ETV Bharat / state

ରାଉରକେଲାରେ ପୁଣି ତେଜିଲା ବିଶ୍ବବିଦ୍ୟାଳୟ ଦାବି - ରାଉରକେଲା ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟ

ରାଉରକେଲା ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ନେଇ ଦାବି ଉଠାଇଲା ରାଉରକେଲା ନାଗରିକ ସୁରକ୍ଷା ସମିତି । ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ଏନେଇ ପଦକ୍ଷେପ ନନେଲେ ଆନ୍ଦୋଳନ ଚେତାବନୀ ଦେଇଛି ସମିତି । ଅଧିକ ପଢ଼ନ୍ତୁ

ରାଉରକେଲାରେ ପୁଣି ତେଜିଲା ବିଶ୍ବବିଦ୍ୟାଳୟ ଦାବି

author img

By

Published : Apr 19, 2023, 7:22 AM IST

ରାଉରକେଲାରେ ପୁଣି ତେଜିଲା ବିଶ୍ବବିଦ୍ୟାଳୟ ଦାବି

ରାଉରକେଲା: ପୁଣି ତେଜିଲା ରାଉରକେଲାରେ ବିଶ୍ବବିଦ୍ୟାଳୟ ଦାବି । ରାଉରକେଲାରେ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ନେଇ ସ୍ବର ଉଠାଇଲା ରାଉରକେଲା ନାଗରିକ ସୁରକ୍ଷା ସମିତି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ କଲେଜକୁ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଘୋଷଣା କରୁଥିବା ବେଳେ ରାଉରକେଲା ସହରରେ ମଧ୍ୟ ରାଜ୍ୟ ସରକାର ଏହାକୁ ନେଇ ପଦକ୍ଷେପ ଗ୍ରହଣ କରି ଏକ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଉ ବୋଲି ଦାବି ଉଠିଛି । ରାଉରକେଲା ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଯାଉ ବୋଲି ଦାବି କରିଛି ନାଗରିକ ସୁରକ୍ଷା ସମିତି ।

ଯେହେତୁ ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସୁନ୍ଦରଗଡ଼ ଜିଲ୍ଲାର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏବଂ ଏହି ଶିକ୍ଷାନୁଷ୍ଠାନ ବହୁ ପୁରାତନ, ତେଣୁ ଏହି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯାଉ ବୋଲି ଦାବି ହୋଇଛି । ଏହି ପାନପୋଷ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଲେ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୧୪୮ଟି ଡିଗ୍ରୀ କଲେଜ ଉପକୃତ ହୋଇପାରିବେ । ଏହାସହ ଦେବଗଡ଼ ଏବଂ ଅନୁଗୋଳ ଜିଲ୍ଲାର କିଛି କଲେଜକୁ ମଧ୍ୟ ଏହାର ଅନ୍ତର୍ଭୁକ୍ତ କଲେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଉପରେ ନିର୍ଭରଶୀଳ ଥିବା ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହୋଇପାରିବେ । ତେଣୁ ଏହି ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଶ୍ବବିଦ୍ୟାଳୟ ସ୍ଥାପନ ସମ୍ପୂର୍ଣ୍ଣ ଉପଯୁକ୍ତ ଏବଂ ଏଠାରେ ସରକାର ବିଶ୍ବବିଦ୍ୟାଳୟ ସ୍ଥାପନ କରନ୍ତୁ ବୋଲି ଦାବି ହୋଇଛି । ତେବେ ପୂର୍ବରୁ ମଧ୍ୟ ବହୁବାର ବିଶ୍ବବିଦ୍ୟାଳୟ ପାଇଁ ଦାବି ହୋଇଛି । କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିରେ ଅବହେଳା କରୁଥିବା ଅଭିଯୋଗ କରିଛି ରାଉରକେଲା ନାଗରିକ ସୁରକ୍ଷା ସମିତି ।

ନାଗରିକ ସୁରକ୍ଷା ସମିତି ଅଭିଯୋଗ କରିଛି ଯେ ପୂର୍ବରୁ ମଧ୍ୟ ରାଉରକେଲାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଏକ ସର୍କିଟ ଅଫିସ ପାଇଁ ଦାବି ହୋଇଥିଲା । କିନ୍ତୁ ଏହାକୁ ଶୁଣି ନାହାନ୍ତି ରାଜ୍ୟ ସରକାର । ତେବେ ଏଥର ନୂଆପୀଢ଼ି ନୂଆ ଭବିଷ୍ୟତଙ୍କ ପାଇଁ ରାଉରକେଲା ନାଗରିକ ସୁରକ୍ଷା କମିଟି ଅଣ୍ଟା ଭିଡିଛି । ରାଉରକେଲାବାସୀ ଏବଂ ସୁନ୍ଦରଗଡ଼ବାସୀଙ୍କ ପ୍ରତି ଅବହେଳା ବରଦାସ୍ତ କରାଯିବ ନାହିଁ ଚେତାବନୀ ଦେଇଛି ଏହି ସମିତି । ତେବେ ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି ବିଶ୍ବବିଦ୍ୟାଳୟ ଜାଗା ନାହିଁ ଏବଂ କେନ୍ଦ୍ର ସରକାର ଏହାକୁ UGC ଗ୍ରାଣ୍ଟ ଦେବାକୁ ଚାହୁଁ ନାହାନ୍ତି ବୋଲି ଅଭିଯୋଗ କରିଛି ସମିତି ।

ଏନେଇ ବିଜେପି ମୁଖପାତ୍ର ଧୀରେନ ସେନାପତିଙ୍କୁ ପଚାରିବାରୁ ସେ କହିଛନ୍ତି, "ମୁଁ ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲି । ରାଉରକେଲାରେ ବିଶ୍ବବିଦ୍ୟାଳୟ ପାଇଁ ଚିଠି ମଧ୍ୟ ଲେଖିଥିଲି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ଯଦି ରାଜ୍ୟ ସରକାର ଏହି ପାନପୋଷ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଅନ୍ତି, ତେବେ କେନ୍ଦ୍ର ସରକାର ଏହାକୁ UGC ଗ୍ରାଣ୍ଟ ଦେବେ ।" ଏହାସହ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ହିଁ ଏଠାରେ ବିଶ୍ବବିଦ୍ୟାଳୟ ସ୍ଥପନ ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି ଧୀରେନ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.