ETV Bharat / state

ରାଉରକେଲା କଣ୍ଟେନମେଣ୍ଟ ଜୋନ୍କୁ‌ ଜଗିବ ଡ୍ରୋନ - rorkela latest news

ରାଉରକେଲା ମହାନଗର ନିଗମର କମିଶନର କଣ୍ଟେନମେଣ୍ଟ ଅଞ୍ଚଳରେ ବୁଲି ବୁଲି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ସାନିଟାଇଜେସନ କାର୍ଯ୍ୟକୁ ଅଧିକ ପ୍ରଭାବୀ କରିବା ନିମନ୍ତେ ଟ୍ରାକ୍ଟର ମାଉଣ୍ଟେଡ ସ୍ପ୍ରେୟାର ମେସିନ୍ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ଅଣାଯାଇଛି । ସେହିପରି 4ଦିନ ମଧ୍ୟରେ ଡ୍ରୋନ ଯୋଗେ ସହରର ବିଭିନ୍ନ ସ୍ଥାନରେ ଲିକ୍ୟୁଇଡ ବ୍ଲିଚିଂ ସ୍ପ୍ରେ କରାଯିବ ବୋଲି ଜଣାପଡିଛି ।

ରାଉରକେଲା କଣ୍ଟେନମେଣ୍ଟ ଜୋନ୍କୁ‌ ଜଗିବ ଡ୍ରୋନ
ରାଉରକେଲା କଣ୍ଟେନମେଣ୍ଟ ଜୋନ୍କୁ‌ ଜଗିବ ଡ୍ରୋନ
author img

By

Published : Apr 28, 2020, 8:43 PM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର 6ଷ୍ଠ ଆକ୍ରାନ୍ତ ଏବେ ରାଉରକେଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ଆଉ 4ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ଘର କଣ୍ଟେନମେଣ୍ଟ ଜୋନରେ ହୋଇଥିବା ବେଳେ ସେମାନେ ଷଷ୍ଠ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ୨ ଜଣ ମହିଳା । ପୁରୁଷ 2ଜଣଙ୍କ ବୟସ ଯଥାକ୍ରମେ, ୨୭ ଓ ୩୮ ଏବଂ ମହିଳାଙ୍କ ବୟସ ହେଉଛି ୩୫ ଓ ୫୫ ।

ରାଉରକେଲା କଣ୍ଟେନମେଣ୍ଟ ଜୋନ୍କୁ‌ ଜଗିବ ଡ୍ରୋନ

ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସମସ୍ତ ୪ଜଣଙ୍କ କୋଭିଡ-19 ସମ୍ପର୍କିତ କୌଣସି ଲକ୍ଷଣ ନାହିଁ । କଣ୍ଟେନମେଣ୍ଟ ଜୋନରେ ସୋମବାର ରାତି ସୁଦ୍ଧା 5062 ଘର ମଧ୍ୟରୁ 4755 ଘରେ ସ୍କ୍ରିନିଂ କରାଯାଇଛି । ମଙ୍ଗଳବାର ବି ସ୍କ୍ରିନିଂ ଚାଲିଛି । ଆଜି ସକାଳୁ ସ୍ବାସ୍ଥ୍ୟ ଟିମ୍ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ସଂପୃକ୍ତ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି ।

ସେହିପରି ମହାନଗର ନିଗମର ୨0 ଟି ଟିମ୍ ସଂପୃକ୍ତ ଅଞ୍ଚଳରେ ସାନିଟାଇଜେସନ କାର୍ଯ୍ୟ ଜାରି ରଖିଛନ୍ତି । ବିଭିନ୍ନ ଅଞ୍ଚଳରେ ଘରକୁ ଘର ବୁଲି ଲିକ୍ୟୁଇଡ ବ୍ଲିଚିଂ ସ୍ପ୍ରେ କରୁଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଯଥା, ରାସନ ସାମଗ୍ରୀ, ପରିବା, ଫଳ, ଔଷଧ ଓ କ୍ଷୀର ଯୋଗାଇଦେବା ଲାଗି ବିଭିନ୍ନ ଟିମ୍ ନିୟୋଜିତ ଅଛନ୍ତି ।

କଣ୍ଟେନମେଣ୍ଟ ଅଞ୍ଚଳର ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ସ୍ବତନ୍ତ୍ର ହେଲ୍ପଲାଇନ ଖୋଲାଯାଇଛି । ଏହି କାର୍ଯ୍ୟକୁ ଅଧିକ ପ୍ରଭାବୀ କରିବା ଲାଗି ମହାନଗର ନିଗମର କମିଶନର ମଙ୍ଗଳବାର ନିଜେ ଅନ୍ୟ ଅଧିକାରୀମାନଙ୍କ ସହ ସଂପୃକ୍ତ ଅଞ୍ଚଳରେ ବୁଲି ବୁଲି ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ । ଡ୍ରୋନ ମାଧ୍ୟମରେ ସଂପୃକ୍ତ ଅଞ୍ଚଳର ମନିଟରିଂ କରାଯାଇଥିଲା ।

ସାନିଟାଇଜେସନ କାର୍ଯ୍ୟକୁ ଅଧିକ ପ୍ରଭାବୀ କରିବା ନିମନ୍ତେ ଟ୍ରାକ୍ଟର ମାଉଣ୍ଟେଡ ସ୍ପ୍ରେୟାର ମେସିନ୍ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ଅଣାଯାଇଛି । ପ୍ରଥମେ କଣ୍ଟେନମେଣ୍ଟ ଅଞ୍ଚଳରେ ତାହା ସ୍ପ୍ରେ କରିବ । ସେହିପରି 2 ଚାରିଦିନ ମଧ୍ୟରେ ଡ୍ରୋନ ଯୋଗେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଲିକ୍ୟୁଇଡ ବ୍ଲିଚିଂ ସ୍ପ୍ରେ କରାଯିବ ବୋଲି ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.