ରାଉରକେଲା: ଷ୍ଟେସନର ଖୁବ୍ଶୀଘ୍ର ବଦଳିବ ରୂପରେଖ । ଷ୍ଟେସନ ପରିସର ଉନ୍ନତି ହେବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯିବ ।ଖୋର୍ଦ୍ଧା ଷ୍ଟେସନ ଭଳି ଉନ୍ନତି କରାଯାଇ ଯାତ୍ରୀ, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଦିଆଯିବା ସହ ଷ୍ଟେସନ ପରିସର ସିସିଟିଭି ଲାଗାଯିବ । ଏହା ସହ ରାଉରକେଲା ନିକଟବର୍ତ୍ତୀ ଅନ୍ୟ ଷ୍ଟେସନଗୁଡ଼ିକର ମଧ୍ୟ ବିକାଶ କରାଯିବ ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସୁବାସ ସରକାରଙ୍କ ସହ ଆଲୋଚନା ହୋଇଥିବା ରାଉରକେଲା ଚାମ୍ବର ଅଫ୍ କମର୍ସର ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଗତ ୨୭ ତାରିଖରେ ଇଣ୍ଡିଆନ୍ ରେଲୱେ ଟ୍ରାଫିକ ସର୍ଭିସ( ଆଇଆର୍ଟିଏସ୍) ପକ୍ଷରୁ କୋଲକାତାରେ ଆୟୋଜିତ ଜୋନାଲ ରେଲୱେ ୟୁଜର୍ସ କନ୍ସଲଟେଟିଭ କମିଟି( ଜେୟୁସିସି)ର ୧୦୩ ତମ ସଭାରେ ରାଉରକେଲା ରେଳ ଷ୍ଟେସନର ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବହୁ ପ୍ରତୀକ୍ଷିତ ତାଳଚେର ଏବଂ ବିମଳାଗଡ଼ ରେଳ ଲାଇନ୍ କାର୍ଯ୍ୟ ଶୀଘ୍ର ସାରିବାକୁ ମନ୍ତ୍ରୀଙ୍କ ନିକଟରେ ଦାବି ରଖାଯାଇଛି ।
ରାଉରକେଲା ଦେଇ ଭୁବନେଶ୍ବର ଏବଂ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍ ଶନିବାର ବ୍ୟତୀତ ଅନ୍ୟ ଏକ ଦିନ ଅର୍ଥାତ ସପ୍ତାହକୁ ୨ ଥର ଯିବା ପାଇଁ ଦାବି ହୋଇ ଥିବାବେଳେ ଭୁବନେଶ୍ଵରରୁ ଦିଲ୍ଳୀ ଯାଉଥିବା ଆନନ୍ଦବିହାର କ୍ରାନ୍ତି ଏକ୍ସପ୍ରେସ ସପ୍ତାହକୁ ୨ ଥର ସମ୍ବଲପୁର, ଝାରସୁଗୁଡ଼ା ଓ ରାଉରକେଲା ଦେଇ ଯିବା ପାଇଁ ଦାବି କରାଯାଇଛି । ଉକ୍ତ ଦାବି ଗୁଡିକ ବିଷୟରେ ମନ୍ତ୍ରୀ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ ଜଣାଯିବ ବୋଲି କହିଥିଲେ । ସେହିଭଳି ବନ୍ଧମୁଣ୍ଡା ୟାର୍ଡରେ ଭିତ୍ତିଭୂମି ବିକାଶ କରାଯିବ । ଏଥିସହ ରାଉରକେଲା ଷ୍ଟେସନର ଦ୍ଵିତୀୟ ପ୍ରବେଶ ପଥରେ ଟିକେଟ କାଉଣ୍ଟର ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ । ଷ୍ଟେସନ ଆଗରେ ଏକ ଷ୍ଟାଣ୍ଡ ନିର୍ମାଣ ପାଇଁ ମେପ୍ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ...ଉତ୍ତର ଓଡିଶାକୁ ରେଳ ସଂଯୋଗ ନେଇ ବିକ୍ଷୋଭ ପ୍ରଦର୍ଶନ
ତେବେ ଅନ୍ୟପକ୍ଷରେ ପାନପୋଷ ଷ୍ଟେସନକୁ ରାଉରକେଲାର ଦ୍ଵିତୀୟ ଷ୍ଟେସନ ଭାବେ ଉନ୍ନତି କରାଯିବା ଦାବିରେ ଏହି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ରାଜଗାଙ୍ଗପୁର ଷ୍ଟେସନରେ ପୁରୀ ଏବଂ ହାୱଡା ଆଜାଦ ହିନ୍ଦୁ ଏକ୍ସପ୍ରେସ୍ ରହଣି ଦାବିରେ ଏହା ଏକ ସୁପରଫାଷ୍ଟ ଟ୍ରେନ ହୋଇଥିବାବେଳେ ଅଧିକ ରହଣି ହେଲେ ତା’ର ମାନ କମିଯିବ । ତେଣୁ ଏହି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ସେହିପରି ତାଳଚେର ଏବଂ ବିମଳାଗଡ଼ ରେଲୱେ ଲାଇନ କାର୍ଯ୍ୟରେ ବିମଳାଗଡ଼ ପଟେ ପ୍ରାୟ ୨୨ କି.ମି.ର ଜମି ସମସ୍ୟା ଲାଗି ରହିଛି । ଏହି ପ୍ରକଳ୍ପକୁ ଯଥାଶୀଘ୍ର ସାରିବା ଦାବିରେ ଏହାକୁ ନେଇ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ ଜଣାଯିବ ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସୁବାସ ସରକାର ସୂଚନା ଦେଇଛନ୍ତି ।
ଇଟିଭି ଭାରତ,ରାଉରକେଲା