ETV Bharat / state

ଧାନମଣ୍ଡିରେ ଅବ୍ୟବସ୍ଥା, ସୁନ୍ଦରଗଡ଼ରେ ଚକାଜାମ କରିବ ବିଜେପି

author img

By

Published : Feb 12, 2021, 10:44 PM IST

ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ସୁନ୍ଦରଗଡ଼ରେ ମୁଣ୍ଡ ଟେକିଲା ଆନ୍ଦୋଳନ। ଶନିବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଚକାଜାମ କରାଯିବାକୁ ସ୍ଥିର କରିଛି ବିଜେପି। ଅଧିକ ପଢ଼ନ୍ତୁ...

sundargarh bjp will do chaka jam protest for paddy mandi problem
ଧାନମଣ୍ଡିରେ ଅବ୍ୟବସ୍ଥା, ସୁନ୍ଦରଗଡ଼ରେ ଚକାଜାମ କରିବ ବିଜେପି

ସୁନ୍ଦରଗଡ଼: ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ସୁନ୍ଦରଗଡ଼ରେ ମୁଣ୍ଡ ଟେକିଲା ଆନ୍ଦୋଳନ। ଶନିବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଚକାଜାମ କରାଯିବାକୁ ସ୍ଥିର ହୋଇଛି। ଜିଲ୍ଲା ବିଜେପି ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। ଦୀର୍ଘଦିନ ହେଲା ଚାଷୀଙ୍କ ହକ୍ ଓ ଧାନମଣ୍ଡିରେ ଅବ୍ୟବସ୍ଥା ପ୍ରତିବାଦ ହୋଇ ଆସୁଥିଲା। ଏହାକୁ ନେଇ ଚାଷୀମାନେ ବିଭିନ୍ନ ସମୟରେ ବିକ୍ଷୋଭ ପ୍ରଦର୍ଶନ କରି ଆସୁଥିଲେ।

ଶନିବାର ସୁନ୍ଦରଗଡ଼ ଜିଲ୍ଲାରେ ସକାଳ ୧୦ଟା ସମୟରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ବିଜେପି କର୍ମୀ, ନେତା ଚାଷୀଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିବେ। ବିଶେଷ କରି ସୁନ୍ଦରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଛକ,ରାଣିବଗିଚା , କିରେଇ ଛକ ଏବଂ ବାଲିଜୋରି ଛକରେ ବିଜେପି ପକ୍ଷରୁ ଚକାଜାମ ଆନ୍ଦୋଳନ କରାଯିବ। ଏହାକୁ ନେଇ ବିଜେପି ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜିଲ୍ଲାର ଧାନମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଛି। ଏହାକୁ ନେଇ ଚାଷୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ଧାନ ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଚାଷୀ ଧାନ ବିକ୍ରି ହୋଇ ପାରୁନଥିବା ଅଭିଯୋଗ ହୋଇଥିଲା। ମଣ୍ଡିରେ ଦୀର୍ଘ ଦିନରେ ଧରି ଧାନ ପଡ଼ି ରହିଛି। ଫଳରେ ଚାଷୀ ନିଜ ହକରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.