ସୁନ୍ଦରଗଡ: ଆଦିବାସୀଙ୍କ ୨୦୨୧ ଜନଗଣନା ସାରନା ଧର୍ମ କୋଡ ଦାବିରେ ଫାଇଟ ଫର ରାଇଟସ୍ ସଂଘଠନ ପକ୍ଷରୁ ଗତକାଲି ( ବୁଧବାର )ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା । ବିକ୍ଷୋଭକାରୀଙ୍କ ଏହି ଶୋଭାଯାତ୍ରା ବଣାଇଁ ଲଲେଇ ଗ୍ରାମର ଆମାତପାଲି ଛକରୁ ବାହାରି ରଥଛକ, ବସଷ୍ଟାଣ୍ଡ ଦେଇ ବଣାଇଁ ସହର ପରିକ୍ରମା କରିବା ପରେ ବଣାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଜଳ ଜଙ୍ଗଲ ଜମି ଅଧିକାରକୁ ନେଇ ଆଦିବାସୀମାନେ ଏହା ତାଙ୍କର ହକ ବୋଲି କହିଥିଲେ । ହକ୍ ହମାରା ହେ ବୋଲି ଆଦିବାସୀ ମାନେ ସ୍ଲୋଗାନ ଦେଇଥିଲେ ।
୨୦୨୧ ଜନଗଣନାରେ ସାରନା କୋର୍ଡ ଦାବି କରିବା ସହ ଜଳ ଜଗଂଲ ଜମି ତାଙ୍କର ବୋଲି କହିଥିଲେ । ବିର୍ଶା ମୁଣ୍ଡା ହମାରା ହେ ଅନ୍ୟ କାହାରି ନୁହେଁ ବୋଲି ଆଦିବାସୀ ଏକତା କହିଥିଲା । ପରେ ଫାଇଟ ଫୋର ରାଇଟସ୍ ସଙ୍ଗଠନ ପକ୍ଷରୁ ସଭାପତି ବୁଧୁଆ ଜୋଜୋ, ସନ୍ତୋଷ ଓରାମ, ପଟେଲ ଟପ୍ନୋ , ମିଲନ୍ ଚନ୍ଦ୍ର ମାହାନ୍ତ, ପରମାନନ୍ଦ ମୁଣ୍ଡା, ଡମ୍ବରୁଧର ଭୁମିଜ, ପୂର୍ଣ୍ଣ ଚନ୍ଦ୍ର ହେମ୍ରମ ପ୍ରମୁଖ ବଣାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ