ETV Bharat / state

ଛାତ ଉପରେ ପନିପରିବା ସମ୍ଭାର, ବିନା ମାଟିରେ ଚାଷ କରି ଚର୍ଚ୍ଚାରେ ରାଉରକେଲା ଦମ୍ପତି - ହାଇଡ୍ରୋଫନିକ ଚାଷ

ବିନା ମାଟିରେ ହେଉଛି ଚାଷ । ଛାତ ଉପରେ ଫଳିଛି ସବୁଜ ସୁନ୍ଦର ପରିବା । ପାଣି ସାହାଯ୍ୟରେ ବିନା ମାଟିରେ ଚାଷ କରୁଛନ୍ତି ଦମ୍ପତି । ଅଧିକ ପଢ଼ନ୍ତୁ

ହାଇଡ୍ରୋଫନିକ ଚାଷ,ବିନା ମାଟିରେ ଚାଷ କରୁଛନ୍ତି ଦମ୍ପତି

author img

By

Published : Feb 25, 2023, 10:02 AM IST

ହାଇଡ୍ରୋଫନିକ ଚାଷ,ବିନା ମାଟିରେ ଚାଷ କରୁଛନ୍ତି ଦମ୍ପତି

ରାଉରକେଲା: ଛାତ ଉପରେ ପନିପରିବାର ସମ୍ଭାର । ଆଖି ଯୁଆଡେ ବୁଲାଇବେ ତଟକା ପନିପରିବା ଦେଖିବାକୁ ପାଇବେ । ଚେରୀ ଟମାଟୋ ଓ ଲେଟ୍ୟୁସ ଦେଖି ତ ଆପଣ ମଧ୍ୟ ଖୁସି ହୋଇଯିବେ । ଏସବୁ ଚାଷ ହୋଇଛି ବିନା ମାଟିରେ । ବିନା ମାଟିରେ ଏସବୁ ତଟକା ପନିପରିବା ଚାଷ କରିଛନ୍ତି ରାଉରକେଲ ଦମ୍ପତି । ନିଜର ଚେଷ୍ଟା ଫଳରେ ଏଭଳି ଏକ ନିଆରା ଉପାୟରେ ଚାଷ କରି ପାରିଛନ୍ତି ରାଉରକେଲା ପାନପୋଷ ଅଞ୍ଚଳର ଦମ୍ପତି ଏମ.ବେଦଗିରି ରାଓ ଏବଂ ଦେବୀଦତ୍ତ ମହାପାତ୍ର । ଏହି ଚାଷ ପ୍ରଣାଳୀଟି ହେଉଛି ସମ୍ପୂର୍ଣ୍ଣ ଭାବରେ ବିନା ମାଟିରେ । ଏହି ଚାଷ ପ୍ରଣାଳୀକୁ କୁହାଯାଏ ହାଇଡ୍ରୋଫନିକ ଚାଷ । ଏହି ଚାଷ କେବଳ ପାଣି ସାହାଯ୍ୟରେ ହୋଇଥାଏ ଏଥିରେ ମାଟିର ବ୍ୟବହାର ବିଲକୁଲ ହୁଏ ନାହିଁ ।

ତେବେ ଏହି ଦୁଇ ସ୍ୱାମୀ ସ୍ତ୍ରୀ କୋରୋନା ମହାମାରୀ ସମୟରେ ଲକ ଡାଉନ ଚାଲିଥିବା ବେଳେ ଭଲ ସତେଜ ସବୁଜ ଏବଂ ପ୍ରାକୃତିକ ପରିବା ଚାଷ କରିବା ପାଇଁ ମନସ୍ଥ କରିଥିଲେ । ଏବଂ ସେବେଠାରୁ ସେ ଆରମ୍ଭ କରିଥିଲେ ଚାଷ ଉପରେ ରିସର୍ଚ୍ଚ । ତେବେ ରିସର୍ଚ୍ଚ କରୁ କରୁ ଜାଣିବାକୁ ପାଇଥିଲେ ଏହି ହାଇଡ୍ରୋଫୋନିକ ଚାଷ ସମ୍ବନ୍ଧରେ । ଏହି ଚାଷ ଇସ୍ରାଇଲ ଦେଶରେ ବହୁ ମାତ୍ରାରେ କରାଯାଇଥାଏ । କାରଣ ସେଠାରେ ଚାଷ ଉପକୂଳ ଜମି ନାହିଁ । ତେଣୁ କରି ସେ ଜାଣିବାକୁ ପାଇଥିଲେ ଯେ ଏହି ହାଇଡ୍ରୋଫୋନିକ ଚାଷ ବିନା ମାଟିରେ କରି ହେବ । ତେବେ ଏହାପରେ ସେ ଏହାର ଚାଷ ପ୍ରଣାଳୀକୁ ଶିକ୍ଷା ଲାଭ କଲେ ଏବଂ ଏହା ପରେ ସେ ଆରମ୍ଭ କଲେ ଚାଷ । କେବଳ ପାଣିରେ ଲିକ୍ୟୁଇଡ଼ ଭାବରେ କିଛି ମିନେରଲସକୁ ମିଶାଇ ବିନା ମାଟିରେ ନିଜ ଘର ଛାତ ଉପରେ ଚାଷ ଆରମ୍ଭ କଲେ । କିଛି ଥର ବିଫଳ ହେଲା ପରେ ବର୍ତ୍ତମାନ ସଫଳତାର ସହ କରିବାରେ ଲାଗିଛନ୍ତି ଚାଷ ।

ବିଭିନ୍ନ ପନିପରିବା ଠାରୁ ଆରମ୍ଭ କରି ଫଳ ପର୍ଯ୍ୟନ୍ତ ସବୁ ଚାଷ କରୁଛନ୍ତି ରାଉରକେଲା ସହରର ବେଦଗିରି ରାଓ ଏବଂ ଦେବିଦତ୍ତ ମହାପାତ୍ର । ଚାଷ କରିବା ପ୍ରଣାଳୀଟି ହେଉଛି ଚାରା ଆଣି ଗଛକୁ ପ୍ରଥମେ କୋକପିଟରେ ଲଗା ଯାଇଥାଏ ଏବଂ ଏଥିରେ ପାଣି ଦେଇ ଯେତେବେଳେ ଗଛ ଉଠିବାକୁ ଲାଗେ ସେତେବେଳେ ଗଛକୁ ଏହି ପ୍ରଣାଳୀକୁ ସମ୍ପୂର୍ଣ୍ଣ ଅଣାଯାଇଥାଏ । ଏହାକୁ ସପୋର୍ଟ ପାଇଁ କ୍ଲେ ବଲ ବା ସ୍ପଞ୍ଜ ଆଦି ଦେଇ ଗଛକୁ ସପୋର୍ଟ ପାଇଁ ରଖାଯାଏ ଏବଂ ଏକ ପାଇପ ଲାଇନ ଭଳି ତିଆରି କରି ଏହି ଗଛ ଗୁଡିକର ଚେରରେ ବା ଗଛ ତଳେ ସଠିକ ମାତ୍ରାରେ ପାଣି ପ୍ରବାହିତ କରାଯାଏ ।

ଏହାପରେ ହୋଇଥାଏ ହାଇଡ୍ରୋ ଫୋନିକ ଚାଷ । ଏକ ପାଇପ ଭଳି ଟ୍ରେରେ ଏହି ଚାଷ ଯୋଗେ କୋବି, ମଟର, ଟମାଟୋ, ଷ୍ଟ୍ରବେରୀ ସହ ବହୁ ସତେଜ ପନି ପରିବା ନିଜ ଛାତ ଉପରେ ବିନା ମାଟି ବ୍ୟବହାର କରି ହାଇଡ୍ରୋ ଫୋନିକ ପ୍ରଣାଳୀରେ ଚାଷ କରି ପାରିଛନ୍ତି । ଜଣେ ସଫଳ ଚାଷୀ ଭାବରେ ପରିଚିତ ହୋଇ ପାରିଛନ୍ତି । ନିଜର ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ ସମୟ କାଢି ଏହି ଚାଷ ପ୍ରଣାଳୀକୁ ଆଗକୁ ନେବାକୁ ଆଶା ବାନ୍ଧିଛନ୍ତି ଦମ୍ପତି । ତେବେ ବର୍ତ୍ତମାନ ଏହି ଛାତ ଉପରୁ ଚାଷ ହେଉଥିବା ପନିପରିବାକୁ ବିଭିନ୍ନ ରେସ୍ତୋରାଁ ଏବଂ ହୋଟେଲ ଆଦିକୁ ବିକ୍ରି କରୁଛନ୍ତି । ଏବଂ ଅନ୍ୟଚାଷୀଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.