ETV Bharat / state

ବିଭିନ୍ନ ଦାବିକୁ ଶ୍ରମିକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ

labour union protest: ରାଉରକେଲା ଇସ୍ପାତ କାରଖାନା ବିରୋଧରେ ବିଭିନ୍ନ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ରାଉରକେଲା ଶ୍ରମିକ ସଂଘ ଏବଂ ରାଉରକେଲା ଗାଙ୍ଗପୁର ମଜଦୂର ମଞ୍ଚ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 12, 2023, 10:12 PM IST

labour union stages protest
labour union stages protest
labour union stages protest

ରାଉରକେଲା: ଇସ୍ପାତ କାରଖାନା ବିରୋଧରେ ଗର୍ଜିଲେ ଦୁଇ ଶ୍ରମିକ ସଂଗଠନ ଏବଂ କର୍ମଚାରୀ । ରାଉରକେଲା ଇସ୍ପାତ କାରଖାନାର ମନମାନି ଶାସନ ଚଳାଇଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଲେ କର୍ମଚାରୀ ଏବଂ ଶ୍ରମିକ ସଂଗଠନ । ଠିକା ସଂସ୍ଥା ଓ ସ୍ଥାୟୀ ଶ୍ରମିକଙ୍କ ନାର୍ଯ୍ଯ ଦାବି ପୂରଣ ନେଇ କାରଖାନା ସମ୍ମୁଖରେ ରାଉରକେଲା ଶ୍ରମିକ ସଂଘ ଏବଂ ରାଉରକେଲା ଗାଙ୍ଗପୁର ମଜଦୂର ମଞ୍ଚ ବିକ୍ଷୋଭ ପ୍ରଦର୍ଶନ କରିଛି ।

ରାଉରକେଲା ଇସ୍ପାତ କରଖାନା ବାରମ୍ବାର ଶ୍ରମିକ ତଥା ଠିକା କର୍ମଚାରୀଙ୍କ କଥାକୁ ଅଣଦେଖା କରି ମନଇଚ୍ଛା ଶାସନ ଚଳାଉଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଶ୍ରମିକଙ୍କ ପ୍ରତି କାରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ମନୋଭାବକୁ ବିରୋଧର କରି ଶହଶହ ଶ୍ରମିକ ଏକାଠି ହୋଇଥିଲେ । ବିଶ୍ରା ଛକଠାରେ ବିଶାଳ ରାଲି କରି ଇସ୍ପାତ କାରଖାନା ସମ୍ମୁଖରେ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଦାବି ଗୁଡିକ ହେଉଛି ସମସ୍ତ ଠିକା ଶ୍ରମିକଙ୍କ ପାଇଁ ନୂତନ ବେତନ ଚୁକ୍ତିନାମା, ଏନଜେସିଏସ ମାଧ୍ୟମରେ ସମସ୍ତ ଶ୍ରମିକଙ୍କ ବକେୟା ଦାବି ଗୁଡିକ ପୂରଣ କରିବା । ଠିକା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀକୁ କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ମଜୁରୀ ସହ ସମାନ କରାଯାଉ । ଠିକା କର୍ମଚାରୀଙ୍କୁ ଠିକସଂସ୍ଥା ଦ୍ୱାରା ଶୋଷଣ ବନ୍ଦ କରାଯାଉ । ସମସ୍ତ ଠିକା କର୍ମଚାରୀ ମାନଙ୍କୁ ୧୦ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ପ୍ରଦାନ କରିବା ଏବଂ ସମସ୍ତ ଠିକା କର୍ମଚାରୀଙ୍କ ସମାନ ଦରମା କରାଯାଉ ବୋଲି ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ- ମଦ ଟଙ୍କା ଜବତକୁ ନେଇ ରାଜନୀତି, ପ୍ରତିବାଦ କଲା ରାଉରକେଲା ବିଜେପି

ସେହିପରି ଅନ୍ୟପକ୍ଷରେ ସ୍ଥାୟୀ କର୍ମଚାରୀମାନଙ୍କ ପାଇଁ ଯେଉଁ ଏନଜେସିଏସ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା ତାହାର ତୁରନ୍ତ କାର୍ଯ୍ୟକାରୀ କରାଯାଉ ଏବଂ ଯେଉଁ ଶ୍ରମିକ ମାନଙ୍କ ଗ୍ରାଚ୍ୟୁଟି ସିଲିଂ କରିବା ପାଇଁ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ତାହାର ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ୩୯ ମାସର ବକେୟା ଏରିଅର ମଧ୍ୟ ସମସ୍ତ ଶ୍ରମିକଙ୍କ କ୍ଲିୟର କରି ଦିଆଯାଉ ବୋଲି ଦାବି ହୋଇଛି । ଏହାସହ କର୍ମଚାରୀମାନଙ୍କ ଘର ଭଡା ଭତ୍ତାକୁ ମଧ୍ୟ ବୃଦ୍ଧି କରାଯାଉ ବୋଲି ଦାବି କରାଯାଇଛି । ରାତ୍ରି ଡ୍ୟୁଟି ଚାଲିଥିବା କର୍ମଚାରୀଙ୍କ ପାଇଁ ନାଇଟ ଅଲାଉନ୍ସ ପ୍ରଦାନ କରାଯାଉ । ଏହାସହ କର୍ମଚାରୀଙ୍କ ଘର ଭଡା ଭତ୍ତାକୁ ମଧ୍ୟ ବୃଦ୍ଧି କରାଯାଉ ବୋଲି ଦାବି କରାଯାଇଛି । ତେବେ ଏହି ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ ବୋଲି ଚେତାବନୀ ଦେଇଛି ସଂଗଠନ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.