ETV Bharat / state

Vigilance Raid: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ରେଞ୍ଜର ଅଫିସର, 5ଟି ସ୍ଥାନରେ ଚଢ଼ାଉ - ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ଅଫିସର ସଂଗ୍ରାମ ମଣିହିରା

ଭିଜିଲାନ୍ସ ପଞ୍ଝାରେ ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ଅଫିସର ସଂଗ୍ରାମ ମଣିହିରା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ 5ଟି ଚଢ଼ାଉ ଜାରି । ଅଧିକ ପଢ଼ନ୍ତୁ

vigilance raid
ଭିଜିଲାନ୍ସ ଚଢ଼ାଉ
author img

By

Published : Jan 11, 2023, 10:23 AM IST

Updated : Jan 11, 2023, 1:20 PM IST

ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ରେଞ୍ଜର ଅଫିସର

ରାଉରକେଲା: ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର । ଆୟବହିର୍ଭୂତ ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ଅଫିସର ସଂଗ୍ରାମ ମଣିହିରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ 5ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ: Hockey World Cup Opening Ceremony, ଷ୍ଟାଡିୟମକୁ ପାଣି ବୋତଲ ମନା

ଦୁଇ ଦିନରେ ଦୁଇ ଜଣଙ୍କୁ ଜାଲରେ ଛନ୍ଦିଛି ଭିଜିଲାନ୍ସ ବିଭାଗ । ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜର ସଂଗ୍ରାମ କେଶରୀ ମଣିହିରାଙ୍କ ଉପରେ ଚଢ଼ାଉ ହୋଇଛି । ଭିଜିଲାନ୍ସ ବିଭାଗ ଆଜି ଏକକାଳୀନ 5ଟି ସ୍ଥାନରେ ଚଢ଼ାଉ କରିଛି । ଚଢ଼ାଉରେ 5ଜଣ ଡ଼ିଏସପି, 8 ଜଣ ଇନ୍ସପେକ୍ଟର, 2ଜଣ ଏଏସଆଇ ସାମିଲ ହୋଇଛନ୍ତି । ଉଜ୍ଜଳପୁର ଫରେଷ୍ଟ ରେଞ୍ଜର ସଂଗ୍ରାମ କେଶରୀ ମଣିହିରାଙ୍କ ପୈତୃକ ଘର ସମ୍ବଲପୁର ବୁର୍ଲାରେ ଥିବା ତିନି ମହଲା ବିଲ୍ଡିଂ, ବଲାଙ୍ଗୀର ବ୍ରାହ୍ମଣୀପଲି ଘରେ ରେଡ ଚାଲିଛି ।

ଏହା ମଧ୍ୟ ପଢ଼ନ୍ତୁ: Union Minister Visits Gajapati: ଗଜପତି ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ

ସେହିପରି ବଲାଙ୍ଗୀରର ନେହେରୁ ନଗର ସମ୍ପର୍କୀୟ ଘରେ, ସୁନ୍ଦରଗଡ଼ ଉଜ୍ଜ୍ୱଳପୁର ଅଫିସ କାର୍ଯ୍ୟାଳୟ ସମେତ ସୁନ୍ଦରଗଡ଼ ସରକାରୀ ବାସ ଭବନରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି । ତେବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ବାସ ଭବନ, ଫିକ୍ସ ଡିପୋଜିଟ ସହ ଅନ୍ୟ କେଉଁଠାରେ ଟଙ୍କା ବିନିଯୋଗ ହୋଇଛି ତାହାର ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ ।

ସୂଚନା ଥାଉକି, ଗତକାଲି ରାଉରକେଲା RWSS ବିଭାଗର କନିଷ୍ଠ କିରାଣୀ ନନ୍ଦ କିଶୋର ନାଥଙ୍କ ଘରେ ଭିଜିଲାନ୍ସର ରେଡ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା । କନିଷ୍ଠ କିରାଣୀ ନନ୍ଦ କିଶୋର ନାଥଙ୍କ ଅଫିସ ସମେତ 6ଟି ସ୍ଥାନରେ ରେଡ ହୋଇଥିଲା । ଭୁବନେଶ୍ବର, ବରଗଡ଼, ରାଉରକେଲା, ସମ୍ବଲପୁରରେ ଏକକାଳୀନ ଚଢ଼ାଉ ହୋଇଥିଲା ।

ରେଡରେ 3 ଜଣ ଡିଏସପି, 9 ଜଣ ଇନ୍ସପେକ୍ଟର, ଜଣେ ଏସଆଇ,2 ଜଣ ଏଏସଆଇ ସାମିଲ ହୋଇଥିଲେ । ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ । ତେବେ କନିଷ୍ଠ କିରାଣୀ ନନ୍ଦ କିଶୋର ନାଥଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଭିଜିଲାନ୍ସ ହାତରେ ସରକାରୀ ଅଧିକାରୀ ଧରା ପଡ଼ିବା ଯେପରି ନିତି ଦିନିଆ ଘଟଣା ହେବାରେ ଲାଗିଛି । କଳା ଧନ ସଞ୍ଚି ଜଣେ ପରେ ଜଣେ ଅଧିକାରୀ ଭିଜିଲାନ୍ସ ଜାଲରେ ପଡୁଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Jan 11, 2023, 1:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.