ETV Bharat / state

ବିଜେପି ହାତେଇଲା ସୁନ୍ଦରଗଡ ପୌରପରିଷଦ ଅଧ୍ୟକ୍ଷ ଆସନ

author img

By

Published : Mar 26, 2022, 9:18 PM IST

ଜିଲ୍ଲାର ତିନୋଟି ପୌରପାଳିକାର ପୌରପରିଷଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଜିଲ୍ଲାର ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରପାଳିକାର ଚେୟାରମ୍ୟାନ ଆସନରେ ବିଜେଡି ବାଜି ମାରିଥିବା ବେଳେ ସୁନ୍ଦରଗଡ ଆସନ ବିଜେପି ଅକ୍ତିଆର କରିଛି । ଅଧିକ ପଢନ୍ତୁ

sundargarh district municipality election result
ବିଜେପି ହାତେଇଲା ସୁନ୍ଦରଗଡ ପୌରପରିଷଦ ଅଧ୍ୟକ୍ଷ ଆସନ

ସୁନ୍ଦରଗଡ: ଜିଲ୍ଲାର ତିନୋଟି ପୌରପାଳିକାର ପୌରପରିଷଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଜିଲ୍ଲାର ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରପାଳିକାର ଚେୟାରମ୍ୟାନ ଆସନରେ ବିଜେଡି ବାଜି ମାରିଥିବା ବେଳେ ସୁନ୍ଦରଗଡ ଆସନ ବିଜେପି ଅକ୍ତିଆର କରିଛି । ସୁନ୍ଦରଗଡ ଜିଲ୍ଲାର ଏହି ତିନୋଟି ପୌରପରିଷଦ ନିର୍ବାଚନ ଫଳାଫଳ କଡା ସୁରକ୍ଷା ମଧ୍ୟରେ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୂତୟନ କରି ଏହି ଗଣନାକୁ ଶେଷ କରିଛି । ଏହି ସମସ୍ତ ପୌରପରିଷଦର ଅଧ୍ୟକ୍ଷ କିଏ ହେବ ସେ ନେଇ ଲୋକଙ୍କ ମନରେ ଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ହୋଇଛି । ଜନତା ଜନାର୍ଦ୍ଦନଙ୍କ ମତଦାନର ଫଳାଫଳ ଆଜି ଘୋଷିତ ହୋଇଛି ।

ରାଜଗାଙ୍ଗପୁର ମ୍ୟୁନିସିପାଲିଟିର ପୌରାଧ୍ୟକ୍ଷ ପଦରେ ବିଜୁ ଜନତା ଦଳର ମାଧୁରୀ ଲୁଗୁନ 10919 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଭାରତୀୟ ଜନତା ପାର୍ଟିର କୁଲଦୀପ ସିଂ 7417 ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ରାଜଗାଙ୍ଗପୁର ପୌରପରିଷଦର 20 କାଉନସିଲର(ୱାର୍ଡ)ରୁ ବିଜେଡି- 12ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ 4ଟି ଆସନ ଅକ୍ତିଆର କରିଛି, ବିଜେପି – 3 ଟି ଓ ସ୍ବାଧୀନ ଗୋଟିଏ ଆସନ ପାଇଛନ୍ତି । ବୀରମିତ୍ରପୁର ପୌରପରିଷଦ ଅଧ୍ୟକ୍ଷ ଭାବେ ମତଦାତା ବିଜେଡିର ସନ୍ଦୀପ ମିଶ୍ରଙ୍କୁ ବିଜୟୀ କରାଇଛନ୍ତି , ସନ୍ଦୀପ ମିଶ୍ର 7044 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାବେ ବିଜେପିର ସୁନୀଲ ତିୱାରୀ 4072 ଭୋଟ ପାଇଛନ୍ତି । ତେବେ ବୀରମିତ୍ରପୁର ମ୍ୟୁନସିପାଲିଟିର 11ଟି ୱାର୍ଡରୁ ବିଜୁ ଜନତା ଦଳ 9ଟିରେ ବିଜୟୀ ହୋଇଛି ଓ ବିଜେପି ଓ କଂଗ୍ରେସ ଖାତାକୁ ଗୋଟିଏ ଲେଖାଏଁ ଆସନ ଯାଇଛି ।

ସେହିପରି ସୁନ୍ଦରଗଡ ପୌରପାଳିକା ନିର୍ବାଚନ ଉପରେ ସମସ୍ତ ସହରବାସୀଙ୍କର ତୀକ୍ଷଣ ଦୃଷ୍ଟି ଥିଲା । ଚେୟାରମ୍ୟାନ ପଦବୀ ପାଇଁ ହୋଇଥିଲା ଜୋରଦାର ଲଢେଇ । ତେବେ ସମସ୍ତଙ୍କୁ ପଛରେ ପକାଇ ବିଜେପିର ତନୟା ମିଶ୍ର ଏହି ଆସନରେ ବିଜୟୀ ହୋଇଛନ୍ତି । ଏହି ଦୌଡରେ ଦୁଇ ପ୍ରମୁଖ ପାର୍ଟିର ପ୍ରାର୍ଥିନୀଙ୍କ ସହ ଜଣେ ସ୍ବାଧୀନ ପାର୍ଥିନୀ ଲଢେଇ କରିଥିଲେ । ହେଲେ ଏଠାରେ ବିଜେପି ବାଜିମାତ କରିଛି । ତନୟା ମିଶ୍ରଙ୍କୁ ମିଳିଛି- 7812, ବିଜେଡି ପ୍ରାର୍ଥୀନୀ ରଂଜନା ପଣ୍ଡାଙ୍କୁ 6577 ଖଣ୍ଡ ଭୋଟ ମିଳିଛି । ସେହିପରି ସ୍ବାଧୀନ ପ୍ରାର୍ଥିନୀ ନିନିମା ପଟେଲ ଓ ଷଡଙ୍ଗୀଙ୍କୁ ମିଳିଛି 6542 ଖଣ୍ଡ ଭୋଟ ।

ସୁନ୍ଦରଗଡ ପୌରପାଳିକାର ଏହି ନିର୍ବାଚନରେ ଶାସକ ଦଳ ବିଜେଡି ଓ ଭାଜପା ଦଳଙ୍କୁ କଡା ଟକ୍କର ଦେଇଥିଲେ ସ୍ବାଧୀନ ପ୍ରାର୍ଥିନୀ ନିନିମା ପଟେଲ । ସୁନ୍ଦରଗଡ ପୌରପରିଷଦ ନିର୍ବାଚନରେ ମୋଟ 19ଟି ୱାର୍ଡରୁ ବିଜେଡି 11 ଆସନରେ ବିଜୟୀ ହୋଇଥିବା ବେଳେ, ବିଜେପି 7 ଆସନ ଓ ସ୍ବାଧୀନରେ ଜଣେ ଜିତିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.