ETV Bharat / state

ଘୋଗର ଝରଣାରେ ସେଲଫି ଘଟଣା; ଯୁବତୀଙ୍କ ମୃତଦେହ ଉଦ୍ଧାର - _Ghogar Incident Body rescued

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର କୁମ୍ଭାରପଡାର ରିତୁ ଓରଫ ଅନୁପମା ପ୍ରଜାପତି ନାମକ ଜଣେ 24 ବର୍ଷ ବୟସ୍କ ଯୁବତୀ ନିଜର ସେଲଫି ଉତ୍ତୋଳନ କରୁଥିବା ବେଳେ ଘୋଗର ଝରଣାରେ ଖସି ପଡିଥିଲେ । ଅଧିକ ପଢନ୍ତୁ...

ସେଲଫି ହେଲା କାଳ; ଘୋଗର ଝରଣାରେ ଖସି ଯୁବତୀ ମୃତ

author img

By

Published : Jan 5, 2021, 9:23 AM IST

ସୁନ୍ଦରଗଡ଼: ରବିବାର ବାଲିଶଙ୍କରା ବ୍ଲକ ଇବ ନଦୀର ଘୋଗର ପିକନିକ୍ ସ୍ପଟରେ ଘଟିଥିଲା ଏକ ଲୋମଟାଙ୍କୁରା ଘଟଣା । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର କୁମ୍ଭାରପଡାର ରିତୁ ଓରଫ ଅନୁପମା ପ୍ରଜାପତି ନାମକ ଜଣେ 24 ବର୍ଷ ବୟସ୍କ ଯୁବତୀ ନିଜର ସେଲଫି ଉତ୍ତୋଳନ କରୁଥିବା ବେଳେ ଘୋଗର ଝରଣାରେ ଖସି ପଡିଥିଲେ । ନିଜ ପରିବାରଙ୍କ ସମ୍ମୁଖରେ ଘଟିଥିଲା ଏହି ଘଟଣା । ସବୁ ସରିଗଲା ନିମିଶକ ମଧ୍ୟରେ । ପରିବାର ଲୋକେ ତାଙ୍କୁ ବଞ୍ଚାଇ ପାରିନଥିଲେ ।

ସେଲଫି ହେଲା କାଳ; ଘୋଗର ଝରଣାରେ ଖସି ଯୁବତୀ ମୃତ

ଜଳର ପ୍ରବଳ ସ୍ରୋତରେ ସେ ସଲୀଳ ସମାଧି ନେଇଥିଲେ । ଘଟଣା ଘଟିବା ଖବର ପ୍ରଚାରିତ ହେବା କ୍ଷଣି ବାଲିଶଙ୍କରା ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ ଓ ସ୍ଥାନୀୟ ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବାପାଇଁ ଚେଷ୍ଟା କରି ବିଫଳ ହୋଇଥିଲା । ତେବେ ଆଜି (ସୋମବାର) ଅପରାହ୍ନରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକଙ୍କ ପରିବାର ଲୋକେ ଏନେଇ ଥାନାରେ କୌଣସି ମାମଲା ନକରି ମୃତଦେହକୁ ନେଇ ଘରକୁ ଫେରିଛନ୍ତି । ଅନୁପମା ନିଜ ପରିବାର ଲୋକଙ୍କ ସହ ହସ ଖୁସି କରିବାପାଇଁ ଘୋଗର ଆସିଥିଲେ । ହେଲେ ତାଙ୍କର ହସ ଖୁସି ସବୁଦିନ ପାଇଁ ଘୋଗରରେ ଲୀନ ହୋଇଗଲା ।

ସୁନ୍ଦରଗଡ଼ରୁ ହରିହରଦାସ ମହାପାତ୍ର, ଇଟିଭା ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.