ETV Bharat / state

୧୯ ବର୍ଷ ପରେ ଘରକୁ ଫେରିଲେ ଖଗେଶ୍ବର, ପରିବାରରେ ଖୁସିରେ ଲହରୀ

author img

By

Published : Feb 13, 2023, 9:36 AM IST

ଅନେକ ବର୍ଷ ପରେ ଘରକୁ ଫେରିଲା ଖୁସି । ଦୀର୍ଘ ୧୯ବର୍ଷ ଧରି ନିଖୋଜ ଥିବା ଘରର ସାନପୁଅ ଆଜି ଘରକୁ ଫେରିଛି । ଏନେଇ ବୃଦ୍ଧ ପିତାମାତା ଖୁସିରେ ଆତ୍ମବିଭୋର ହୋଇପଡ଼ିଥିବା ବେଳେ ପରିବାରରେ ମଧ୍ୟ ଖେଳିଯାଇଛି ଖୁସିର ଲହୀର । ଦେଖନ୍ତୁ ଏହି ରିପୋର୍ଟ

missing man returns home after 19 years
missing man returns home after 19 years
୧୯ ବର୍ଷ ପରେ ଘରକୁ ଫେରିଲେ ଖଗେଶ୍ବର, ପରିବାରରେ ଖୁସିରେ ଲହରୀ

ରାଉରକେଲା: ଦୀର୍ଘ ୧୯ବର୍ଷ ପରେ ଘରକୁ ଫେରିଲା ଖୁସି । ଗେହ୍ଲା ସାନପୁଅ ଖଗେଶ୍ବରଙ୍କ ଘର ବାହୁଡ଼ା ପରେ ପରିବାରର ଖୁସି କହିଲେ ନ ସରେ । ଦୀର୍ଘ ବର୍ଷ ପରେ ପୁଅକୁ ଦେଖି ବୃଦ୍ଧ ବାପାଙ୍କ ଆଖିରେ ଖୁସିର ଲୁହ । ସେପଟେ ମାଆ ମୁଣ୍ଡ ଆଉଁସି ଢାଳି ଦେଉଛି ସ୍ନେହର ଆଶିଷ । ରାଉରକେଲା ରିଉଁ ଗାଁରେ ଡମ୍ବୁରଧର ସିଂଙ୍କ ଘରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପୁଅ ଖଗେଶ୍ବର ୨୦୦୪ ମସିହାରୁ କେଉଁଆଡେ ଚାଲିଯାଇଥିବା ବେଳେ ଅନେକ ବର୍ଷ ପରେ ଘରକୁ ଫେରିଛନ୍ତି । ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ସ୍ବେଚ୍ଛାସେବୀ ସଂଗଠନ 'ଶ୍ରଦ୍ଧା' ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇଛି । ଏହି ସଂଗଠନ ଖଗେଶ୍ବରଙ୍କୁ ଆଣି ଘରେ ଛାଡିବା ପରେ ପରିବାରରେ ଖେଳିଯାଇଛି ଖୁସିର ଲହରୀ ।

ଦିନେ ହଠାତ କୁଆଡେ ଘର ଛାଡ଼ି ଚାଲିଯାଇଥିଲେ ଏବଂ ନିଖୋଜ ହୋଇଯାଇଥିଲେ । ନିଖୋଜର ୧୯ବର୍ଷ ପରେ ଘରକୁ ଫେରିଲେ ଖଗେଶ୍ୱର ସିଂ। ଦିନେ ଯେଉଁ ପରିବାର ଲୋକେ ଖଗେଶ୍ବରଙ୍କୁ ଖୋଜି ଖୋଜି ଆଶା ଛାଡି ବସିଥିଲେ ଆଜି ତାଙ୍କ ପାଖରେ ସୁରକ୍ଷିତ ଭାବେ ପହଞ୍ଚିଛନ୍ତି ଖଗେଶ୍ବର । ୧୫ ବର୍ଷ ବୟସରେ ହଠାତ୍ ନିଖୋଜ ହୋଇଯାଇଥିଲେ ସୁନ୍ଦରଗଡ଼ କୁଆରମୁଣ୍ଡା ବ୍ଲକ ରିଉଁ ଗାଁର ଖଗେଶ୍ୱର ସାହୁ । ବହୁ ଖୋଜାଖୋଜି ପରେ ଖଗେଶ୍ୱରଙ୍କର କୌଣସି ପତ୍ତା ମିଳିନଥିଲା ।

ତେବେ ତାଙ୍କ ବାପା କୁହନ୍ତି, "ପୁଅ ଖଗେଶ୍ବର ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିଲା ଏବଂ ଏହା ପୂର୍ବରୁ ଥରେ ଘର ଛାଡ଼ି ପଳାଇଥିଲା । ବହୁ ଖୋଜାଖୋଜି ପରେ ଖଗେଶ୍ବରକୁ ପାଇଥିଲୁ । ହେଲେ ୨୦୦୪ ମସିହାରେ ସେ କେଉଁଆଡେ ଚାଲିଯାଇଥିଲା, ତା'ପରେ ଯେତେ ଖୋଜାଖୋଜି କଲୁ ତାକୁ ପାଇଲୁ ନାହିଁ ।'

ଗତ ୨୦୦୪ ମସିହାରେ ପୁଣି ଥରେ ରାଉରକେଲା ସେକ୍ଟର ୨୦ରେ କୀର୍ତ୍ତନ ହେଉଥିବା ବେଳେ ଘର ଲୋକଙ୍କ ସହ ଦେଖିବାକୁ ଆସିଥିଲେ ଖଗେଶ୍ବର ଏବଂ ସେଠାରୁ ସେ କେଉଁ ଆଡକୁ ଚାଲି ଯାଇଥିଲେ । ପରିବାର ଲୋକେ ଖଗେଶ୍ବରଙ୍କୁ ଅନେକ ସ୍ଥାନରେ ଖୋଜିବାରେ ଲାଗିଲେ ଏବଂ କୁଆରମୁଣ୍ଡା ପୋଲିସ ଷ୍ଟେସନରେ ଏନେଇ ଏତଲା ମଧ୍ୟ ଦେଇଥିଲେ । ବହୁ ଖୋଜିବା ପରେ ମଧ୍ୟ ଖଗେଶ୍ବରଙ୍କ ପତ୍ତା ମିଳିପାରିନଥିଲା । କିନ୍ତୁ ହଠାତ ଏବେ ୧୯ବର୍ଷ ପରେ ପୁଅକୁ ପାଖରେ ପାଇ ବାପାମା' ଏବଂ ପରିବାରର ଭାଇ ଭାଉଜଙ୍କ ଖୁସି କହିଲେ ନ ସରେ । ଖଗେଶ୍ୱରଙ୍କୁ ଦେଖିବା ପାଇଁ ତାଙ୍କ ଘରେ ସାହିପଡିଶା ଓ ଗାଁ ଲୋକଙ୍କ ଭିଡ଼ ଲାଗିଛି । ଗ୍ରାମବାସୀ ସମସ୍ତେ ଖଗେଶ୍ୱରଙ୍କୁ ଦେଖି ବେଶ ଖୁସି ।

ଏହା ବି ପଢନ୍ତୁ- ସରକାରୀ ଚାକିରିଆଙ୍କ ଚାଷ ନିଶା, ଜୈବିକ ପଦ୍ଧତିରେ ଫଳାଉଛନ୍ତି ରଙ୍ଗବେରଙ୍ଗର କୋବି

ରିଉଁ ଗାଁର କୌଶଲ୍ୟା ସିଂ ଓ ଡମ୍ବରୁଧର ସିଂଙ୍କ ପୁଅ ଖଗେଶ୍ୱର । ୫ ଜଣ ପୁଅ ଝିଅଙ୍କ ମଧ୍ୟରେ ଖଗେଶ୍ୱର ସବୁଠାରୁ ସାନ ପୁଅ । ନିଖୋଜ ହେବା ପରେ ଖୋଜାଖୋଜି କରି ସବୁ ଆଶା ମଉଳିଯାଇଥିଲା । ଖଗେଶ୍ୱର ଜୀବିତ କି ମୃତ ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା ଏବଂ କେଉଁଠି କେଉଁ ଅବସ୍ଥାରେ ଖଗେଶ୍ବର ଅଛନ୍ତି ତାହା ମଧ୍ୟ ପରିବାର ଲୋକଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଏହାରି ମଧ୍ୟରେ ଖଗେଶ୍ବରଙ୍କୁ ଚାହିଁ ଚାହିଁ ବିତିଗଲା ୧୯ ବର୍ଷ । ତେବେ କିଛି ଦିନ ତଳେ ହଠାତ୍ ଖଗେଶ୍ୱରକୁ ନେଇ ତାଙ୍କ ଘରେ ପହଞ୍ଚିଥିଲେ ୩ଜଣ ବ୍ୟକ୍ତି । ଆଉ ଖଗେଶ୍ୱରଙ୍କୁ ଦେଖି ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ପରିବାର ମଧ୍ୟରେ ।

ଖଗେଶ୍ୱର ଘରୁ କେଉଁଆଡକୁ ଚାଲି ଯାଇଥିବା ବେଳେ ତାଙ୍କୁ ବିଶାଖାପାଟଣାରୁ ଏକ ସ୍ବେଚ୍ଛାସେବୀ ସଂଗଠନ 'ଶ୍ରଦ୍ଧା' ପକ୍ଷରୁ ଉଦ୍ଧାର କରାଯାଇଥିଲା ଏବଂ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଏବଂ ସେହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପରେ ମୁମ୍ବାଇରେ ତାଙ୍କୁ ଚିିକିତ୍ସା କରିବା ପାଇଁ ନେଇଥିଲେ । ଯେତେବେଳେ ଖଗେଶ୍ବରଙ୍କୁ ବିଶାଖାପାଟଣାରୁ ଉଦ୍ଧାର କରାଯାଇଥିଲା ସେତେବେଳେ ତାଙ୍କ ମାନସିକ ସ୍ଥିତି ଭଲ ନଥିଲା ।

ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ ଖଗେଶ୍ବର ସିଂ। ମୁମ୍ବାଇରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ପଚାରିବାରୁ ସେ ତାଙ୍କ ଘର ସମ୍ପର୍କରେ କହିଥିଲେ । ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପଚରା ଉଚରା କରି ତାଙ୍କୁ କୁଆରମୁଣ୍ଡା ବ୍ଲକ ରିଉଁ ଗ୍ରାମରେ ତାଙ୍କ ଘରେ ପହଞ୍ଚା ଯାଇଥିବା ଜଣାପଡ଼ିଛି । ଏବେ ଖଗେଶ୍ୱର ବିିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ଥିବା ବେଳେ ନିୟମିତ ଡାକ୍ତରୀ ପରୀକ୍ଷାର ଆବଶ୍ୟକତା ରହିଛି । ସେପଟେ ପୁଅକୁ ହଠାତ୍ ପାଖରେ ପାଇ ଖୁସିରେ ବିଭୋର ହୋଇପଡିଛନ୍ତି ବାପାମାଆ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.