ETV Bharat / state

ସୁନ୍ଦରଗଡରେ ଗୁଇନ୍ଦା ପାରା ! ପାଦରେ ଲାଗିଛି ଚୀନ ଟ୍ୟାଗ - କାଂଶବାହାଲରେ ଚୀନ ଟ୍ୟାଗ ସହ ପାରା ଉଦ୍ଧାର

କାଂଶବାହାଲର ଜଣେ ବ୍ୟକ୍ତିଙ୍କ ଘରେ ପହଞ୍ଚିଲା ଏକ ସନ୍ଦେହଜନକ ପାରା । ପାରାର ଗୋଡ଼ରେ ଚୀନ ଭାଷାରେ କିଛି ଲେଖାଥିବା ଏକ ଟ୍ୟାଗ ଲାଗିଛି । ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗି ରହିଛି । ଅଧିକ ପଢ଼ନ୍ତୁ

କାଂଶବାହାଲରେ ଚୀନ ଟ୍ୟାଗ ନେଇ ପହଞ୍ଚିଲା ସନ୍ଦେହଜନକ ପାରା

author img

By

Published : Jan 3, 2022, 8:50 PM IST

Updated : Jan 3, 2022, 9:21 PM IST

ସୁନ୍ଦରଗଡ: ଜିଲ୍ଲା କାଂଶବାହାଲ ଫାଣ୍ଡି ଅନ୍ତର୍ଗତ ସର୍ବେଶ୍ଵର ଛୋଟରାୟ ନାମକ ବ୍ୟକ୍ତିଙ୍କ ଘରେ ପହଞ୍ଚିଲା ଏକ ସନ୍ଦେହଜନକ ପାରା । ପାରାର ଗୋଡ଼ରେ ଚୀନ ଭାଷାରେ କିଛି ଲେଖା ଥିବା ଏକ ଟ୍ୟାଗ ଲାଗିଛି । ପାରାଟି ଚୀନରୁ ଆସିଥିବା ନେଇ ସନ୍ଦେହ କରାଯାଉଛି ।

ସୁନ୍ଦରଗଡରେ ଗୁଇନ୍ଦା ପାରା ! ପାଦରେ ଲାଗିଛି ଚୀନ ଟ୍ୟାଗ

ଏହାକୁ ନେଇ ଜନୈକ ବ୍ୟକ୍ତି ଜଣକ ପୋଲିସକୁ ଖବର ଦେଇଛନ୍ତି । ପୋଲିସ ପାରାକୁଟି ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଚୀନ ଭାଷା ଲେଖା ଟ୍ୟାଗ ଲାଗିଥିବା ପାରାଟି କାଂଶବାହାଲକୁ କିଭଳି ଆସିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପାରା ଗୋଡରେ ଚୀନ ଭାଷାର କେହି ଟ୍ୟାଗ ଲଗାଇ ପାରାକୁ ଛାଡି ଦେଇଥିବା ମଧ୍ୟ ଅନୁମାନ କରାଯାଉଛି । ତେବେ ପୋଲିସ ଓ ଗୁଇନ୍ଦା ବିଭାଗ ଏହି ପାରାର ଉପସ୍ଥିତି ନେଇ ତନାଘନା ଜାରି ରଖିଛି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Jan 3, 2022, 9:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.