ETV Bharat / state

ଘୋଷଣାରେ ସୀମିତ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ, ଧାରଣାରେ ଶିକ୍ଷକ - ଧାରଣାରେ ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷକ ଶିକ୍ଷୟତ୍ରୀ

ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ନେଇ ସରକାରଙ୍କ ଘୋଷଣାକୁ ବିତି ଗଲାଣି ୬ ମାସରୁ ଅଧିକ ସମୟ । ହେଲେ ଆଜି ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରୁନି ଗଣଶିକ୍ଷା ବିଭାଗ । ଏହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଧାରଣାରେ ବସିଛନ୍ତି । ଅଧିକ ପଢ଼ନ୍ତୁ

ଧାରଣାରେ ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷକ ଶିକ୍ଷୟତ୍ରୀ

author img

By

Published : May 3, 2023, 10:00 AM IST

ଧାରଣାରେ ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷକ ଶିକ୍ଷୟତ୍ରୀ

ରାଉରକେଲା: ୨୦୨୨ ଅକ୍ଟୋବର ମାସରୁ ଶିକ୍ଷା କ୍ଷେତ୍ରରେ ଚୁକ୍ତିଭିତ୍ତିକ ପ୍ରଥାକୁ ଉଚ୍ଛେଦ କରିଥିଲେ ରାଜ୍ୟ ସରକାର । ଏହାକୁ ୬ ମାସରୁ ଊର୍ଦ୍ଧ୍ବ ସମୟ ବିତିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ଏହାକୁ ନେଇ ପୁଣି ଧାରଣାରେ ଶିକ୍ଷକ ଶିକ୍ଷୟତ୍ରୀ । ନିଜର ଦାବି ଉପସ୍ଥାପନ କରି ଧାରଣାରେ ବସିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷକ ଶିକ୍ଷୟତ୍ରୀ ମାନେ ।

ଚୁକ୍ତିଭିତ୍ତିକ ପ୍ରଥାକୁ ରାଜ୍ୟ ସରକାର ଉଚ୍ଛେଦ କରିଥିଲେ ମଧ୍ୟ ଏହା କେବଳ ଘୋଷଣାରେ ସୀମିତ ରହିଯାଇଛି । ଏହାକୁ କାର୍ଯ୍ୟକାରୀ କରିବା ଦାବିକୁ ନେଇ ବିଭିନ୍ନ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସହ ରାଜଧାନୀ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ବିଭିନ୍ନ ସମୟରେ ଧାରଣାରେ ବସିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । କିନ୍ତୁ ସରକାର ସେମାନଙ୍କ ଦାବି ଶୁଣିବାକୁ ନାରାଜ । ତେବେ ଏହାକୁ ନେଇ ଗତକାଲି(ମଙ୍ଗଳବାର) ରାଉରକେଲା ସହରରେ ଧାରଣାରେ ବସି ରହିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ମାନେ । ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଆସି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ଧାରଣାରେ ଯୋଗ ଦେଇଛନ୍ତି ।

ତେବେ ଗଣଶିକ୍ଷା ବିଭାଗ କେଉଁ କାରଣରୁ ଏହାକୁ କାର୍ଯ୍ୟକାରୀ କରୁନାହିଁ ବୋଲି ଏମାନେ ପ୍ରଶ୍ନ କରିଛନ୍ତି । ଏହି କାରଣରୁ ବିଭିନ୍ନ ସ୍କୁଲରେ ନିଯୁକ୍ତ ହୋଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଉନାହିଁ । ଫଳରେ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ବିଭିନ୍ନ ସମୟରେ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ସରକାର ଗୋଟିଏ ପକ୍ଷରେ ଘୋଷଣା କରୁଛନ୍ତି, କିନ୍ତୁ ଅନ୍ୟପକ୍ଷରେ ଏହା କାର୍ଯ୍ୟକାରୀ ହେବାରେ କଣ ଅସୁବିଧା ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ତେବେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବାରୁ ବିଭିନ୍ନ ସରକାରୀ ସୁବିଧା ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଧାରଣାରତ ଶିକ୍ଷକ ଶିକ୍ଷୟତ୍ରୀ । ଯଦି କେତେବେଳେ ସ୍ବାସ୍ଥ୍ୟ ଜନିତ ସମସ୍ୟା ହେଉଛି କିମ୍ବା କେହି ଜଣେ ଶିକ୍ଷକ ଶିକ୍ଷୟତ୍ରୀ ମୃତ୍ୟୁବରଣ କରୁଛି, ତେବେ ତାଙ୍କର ପରିବାରକୁ ମଧ୍ୟ ସରକାର କୌଣସି ପ୍ରକାର ସାହାଯ୍ୟ ଦେଉନାହାନ୍ତି । ତେଣୁ ଚୁକ୍ତିଭିତ୍ତିକ ନିଯୁକ୍ତିରେ ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ବହୁ ଅସୁବିଧାରେ ଜୀବନଯାପନ କରୁଥିବା ଅଭିଯୋଗ କରିଛନ୍ତି ।

ତେବେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ବାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଣାଇ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ପାନପୋଷ ଉପଜିଲ୍ଲାପାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ ଚୁକ୍ତିଭିତ୍ତିକ ନିଯୁକ୍ତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିୟମିତ କରାଯିବା, ସେମାନଙ୍କ ଦରମା ବୃଦ୍ଧି କରାଯିବା ଏବଂ ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଦିଆଯିବା ପାଇଁ ସେମାନେ ଦାବି ରଖିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.