ETV Bharat / state

ରାଉରକେଲାରେ ନୂଆଖାଇ ଭେଟଘାଟ, ନାଚଗୀତରେ ଝୁମିଲେ ଲୋକେ

author img

By ETV Bharat Odisha Team

Published : Oct 8, 2023, 9:18 PM IST

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ପକ୍ଷରୁ ରାଉରକେଲାରେ ନୂଆଖାଇ ଭେଟଘାଟ ଆୟୋଜିତ ହୋଇଛି । ପାରମ୍ପରିକ ନାଚଗୀତର ତାଳେତାଳେ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି ରାଉରକେଲାବାସୀ ।

nuakhai bhetghat in rourkela
ରାଉରକେଲାରେ ନୂଆଖାଇ ଭେଟଘାଟ
ରାଉରକେଲାରେ ନୂଆଖାଇ ଭେଟଘାଟ

ରାଉରକେଲା: ସିଭିକ ସେଣ୍ଟରଠାରେ ଧୁମଧାମରେ ପାଳନ ହୋଇଯାଇଛି ନୂଆଖାଇ ଭେଟଘାଟ । ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ପକ୍ଷରୁ ନୂଆଖାଇ ଭେଟଘାଟ ଆୟୋଜିତ ହୋଇଥିବାବେଳେ ନାଚ ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହିଥିଲା । ସମ୍ପୂର୍ଣ୍ଣ ସିଭିକ ସେଣ୍ଟର ପଶ୍ଚିମ ଓଡିଶା ରଙ୍ଗରେ ରଙ୍ଗେଇ ହୋଇଥିଲା । ରାଉରକେଲା ସହରରେ ନୂଆଖାଇ ଭେଟଘାଟ ଉତ୍ସବ ବେଶ ଉତ୍ସାହର ସହ ପାଳିତ ହୋଇଯାଇଛି । ସମସ୍ତେ ଏକାଠି ହୋଇ ଧୁମଧାମରେ ଏହି 'ସମ୍ବଲପୁରୀ ଦିନ' ପାଳନ କରିଛନ୍ତି ।

ସାନରୁ ବଡ଼ ସଭିଏଁ ଏକାଠି ହୋଇ ଏହି ପର୍ବକୁ ପାଳିଛନ୍ତି । ଏହି ଅବସରରେ ରାଉରକେଲା ସିଭିକ ସେଣ୍ଟରରେ ଜନସମାଗମ ଦେଖିବାକୁ ମିଳିଥିଲା । ପଶ୍ଚିମ ଓଡିଶାର ସଂସ୍କୃତି ଏବଂ ପରମ୍ପରାକୁ ବଞ୍ଚାଇ ରଖିବାକୁ ନେଇ ଆଲୋଚନା ହୋଇଛି । ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ପଶ୍ଚିମ ଓଡିଶାର ଏହି ଅନନ୍ୟ ମହୋତ୍ସବକୁ ସମସ୍ତେ ଖୁବ ଉପଭୋଗ କରିଥିଲେ । ପାରମ୍ପରିକ ଭାବେ ନୂଆଖାଇ ଭେଟଘାଟ ମହା ଧୁମଧାମରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ରାଉରକେଲାରେ ପାଳିତ ହୋଇଥିବା ଏହି ପର୍ବ ସ୍ଥାନୀୟ ବାସିନ୍ଦା ଓ ଦର୍ଶକଙ୍କ ମନକୁ ବେଶ ଛୁଇଁଛି ।

ଏହା ବି ପଢନ୍ତୁ...ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଜମିଲା ଝାରୁସୁଗୁଡ଼ା, ଚାର୍‌ଚାନ୍ଦ ଲଗାଇଲେ ବଲିଉଡ୍‌ ଷ୍ଟାର୍‌

ଏହି ସାଂସ୍କୃତିକ ଓ ପାରମ୍ପରିକ କାର୍ଯ୍ୟକ୍ରମରେ ଦୁଲୁକିଥିଲା ରାଉରକେଲା ସହର । ସ୍ଥାନୀୟ ଅଞ୍ଚଳର ପିଲାମାନେ ନୃତ୍ୟ, ଗୀତ ମାଧ୍ୟମରେ ନିଜର ପ୍ରତିଭା ଦେଖାଇଥିଲେ । ନୃତ୍ୟ ପରିବେଷଣ, ଲୋକ ସଙ୍ଗୀତର ସମ୍ଭାର ଦେଖିବାକୁ ମିଳିଥିଲା । ପାରମ୍ପରିକ ରୀତିନୀତିରେ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଗୀତର ତାଳେ ତାଳେ ଝୁମିଥିଲା ରାଉରକେଲା ସହର । ଏହା ଏକ କୃଷି ଭିତ୍ତିକ ଗଣପର୍ବ ହୋଇଥିବାରୁ ଏହି ଉତ୍ସବରେ କୃଷିର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା । ଉପସ୍ଥିତ ବ୍ୟକ୍ତିମାନେ ପାରମ୍ପରିକ ସୁସ୍ୱାଦୁ ଖାଦ୍ୟର ମଜା ନେବାର ସୁଯୋଗ ପାଇଥିଲେ । କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ସଂସ୍କୃତିକୁ କିପରି ଉଜ୍ଜୀବିତ ରଖାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ନୂଆଁଖାଇ ଭେଟଘାଟ ପଶ୍ଚିମ ଓଡିଶାର ଐତିହ୍ୟ ଓ ସଂସ୍କୃତିର ନିଦର୍ଶନ । ରାଉରକେଲା ସିଭିକ ସେଣ୍ଟର ସମ୍ପୂର୍ଣ୍ଣ ପଶ୍ଚିମ ଓଡିଶା ରଙ୍ଗରେ ରଙ୍ଗେଇ ହୋଇଛି। ଆଜି ଧୁମଧାମରେ ପାଳନ କରାଯାଇଛି ଏହି ନୂଆଁଖାଇ ଭେଟଘାଟ। ଯେଉଁଥିରେ ବହୁ ସଂଖ୍ୟାରେ ଲୋକେ ଯୋଗ ଦେବା ସହିତ ଆୟୋଜିତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଖୁସି ବ୍ୟକ୍ତ କରିଛନ୍ତି ରାଉରକେଲାବାସୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.