ରାଉରକେଲା: ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା ତିଲଡେଗାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଟ୍ରକ ତଳେ ଚାପି ହୋଇ ଚାଳକ ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନାଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ହାଇୱା ଟ୍ରକ OD- 16E-0374 ତିଲଡେଗା ବଣ୍ଡ୍ରି ଟୁଙ୍ଗି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଚାଳକ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସକୁ ଦୁର୍ଘଟଣାର ଖବର ଦିଆଯାଇଥିଲେ ବି, ସକାଳ 10ଟା ପରେ ବି ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା କହିଛନ୍ତି ସ୍ଥାନୀୟ ଲୋକ । ମୃତକଙ୍କ ପରିଚୟ ମିଳି ପାରିନାହିଁ ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ