ETV Bharat / state

ନାଳରୁ ବୃଦ୍ଧଙ୍କ ମୃତଦେହ, ଅପମୃତ୍ୟୁ ମାମଲା ରୁଜୁ

author img

By ETV Bharat Odisha Team

Published : Dec 10, 2023, 8:52 PM IST

Missing Man's Body found in Rourkela: ରାଉରକେଲାରେ ସନ୍ଦିଗ୍ଧ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ବହୁତ ଦିନରୁ ଘରୁ ଥିଲେ ନିଖୋଜ । ଅଧିକ ପଢ଼ନ୍ତୁ

ନାଳରୁ ଉଦ୍ଧାର ବୃଦ୍ଧଙ୍କ ଶବ, ପୁଲିସ୍ ତରଫରୁ ଅପମୃତ୍ୟୁ ମାମଲା ରୁଜୁ

ରାଉରକେଲା: ସନ୍ଦିଗ୍ଧ ଅବସ୍ଥାରେ ନାଳରୁ ଉଦ୍ଧାର ହେଲା ନିଖୋଜ ବୃଦ୍ଧଙ୍କ ମୃତଦେହ । ରାଉରକେଲା ସହରର ଜଣେ ୬୫ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଏକ ନାଳରୁ ଗଳିତ ଅବସ୍ଥାରେ ମୃତଦେହ ଉଦ୍ଧାର ପରେ ରାଉରକେଲା ସହରର ସେକ୍ଟର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଆଜି କିଛି ଲୋକେ ନାଳରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତଦେହ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ ଆଜି ଦ୍ବିପ୍ରହର ସମୟରେ ସେକ୍ଟର-୧୯ ଝାଡ଼ଖଣ୍ଡ ମାର୍କେଟ ନିକଟସ୍ଥ ନାଳରୁ ସ୍ଥାନୀୟ ପୁଲିସ୍ ଜଣେ ଅବସରପ୍ରାପ୍ତ ଆର୍‌ଏସ୍‌ପି କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ନାଁ ଆଗପିତ ଏକ୍କା । ସେ ସେକ୍ଟର-୧୪ କ୍ୱାର୍ଟର ନଂ.ବି/ ୧୫୫ରେ ନିଜ ପରିବାର ସହ ରହୁଥିବା ବେଳେ ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ ... ଛଅ’ ଦିନ ଧରି ନିଖୋଜ ଥିଲେ, ଅଖାରୁ ମିଳିଲା ମୃତଦେହ

ପୋଲିସ୍ ସୂଚନା ଅନୁସାରେ ଆଗପିତ ଏକ୍କା ଗତ ୩ ତାରିଖରୁ ଘରୁ ବାହାରି ଆଉ ଫେରିନଥିଲେ । ପରିବାର ସଦସ୍ୟ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ପାଇନଥିଲେ । ଯାହାକୁ ନେଇ ଗତ ୫ ତାରିଖରେ ସେକ୍ଟର-୧୫ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ପୋଲିସ୍ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଘଟଣା ସମ୍ପର୍କରେ ଖବର ପାଇ ଆଗପିତ ଏକ୍କାଙ୍କ ପରିବାର ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ ।

ପରିବାର ସଦସ୍ୟଙ୍କ କହିବା ଅନୁସାରେ, କିଛି ଦିନ ଦିନ ହେଲା ସେ ବାତ ରୋଗରେ ପୀଡ଼ିତ ଥିଲେ । ତେବେ ସେ ଘରୁ ବାହାରି ଏହି ମାର୍କେଟ ଆଡକୁ ବୁଲାବୁଲି କରିବାକୁ ଆସିଥିଲେ । ତେବେ ପୋଲିସ ସୂଚନା ଅନୁସାରେ ସେହି ନାଳରେ ଖସି ପଡ଼ିଯାଇଥିଲେ ବା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ନେଇ ପୁଲିସ୍ ପୋଲିସ ତଦନ୍ତ ଆରମ୍ଭ କରୁଛି । ଘଟଣାକୁ ନେଇ ପରିବାର ପକ୍ଷରୁ ସେଭଳି ମୃତ୍ୟୁକୁ ନେଇ କୌଣସି ଅଭିଯୋଗ ହୋଇନାହିଁ । ଅପରପକ୍ଷେ ସେକ୍ଟର-୧୫ ଥାନା ପୋଲିସ୍ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.