ETV Bharat / state

ରାଉରକେଲାରେ ନ୍ୟୁଜିଲାଣ୍ଡ ଏୟାରକ୍ରାଫ୍ଟ, ଛାନିଆରେ ସହରବାସୀ

author img

By

Published : Mar 31, 2020, 1:37 PM IST

Updated : Mar 31, 2020, 11:59 PM IST

ରାଉରକେଲା ଏୟାରପୋର୍ଟରେ ଛିଡା ହୋଇଛି 2ଟି ନ୍ୟୁଜିଲାଣ୍ଡ ଏୟାରକ୍ରାଫ୍ଟ । କୋରାନା ଭୟ ଭିତରେ 2ଟି ବିଦେଶୀ ଏୟାରକ୍ରାଫ୍ଟ ଦେଖି ସହରବାସୀ ଏବେ ଛାନିଆରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

new-zealand-aircraft-in-rourkela-people-are-feeling-fear
ରାଉରକେଲାରେ ନ୍ୟୁଜିଲାଣ୍ଡ ଏୟାରକ୍ରାଫ୍ଟ, ଛାନିଆରେ ସହରବାସୀ

ରାଉରକେଲା: ଷ୍ଟିଲ ସିଟି ଏୟାରପୋର୍ଟରେ ଛିଡା ହୋଇଛି 2ଟି ନ୍ୟୁଜିଲାଣ୍ଡ ଏୟାରକ୍ରାଫ୍ଟ । ଏହି 2ଟି ଏୟାରକ୍ରାଫ୍ଟ 20 ତାରିଖରେ ଆସି ରାଉରକେଲାରେ ପହଞ୍ଚିଥିଲା । ଯେତେବେଳେ ଭାରତ ସହ ସାରା ବିଶ୍ବ କୋରୋନା ବିପକ୍ଷରେ ଲଢ଼ୁଛି ସେତେବେଳେ 2ଟି ବିଦେଶୀ ଏଆରକ୍ରାଫ୍ଟ ରାଉରକେଲାରେ ଅବତରଣ କରି ସହରବାସୀଙ୍କ ମଧ୍ୟରେ ଡର ସୃଷ୍ଟି କରିଛି । ଏ ବାବଦରେ ପ୍ରଶାସନ ମଧ୍ୟ କିଛି ସ୍ପଷ୍ଟ କରିନଥିବା ବେଳେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ମଧ୍ୟ କୌଣସି ସୂଚନା ଦେଇନଥିଲେ ।

ଏନେଇ ଗଣମାଧ୍ୟମ ଅନୁସନ୍ଧାନ ପରେ ଆର୍‌ଏସ୍‌ପି କର୍ତ୍ତୃପକ୍ଷ କହିଛନ୍ତି ଯେ, ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ଓଡିଶା , ଝାରଖଣ୍ଡ , ଛତିଶଗଡ ଏବଂ ପଶ୍ଚିମବଙ୍ଗରେ ସର୍ଭେ ଲାଗି ଏକ କମ୍ପାନୀଙ୍କୁ ଭାରତ ସରକାର ନିଯୁକ୍ତ କରିଥିଲେ । ଉକ୍ତ କମ୍ପାନୀ ଏହି 4ଟି ରାଜ୍ୟରେ ସର୍ଭେ ଲାଗି ନ୍ୟୁଜିଲାଣ୍ଡରୁ ଏହି ଦୁଇଟି ସ୍ବତନ୍ତ୍ର ପ୍ଲେନ ଆଣିଥିଲେ ଯେଉଁଥିରେ ସର୍ଭେ ଲାଗି ସମସ୍ତ ଯନ୍ତ୍ରପାତି ଥିଲା । ଗୋଟିଏ ପ୍ଲେନ 19 ତାରିଖରେ ଓ ଆଉ ଗୋଟିଏ 20 ତାରିଖରେ 7ଜଣିଆ ସଦସ୍ୟଙ୍କୁ ନେଇ ରାଉରକେଲା ଆସିଥିଲା । ତେବେ କୋରୋନା ଲାଗି ନ୍ୟୁଜିଲାଣ୍ଡରୁ ତାଙ୍କ ନାଗରିକଙ୍କୁ ଫେରି ଆସିବାକୁ କୁହାଯାଇଥିଲା । ଫଳରେ ପାଇଲଟ ସହ 7 ବିଦେଶୀ ଝାରସୁଗୁଡା ଦେଇ ତାଙ୍କ ଦେଶକୁ ଫେରି ଯାଇଥିବା RSP କର୍ତ୍ତୃପକ୍ଷ କହିଛନ୍ତି ।

ଗତ 20 ତାରିଖରେ ବିମାନ ଚଳାଚଳ ବନ୍ଦ ହୋଇନଥିବା ବେଳେ ରାଉରକେଲାରେ ଏୟାରକ୍ରାଫ୍ଟ କାହିଁକି ଛାଡି ଦେଇଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ସମସ୍ତ ଘଟଣା 10 ଦିନ ପରେ ଲୋକଲୋଚନକୁ ଆସିଥିବାରୁ ଏହାର ଏକ ଯାଞ୍ଚ କରି ଲୋକଙ୍କ ସନ୍ଦେହ ଦୂର କରିବାକୁ ଦାବି ହେଉଛି । ଏପଟେ ଆର୍‌ଏସ୍‌ପି କର୍ତ୍ତୃପକ୍ଷ କହିଛନ୍ତି ଯେ, ସମସ୍ତଙ୍କ ଡାକ୍ତରୀ ଯାଞ୍ଚ ଆଇଜିଏଚ୍‌ରେ କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Mar 31, 2020, 11:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.