ସୁନ୍ଦରଗଡ: କଡ ଲେଉଟାଇବାରେ ଲାଗିଛି କୋରୋନା ସଂକ୍ରମଣ । ଏପରି ସ୍ଥଳେ କୋଭିଡ କଟକଣାକୁ କଡାକଡି ଭାବେ ଅନୁପାଳନ କରିବା ପ୍ରଶାସନ ପାଇଁ ସବୁଠୁ ବଡ ପ୍ରାଥମିକତା ହୋଇଛି । ଏହି କ୍ରମରେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି ସୁନ୍ଦରଗଡ ପୋଲିସ । ଆଜି ସୁନ୍ଦରଗଡ ଟାଉନ ଥାନା ପୋଲିସ ଡିଆରଡିଏ ଛକରେ ଆରମ୍ଭ କରିଛି ସ୍ବତନ୍ତ୍ର ଡ୍ରାଇଭ । ବିନା କାରଣରେ ଘରୁ ବାହାରକୁ ନ ବାହାରିବା ପାଇଁ ସହରବାସୀଙ୍କୁ ସଚେତନ କରିଛି ପୋଲିସ । ଏହାସହ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ମଧ୍ୟ କରିଛି ।
ଏପରିକି ଯେଉଁମାନେ ବିନା ମାସ୍କରେ ଚଳପ୍ରଚଳ କରୁଛନ୍ତି, ସେହି ସମସ୍ତଙ୍କ ଠାରୁ ମାସ୍କ ବାବଦକୁ ଫାଇନ ଆକାରରେ 500 ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି । ଯେଉଁମାନେ ପୋଲିସର ନିୟମ ଭଙ୍ଗ କରୁଛନ୍ତି, ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ ମଧ୍ୟ କରାଯାଇଥିବା କଥା ଟାଉନ ଥାନା ଅଧିକାରୀ କହିଛନ୍ତି । ତେବେ କୋରୋନାର ମୁକାବିଲା ପାଇଁ ଜନ ସାଧାରଣଙ୍କୁ ଏହା ସଚେତନତା ପଦକ୍ଷେପ ବୋଲି ପୋଲିସ କହିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ