ରାଉରକେଲା: କୋମଳତା, ସୁନ୍ଦରତା, ପ୍ରେମ ଆଉ ସ୍ବଚ୍ଛତାର ପ୍ରତୀକ ଫୁଲ । କଅଁଳ ପାଖୁଡ଼ା ବିଭିନ୍ନ ରଙ୍ଗ ନେଇ ଏକ ସାଧାରଣ ସ୍ଥିତିର ଶୋଭା ମଣ୍ଡନ କରେ ଏହି ଫୁଲ । ସେ ସୁବାସିତ ଫୁଲ ହେଉ କି କାଗଜ ଫୁଲ । ମଣିଷ ଜୀବନରେ ଫୁଲର ରହିଛି ଏକ ବିଶେଷ ମହତ୍ତ୍ବ । ଫୁଲର ପ୍ରେମରେ ଖାଲି ଭ୍ରମର ନୁହେଁ , ମଣିଷ ବି ପଡ଼ିଯାଏ । କିନ୍ତୁ ଏବେ ଫୁଲ ପ୍ରେମରେ ପଡ଼ିଛି ଇସ୍ପାତ ନଗରୀ ରାଉରକେଲା । ସେଥିପାଇଁ ତା କୋଳରେ ଦେଖିବାକୁ ମିଳୁଛି ରଙ୍ଗବେରଙ୍ଗର କାଗଜ ଫୁଲ। ରାଉରକେଲାର ଚିକ୍ ଚିକ୍ ରାସ୍ତାର ସୌନ୍ଦର୍ଯ୍ୟତାକୁ ଦ୍ବିଗୁଣିତ କରୁଛି ଏହି କାଗଜ ଫୁଲ । ରାଉରକେଲାର ଲାଇଫଲାଇନ କୁହାଯାଉଥିବା ରିଂ ରୋଡ୍ ରାସ୍ତା କାଗଜ ଫୁଲରେ ସଜେଇ ହେଲା ଭଳି ମନେ ହେଉଛି । ବସନ୍ତ ଋତୁର ଆଗମନରେ କାଗଜ ଫୁଲରେ ଘୋଡାଇ ହୋଇଛି ସମ୍ପୂର୍ଣ୍ଣ ରିଂ ରୋଡ ।
କାଗଜ ଫୁଲ ସୃଷ୍ଟି କରୁଛି ପାର୍କର ଭ୍ରମ: ଗୋଲାପୀ,ଧଳା, ହଳଦିଆ ରଙ୍ଗର କାଗଜ ଫୁଲରେ ସଜେଇ ହୋଇଛି ରାଉରକେଲା । ରିଂ ରୋଡ୍ର ପୁରା ୧୮ କିଲୋମିଟର ରାସ୍ତା ନୂଆ ବୋହୁ ଭଳି ସଜେଇ ହୋଇଥିବା ମନେ ହେଉଛି । ରାଉରକେଲାକୁ ଅପରୂପ ସୌନ୍ଦର୍ଯ୍ୟରେ ଭରି ଦେଇଛି କାଗଜ ଫୁଲ । ପ୍ରେମର ପ୍ରତୀକ ଫୁଲ ଓ ସୌନ୍ଦର୍ଯ୍ୟର ପ୍ରତୀକ ଫୁଲ । ରାଉରକେଲା ସହରର ରିଙ୍ଗ ରୋଡ଼ ବର୍ତ୍ତମାନ ଭ୍ରମ ସୃଷ୍ଟି କରିଛି ଏକ ପାର୍କ ବା ଫୁଲ ବଗିଚାର । ରାଉରକେଲା ସହରର ସମ୍ପୂର୍ଣ୍ଣ ରିଙ୍ଗ ରୋଡ଼ଟି ସଜାଇ ହୋଇ ରହିଛି କାଗଜ ଫୁଲରେ।
ପଥ ଯାତ୍ରୀଙ୍କୁ ଆକୃଷ୍ଟ କରୁଛି କାଗଜ ଫୁଲ: ଉତ୍ତମ ସ୍ବାସ୍ଥ୍ୟ ପାଇଁ ମର୍ଣ୍ଣିଂ ୱାର୍କକୁ ଆସୁଥିବା ଲୋକେ ଏହି ରାସ୍ତାରେ ପ୍ରକୃତିର ସୁନ୍ଦରତାକୁ ଉପଭୋଗ କରୁଛନ୍ତି । ରାସ୍ତ କଡରେ କାଗଜ ଫୁଲ ଯାତ୍ରୀଙ୍କୁ ଆକର୍ଷଣ କରୁଛି । ଯେତେ ଟେନସନ ଥାଉ ଯଦି ଜଣେ ଲୋକ ରାଉରକେଲା ରିଙ୍ଗ ରୋଡ଼ ବୁଲିଆସେ ତେବେ ତାର ଟେନସନ ଦୂର ହୋଇଯାଏ ବୋଲି କହିଛନ୍ତି ରାଉରକେଲା ସହରବାସୀ । ତେବେ ଏହି ରିଙ୍ଗ ରୋଡ଼ ରାଉରକେଲା ସହରବାସୀଙ୍କ ମନକୁ ମୋହୁଛି କାଗଜ ଫୁଲ । ରାସ୍ତାରେ ଯାଉଥିବା ଲୋକେ ଏହି ସୁନ୍ଦର ମନଲୋଭା ଦୃଶ୍ୟକୁ ଉପଭୋଗ କରୁଛନ୍ତି ।
କବି ଓ ଲେଖକଙ୍କ ଭାବନାକୁ ପୁଲକିତ କରିଛି : ଏପରି ସୁନ୍ଦର ପରିବେଶକ କବି ଓ ଲେଖକଙ୍କ ମନରେ ପ୍ରେରଣା ଭରି ଦେଉଛି ବୋଲି କବି ଓ ଲେଖକ କହିଛନ୍ତି । ବସନ୍ତ ଋତୁର ଆଗମନରେ ଧରଣୀ ରାଣୀର ଶୋଭା ବଢାଇଛି । ରାଉରକେଲା ଚିର ସବୁଜ ସହର ହୋଇଥିବା ବେଳେ ବସନ୍ତ ଋତୁରେ ଏହାର ପ୍ରକୃତ ସୌନ୍ଦର୍ଯ୍ୟତା ଫୁଟି ବାହାରିଥାଏ ।
ଇଟିଭା ଭାରତ, ରାଉରକେଲା