ETV Bharat / state

ସୁନ୍ଦରଗଡ଼ରେ ଉପରମୁହାଁ ସ୍କ୍ରବ ଟାଇଫସ ମାମଲା, ସ୍ଥିତି ପରଖିଲେ କେନ୍ଦ୍ର ଓ ରାଜ୍ୟ ମିଳିତ ଟିମ୍ - central team visit sundargarh

ସୁନ୍ଦରଗଡରେ ସ୍କ୍ରବ ଟାଇଫସ ଆତଙ୍କ । ଗତ 24 ଘଣ୍ଟା ମଧ୍ୟରେ ପୁଣି 20 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 292ରେ ପହଞ୍ଚିଛି । ଆଜି ଜିଲ୍ଲାରେ ପଜିଟିଭ୍‌ ହାର ୨୭.୦୨ ରହିଛି । ଅନ୍ୟପଟେ ସ୍କ୍ରବ ଟାଇଫସ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ଓ ରାଜ୍ୟର 6 ଜଣିଆ ଟିମ ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି ।

ସୁନ୍ଦରଗଡରେ ସ୍କ୍ରବ ଟାଇଫସ ଆତଙ୍କ
ସୁନ୍ଦରଗଡରେ ସ୍କ୍ରବ ଟାଇଫସ ଆତଙ୍କ
author img

By ETV Bharat Odisha Team

Published : Sep 30, 2023, 1:52 PM IST

ସୁନ୍ଦରଗଡ଼ରେ ଉପରମୁହାଁ ସ୍କ୍ରବ ଟାଇଫସ ମାମଲା

ସୁନ୍ଦରଗଡ଼: ସୁନ୍ଦରଗଡରେ ସ୍କ୍ରବ ଟାଇଫସ ଆତଙ୍କ । ଗତ 24 ଘଣ୍ଟା ମଧ୍ୟରେ ପୁଣି 20 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 292ରେ ପହଞ୍ଚିଛି । ଆଜି ଜିଲ୍ଲାରେ ପଜିଟିଭ୍‌ ହାର ୨୭.୦୨ ରହିଛି । ଅନ୍ୟପଟେ ସ୍କ୍ରବ ଟାଇଫସ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ଓ ରାଜ୍ୟର 6 ଜଣିଆ ଟିମ ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି । କେନ୍ଦ୍ରୀୟ ଟିମ୍ ସିଡିଏମଓ, ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା ପରେ ବିଭିନ୍ନ ଅଞ୍ଚଳ ଯାଇ ଯାଞ୍ଚ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିବାରେ ଲାଗିଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ଏହାର ତଦନ୍ତ ପାଇଁ ଆଜି(ଶନିବାର) ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ର ଓ ରାଜ୍ୟର 6 ଜଣିଆ ଟିମ । କେନ୍ଦ୍ରୀୟ ଟିମ୍ ସିଡିଏମଓ, ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା ପରେ ବିଭିନ୍ନ ଅଞ୍ଚଳ ଯାଇ ଯାଞ୍ଚ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ପୁଣି 20 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 292ରେ ପହଞ୍ଚିଛି । ଆଜି ଜିଲ୍ଲାରେ ପଜିଟିଭ୍‌ ହାର ୨୭.୦୨ ରହିଛି । ତେବେ ଜିଲ୍ଲାରେ ପ୍ରଥମେ ଜାନୁଆରି ମାସରେ ପ୍ରଥମ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଥିଲା ।

ପରବର୍ତ୍ତୀ ସମୟରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲା । କିନ୍ତୁ ଅଗଷ୍ଟ ମାସରୁ ସଂକ୍ରମଣ ସଂଖ୍ୟା ଉପରମୁହାଁ ରହିଛି । ଗତ ତିନି ଦିନରେ ୪୨ ଜଣ ନୂଆ ସ୍କ୍ରବ୍ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତ ଗୁରୁବାର ମୋଟ ୪୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଶୁକ୍ରବାର ଜିଲ୍ଲାରେ ୭୪ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୨୦ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି । ସେହିଭଳି ବୁଧବାର ୬୯ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୩ଟି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ.. Digital Dialogue: 'ସ୍କ୍ରବ ଟାଇଫସ ହେଲେ ପ୍ରଥମେ ଡାଏଗ୍ନୋସିସ, ତା' ପରେ ଚିକିତ୍ସା'

ଅନ୍ୟପଟେ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ଭଳି ଡେଙ୍ଗୁ ସଂକ୍ରମଣ ମଧ୍ୟ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୨୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ରାଉରକେଲାରେ ୧୯୮ ଜଣ ଆକ୍ରାନ୍ତ ଡେଙ୍ଗୁ ରୋଗରେ ଚିହ୍ନଟ ହୋଇଛନ୍ତି । ଆରଏସପି ସହରାଞ୍ଚଳରୁ ୧୩୦ ଜଣ ଚିହ୍ନଟ ହୋଇଥିବାବେଳେ ରାଉରକେଲା ମହାନଗର ନିଗମ ଅଞ୍ଚଳରୁ ୫୪ ଜଣ ଓ ରେଳବାଇ କଲୋନିରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି । ଅବଶିଷ୍ଟ ୧୨୪ ଜଣ ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି ।

ଡେଙ୍ଗୁ ସଂକ୍ରମଣକୁ ଦମନ କରିବାକୁ ପ୍ରଶାସନିକ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଭିନ୍ନ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଜନସଚେତନତା କାର୍ଯ୍ୟକ୍ରମ, ସଭା ଆଦି ଆୟୋଜନ କରାଯାଉଛି । ରୋଗର ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ସହ ଔଷଧ ସେବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆହ୍ବାନ କରାଯାଇଛି । ଜିଲ୍ଲାରେ ସଠିକ ରୂପରେ ଡେଙ୍ଗୁ ଚିକିତ୍ସା ଚାଲିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସୁନ୍ଦରଗଡ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.