ETV Bharat / state

ଚଳନ୍ତା କାରରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By

Published : Mar 6, 2021, 6:33 PM IST

ରାଉରକେଲା ସହରର ପାନପୋଷ କାଳୀ ମନ୍ଦିର ନିକଟରେ ଏକ ଚଳନ୍ତା କାରରେ ଲାଗିଲା ନିଆଁ । ଅଧିକ ପଢନ୍ତୁ...

ଚଳନ୍ତା କାରରେ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୁନ୍ଦରଗଡ: ଚଳନ୍ତା କାରରେ ଲାଗିଲା ନିଆଁ । ରାଉରକେଲା ସହରର ପାନପୋଷ କାଳୀ ମନ୍ଦିର ନିକଟରେ ଏକ ଚଳନ୍ତା କାରରେ ନିଆଁ ଲାଗି ଗାଡିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଜଳି ଯାଇଛି । ତେବେ କାରରେ ବସିଥିବା ଯାତ୍ରୀମାନେ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନାଯୋଗ୍ୟ, OR-05AQ-3443 ନମ୍ବର ବିଶିଷ୍ଟ କାରଟି ଝାଡ଼ଖଣ୍ଡ ଅଞ୍ଚଳରୁ ରାଉରକେଲା ଅଭିମୁଖେ ଯାଉଥିବା ସମୟରେ ପାନପୋଷ ଛକ ନିକଟରେ ହଠାତ୍ କାରର ଇଞ୍ଜିନରୁ ଧୂଆଁ ବାହାରି ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ହେଲେ କାରର ସମ୍ମୁଖ ଭାଗ ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।

କାର ଯାତ୍ରୀମାନେ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ପାଇଁ ସାଧୁବାଦ ଦେବା ସହ ଅଗ୍ନିଶମ ବିଭାଗର ତ୍ବରିତ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି । ତେବେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ଅଘଟଣ ଘଟିଥାଇ ପାରେ ବୋଲି ଅଗ୍ନିଶମ ବିଭାଗ କହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.