ETV Bharat / state

ଫେଲ ମାରିଛି ମିଶନ ଶକ୍ତି ଯୋଜନା, ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ପଡିଛି ଶକ୍ତି ବଜାର

ମିଶନ ଶକ୍ତି ଯୋଜନା ଅଧିନରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ନିର୍ମାଣ ହେଲା ଶକ୍ତି ବଜାର । ରକ୍ଷଣାବେକ୍ଷଣ ଅଭାବରୁ ଗେଟରେ ଝୁଲୁଛି ତାଲା । ଅଧିକ ପଢ଼ନ୍ତୁ

author img

By

Published : May 28, 2023, 10:25 PM IST

Neglected Shakti bazaar
କାମରେ ଆସୁନି ଶକ୍ତି ବଜାର
କାମରେ ଆସୁନି ଶକ୍ତି ବଜାର

ରାଉରକେଲା: ଯୋଜନା ମାଳମାଳ କିନ୍ତୁ କାର୍ଯ୍ୟକାରୀ ଶୂନ । ବିଭିନ୍ନ ଯୋଜନାରେ ମାଳମାଳ ପ୍ରକଳ୍ପ ହେଉଥିଲେ ସୁଦ୍ଧା ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ପ୍ରକଳ୍ପ ସମ୍ପୂର୍ଣ୍ଣ ଖତ ଖାଉଛି । ରାଉରକେଲା ପ୍ରଶାସନର ଅବହେଳା ମନୋବୃତ୍ତି ଯୋଗୁଁ ନିର୍ମାଣ ହୋଇଥିବା ଅନେକ ପ୍ରକଳ୍ପ ଗୁଡ଼ିକ ବନ୍ଦ ପଡ଼ିଛି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଯୋଜନାରେ ହୋଇଥିବା ଶକ୍ତି ବଜାର ରକ୍ଷଣାବେକ୍ଷଣ ଅଭାବରୁ ଗେଟ୍‌ରେ ତାଲା ଝୁଲୁଛି । ହେଲେ ପ୍ରଶାସନର ଏଥି ପ୍ରତି ନିଘା ନାହିଁ ।

ମହିଳାଙ୍କୁ କାର୍ଯ୍ୟ ଯୋଗାଇବା ଲକ୍ଷ୍ୟରେ ମିଶନ ଶକ୍ତି ଯୋଜନାରେ ରାଉରକେଲା ଅନ୍ତର୍ଗତ କୋଏଲ ନଗର ଠାରେ ଏକ ଶକ୍ତି ବଜାର ପ୍ରକଳ୍ପ ନିର୍ମାଣ କରାଯାଇଛି । ରାଉରକେଲା ସହର ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସ୍ୱୟଂ ସହାୟକ ଗୋଷ୍ଠୀ ଆସି ଏଠାରେ ଗୋଷ୍ଠୀ ଦ୍ୱାରା ନିର୍ମିତ ସାମଗ୍ରୀ ବିକ୍ରି କରିବା ଉଦ୍ଦେଶ୍ୟରେ ଏହା ତିଆରି ହୋଇଥିଲା । କିନ୍ତୁ ବିକ୍ରି ତ ଦୂରର କଥା ଏଠାରେ ଗୋଟିଏ ମଣିଷ ମଧ୍ୟ ଦେଖାଯିବା ମୁସ୍କିଲ ।

୨୦୧୯ ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୧/୩/୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ଏହାକୁ ଉଦଘାଟନ କରିଥିଲେ । ସାଂସଦ ଜୁଏଲ ଓରାମ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ତଥା ତତ୍କାଳୀନ ରାଉରକେଲା ଉନ୍ନୟନ ବୋର୍ଡ ଅଧ୍ୟକ୍ଷ ସାରଦା ନାୟକଙ୍କ ପ୍ରମୁଖଙ୍କ ଉପସ୍ଥିତରେ ଉଦଘାଚନ ହୋଇଥିଲା । ମୂଳ ଲକ୍ଷ୍ୟ ଥିଲା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ରୋଜଗାର ଦେବା । କିନ୍ତୁ ତାହା ବର୍ତ୍ତମାନ ଫେଲ୍‌ ମାରିଥିବା ଜଣାପଡ଼ିଛି । ଉଦଘାଟନ ପରେ ପ୍ରାୟ ଏକ ବର୍ଷ ଖଣ୍ଡେ ଚାଲିଥିଲା ଏହି ଶକ୍ତି ବଜାର । ଏହାପରେ କୋରୋନା ସମୟରେ ଏହି ସ୍ଥାନଟି ବନ୍ଦ ହୋଇ ପଡ଼ିଥିଲା । କଟକଣା ହଟିବା ପରେ ମଧ୍ୟ ଏହି ସ୍ଥାନ ବନ୍ଦ ରହିଥିଲା ଏବଂ ବର୍ତ୍ତମାନ ଯାଏ ପ୍ରାୟ ତିନି ବର୍ଷ ଧରି ଶକ୍ତି ବଜାରରେ ତାଲା ଝୁଲିଛି । ଏନେଇ ସହରବାସୀ କହିଛନ୍ତି, "କେବଳ ଏହି ଗୋଟିଏ ସ୍ଥାନ ନୁହେଁ ରାଉରକେଲାରେ ଏଭଳି ଅନେକ ପ୍ରକଳ୍ପ ରହିଛି ଯାହା ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ହୋଇପଡ଼ିଛି । ପ୍ରଶାସନ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଅବହେଳା ମନୋବୃତ୍ତି ଯୋଗୁଁ ସରକାରଙ୍କ ଯୋଜନାରେ ଲୋକେ ଲାଭବାନ ହୋଇପାରୁ ନାହାନ୍ତି । ହକି ବିଶ୍ବକପ ପୂର୍ବରୁ ରାଜ୍ୟ ସରକାର ରାଉରକେଲାକୁ ଦେଇଥିବା ପ୍ରତିଶୃତି ମଧ୍ୟ ପୂରଣ ହୋଇନାହିଁ । ତେଣୁ ରାଉରକେଲାବାସୀଙ୍କ ବିକାଶକୁ ଦୃଷ୍ଟିରେ ରଖି ଏଥିପ୍ରତି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.