ETV Bharat / state

ସମସ୍ୟା ପାହାଡରେ ବଣାଇ ଉପଖଣ୍ଡ ଚିକିତ୍ସାଳୟ: ମାଳ ମାଳ ଅଭିଯୋଗ, କେବେ ସୁଧୁରିବ ସ୍ବାସ୍ଥ୍ୟସେବା - ତଳେ ବସି ଚିକିତ୍ସିତ ହେଉଛନ୍ତି ରୋଗୀ

ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଚିକିତ୍ସାଳୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିପର୍ଯ୍ୟସ୍ତ ସ୍ଥିତି । ତଳେ ବସି ଚିକିତ୍ସା ହେଉଛନ୍ତି ରୋଗୀ । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର
ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର
author img

By ETV Bharat Odisha Team

Published : Sep 10, 2023, 12:23 PM IST

Updated : Sep 10, 2023, 12:42 PM IST

many problem in sub divisional hospital

ରାଉରକେଲା: ସ୍ବାସ୍ଥ୍ୟ ବ୍ୟବସ୍ଥାର ବିପର୍ଯ୍ୟସ୍ତ ସ୍ଥିତି । କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ରୋଗୀ ପାଇଁ ମୌଳିକ ସୁବିଧା ସୁଯୋଗର ଅଭାବ । ସମ୍ପୂର୍ଣ୍ଣ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଚିକିତ୍ସାଳୟ । ରାଜ୍ୟ ସରକାର ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ସମ୍ପୂର୍ଣ୍ଣ ଚିତ୍ର ଅଲଗା ରହିଛି ।

ବଣାଇ ଉପଖଣ୍ଡରେ ଥିବା ୪ ଗୋଟି ବ୍ଲକ ଗୁରୁଣ୍ଡିଆ, ଲହୁଣୀପଡ଼ା, କୋଇଡା ଓ ବଣାଇ ଅଞ୍ଚଳର ରୋଗୀ ଏହି ଉପଖଣ୍ଡ ଚିକିତ୍ସାଳୟରେ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏଠାକାର ପ୍ରଶାସନ ବା ଜନ ପ୍ରତିନିଧି ଏହି ଚିକିତ୍ସାଳୟ ପ୍ରତି ଧ୍ୟାନ ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ଚିକିତ୍ସାଳୟରେ ୫୬ ଗୋଟି ଶଯ୍ୟା ଥିବା ବେଳେ ଏଥି ମଧ୍ୟରୁ ପୁରୁଷ, ମହିଳା, ଶିଶୁ ଓ ପ୍ରସୂତି ବିଭାଗରେ ବିଭକ୍ତ କରାଯାଇଛି । ଫଳରେ କର୍ମଚାରୀ, ଡାକ୍ତର ଓ ଶଯ୍ୟା ଅଭାବ ଦେଖିବାକୁ ମିଳୁଛି । ସେପଟେ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶଯ୍ୟା ଅଭାବ ଯୋଗୁଁ ରୋଗୀ ଯେଉଁ ସ୍ଥାନରେ ପାଇଲେ ସେଠାରେ ବେଡସିଟ ପକାଇ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି । ଏପରିକି ଡାକ୍ତର ମଧ୍ୟ ବାଧ୍ୟ ହୋଇ ତଳେ ବସି ଚିକିତ୍ସିତ କରୁଥିବା ଦେଖିବାକୁ ମିଳିଛି ।

ଏନେଇ ରୋଗୀ ଅଭିଯୋଗ କରିଛନ୍ତି ଯେ, ବଡ ଚିକିତ୍ସାଳୟ ଭାବି ଚିକିତ୍ସିତ ହେବାକୁ ଆସୁଥିବା ବେଳେ ଏଠାରେ ଡାକ୍ତର, କର୍ମଚାରୀ ଓ ଶଯ୍ୟା ଅଭାବ ରହିଛି । ସେହିପରି ହସ୍ପିଟାଲରେ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ଯୋଗୁଁ ଅନେକ ସମୟରେ ପାଣିର ଅଭାବ ଦେଖା ଯାଉଥିବା ବେଳେ ରୋଗୀଙ୍କ ପରିବାର ବର୍ଗ ଦୂରରୁ ପାଣି ସଂଗ୍ରହ କରି ଆଣିବାକୁ ପଡୁଛି । ଏହା ସହିତ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଶୌଚାଳୟର କବାଟ ଭଙ୍ଗାଥିବା ଦେଖିବାକୁ ମିଳିଛି ଫଳରେ ନିୟମିତ ଭାବରେ ଦୁର୍ଗନ୍ଧ ହେଉଛି ବୋଲି ରୋଗୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଅବ୍ୟବସ୍ଥା ଘେରରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ରୋଗୀ ହନ୍ତସନ୍ତ

ଅନ୍ୟପଟେ ବଣାଇ ଉପଖଣ୍ଡ ଚିକିତ୍ସା ଅଧିକାରୀ କହିଛନ୍ତି ଯେ ,ବର୍ତ୍ତମାନ ୫୬ ଗୋଟି ଶଯ୍ୟା ରହିଥିବା ବେଳେ ଶତାଧିକ ରୋଗୀ ଆସୁଥିବା ଯୋଗୁଁ ଡାକ୍ତର ଓ କର୍ମଚାରୀ, ଶଯ୍ୟା ଅଭାବ ଦେଖାଯିବା ସ୍ଵାଭାବିକ । ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ହେବା ପାଇଁ ସ୍ବୀକୃତି ମିଳିବା ପରେ ସମସ୍ତ ସମସ୍ୟାର ସମାଧାନ ହେବ । ପାନୀୟ ଜଳର ସମସ୍ୟା ସମାଧାନ ପାଇଁ ଶୀଘ୍ର ଏକ ଓଭର୍ ହେଡ ଟ୍ୟାଙ୍କ ପାଇଁ ନିର୍ମାଣ ଯୋଜନା ଚାଲିଛି । ତେବେ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ କେବେ ଏହି ସବୁ ସମସ୍ୟା ଦୂର ହେବେ ଏବଂ କେବେ ରୋଗୀ ଭଲ ଚିକିତ୍ସା ପାଇ ପାରିବେ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାଉରକେଲା

Last Updated : Sep 10, 2023, 12:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.