ETV Bharat / state

ଚାନ୍ଦା ନମିଳିବାରୁ ନକ୍ସଲ ପୋଡିଲେ ରୋଡ ରୋଲର - ନକ୍ସଲ

ରାଉରକେଲା ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ବିଶ୍ରା ଥାନାର ସାନରାମଲୋଇର ଗଙ୍ଗେଇଟୋଲାରେ ନକ୍ସଲମାନେ ଏକ ରୋଡ ରୋଲରକୁ ପୋଡି ଦେଇଥିବା ସୂଚନା ମିଳିଛି  । ତେବେ ଏନେଇ ନକ୍ସଲମାନେ ଘଟଣାସ୍ଥଳର କିଛି ଦୂରରେ ଏକ ଚିଠି ମଧ୍ୟ ଛାଡିଛନ୍ତି ।ତେବେ ଖବର ପାଇ ବିଶ୍ରା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା ରାଉରକେଲା
author img

By

Published : Mar 12, 2019, 2:39 PM IST

ରାଉରକେଲା: ନିର୍ବାଚନ ପୂର୍ବରୁ ନକ୍ସଲଙ୍କ ଉନ୍ମତ କାଣ୍ଡ । ରାଉରକେଲା ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ବିଶ୍ରା ଥାନାର ସାନରାମଲୋଇର ଗଙ୍ଗେଇଟୋଲାରେ ନକ୍ସଲମାନେ ଏକ ରୋଡ ରୋଲରକୁ ପୋଡି ଦେଇଥିବା ସୂଚନା ମିଳିଛି । ତେବେ ଏନେଇ ନକ୍ସଲମାନେ ଘଟଣାସ୍ଥଳର କିଛି ଦୂରରେ ଏକ ଚିଠି ମଧ୍ୟ ଛାଡିଛନ୍ତି । ସେମାନଙ୍କୁ ଚାନ୍ଦା ନମିଳିବାରୁ ଏପରି କାଣ୍ଡ ଘଟେଇଛନ୍ତି ନକ୍ସଲମାନେ ।

କିନ୍ତୁ ଚିଠିରୁ ଜଣାପଡୁ ନାହିଁ ଯେ, ଏହି କାଣ୍ଡ ମାଓବାଦୀ କରିଛି ପିଏଲଏଫଆଇ ସଂଗଠନ କରିଛି । ତେବେ ଖବର ପାଇ ବିଶ୍ରା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାମୁତାବକ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସେଠାରେ କାମ ଚାଲିଥିବା ବେଳେ ନକ୍ସଲମାନେ ଚାନ୍ଦା ମାଗିଥିଲେ । ସେମାନଙ୍କୁ ଚାନ୍ଦା ନ ମିଳିବାରୁ ସେମାନେ ଏପରି କାଣ୍ଡ ଘଟାଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Slug- ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଧାରଣା

Format - AVB

Place- Khurda,11.3.18

Visual - MOJO

ଆଙ୍କର :  ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପରୀକ୍ଷାର ଧାର୍ଯ୍ୟ  ତାରିଖ ଘୁଞ୍ଚାଇବାକୁ ନେଇ ଛାତ୍ର ଛାତ୍ରୀ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ପ୍ରାଣନାଥ ମହାବିଦ୍ୟାଳୟର +3 ବିଦ୍ୟାର୍ଥୀଙ୍କର ଆସନ୍ତା 25 ତାରିଖରୁ ଏପ୍ରିଲ 11 ରିଖ ପର୍ଯ୍ୟନ୍ତ ଚତୁର୍ଥ ଏବଂ ଷଷ୍ଠ ସେମିଷ୍ଟର ପରୀକ୍ଷା ତାରିଖ ଧାର୍ଯ୍ୟ କରାଯାଇଛି ମାତ୍ର ପରୀକ୍ଷା ତାରିଖକୁ ନେଇ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟାର୍ଥୀ ମାନଙ୍କର ପାଠ୍ୟକ୍ରମର ବିଷୟବସ୍ତୁ ଶେଷ ହୋଇନଥିବା ବେଳେ ପରୀକ୍ଷା ତାରିଖକୁ ନେଇ ଉତେଜନା ପ୍ରକାଶ ପାଇଛି । ଫଳରେ ଆଜି ସକାଳ 11ଟା ସମୟରୁ ଦିନ 1ଟା ପର୍ଯ୍ୟନ୍ତ ବିଦ୍ୟାର୍ଥୀ ମାନେ ପରୀକ୍ଷା ତାରିଖକୁ ଘୁଞ୍ଚାଇବା ଦାବିକରୀ ଧାରଣାରେ ବସିଥିଲେ । ପରେ ମହାବିଦ୍ୟାଳୟ ଅଧକ୍ଷା ସୌଦାମିନୀ ଦାଶ ଏବଂ ଅନ୍ୟ ଅଧ୍ୟାପକ ମାନେ ବିଦ୍ୟାର୍ଥୀଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ବାଇଟ -1- ସୌଦାମିନୀ ଦାଶ, ଅଧ୍ୟକ୍ଷା ପ୍ରାଣନାଥ ମହାବିଦ୍ୟାଳୟ
          2- ଅନିର୍ବାଣ, ଛାତ୍ର

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ନ୍ୟୁଜ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.