଖୁଣ୍ଟଗାଁ ଅଞ୍ଚଳର ଏହି 2 ଶିକ୍ଷକ । ବର୍ତ୍ତମାନ ଯାଏ ସୁନ୍ଦରଗଡ ଜିଲ୍ଲାପାଳ ଏନେଇ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ଦୁଇ ଶିକ୍ଷକ । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏତେ ଦିନ ହେଲା ଏଭଳି ଧାରଣା ଦେବା ପରେ ମଧ୍ୟ ଜିଲ୍ଲାପାଳ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.