ETV Bharat / state

ଉତ୍ତରକାଶୀରେ ଓଡ଼ିଆ ଶ୍ରମିକଙ୍କ ସ୍ଥିତି ଅନୁଧ୍ୟାନ, ସମସ୍ତେ ସୁରକ୍ଷିତ ଥିବା କହିଲେ ଶ୍ରମମନ୍ତ୍ରୀ ସାରଦା

author img

By ETV Bharat Odisha Team

Published : Nov 28, 2023, 7:42 PM IST

ଶ୍ରମିକମାନଙ୍କୁ ଆଣିବା ପାଇଁ 3 ଦିନ ହେବ ଓଡ଼ିଶାର ଶ୍ରମମନ୍ତ୍ରୀ ସାରଦା ନାୟକ ଉତ୍ତରକାଶୀରେ ଉପସ୍ଥିତ ଅଛନ୍ତି । ଘଟଣାସ୍ଥଳରୁ ସ୍ଥିତି ଅନୁଧ୍ୟାନ ପରେ ବର୍ତ୍ତମାନ ଶ୍ରମିକମାନେ ସୁରକ୍ଷିତ ଥିବା ନେଇ ସୂଚନା ଦେଇଛନ୍ତି ସାରଦା । ଅଧିକ ପଢ଼ନ୍ତୁ

ଓଡିଆ ଶ୍ରମିକଙ୍କ ସ୍ଥିତି ଅନୁଧ୍ୟାନ
ଓଡିଆ ଶ୍ରମିକଙ୍କ ସ୍ଥିତି ଅନୁଧ୍ୟାନ
ଓଡିଆ ଶ୍ରମିକଙ୍କ ସ୍ଥିତି ଅନୁଧ୍ୟାନ

ରାଉରକେଲା: ଦୀର୍ଘ 17 ଦିନ ଧରି ଟନେଲ ଭିତରେ ଫସି ରହିଛନ୍ତି 41 ଶ୍ରମିକ । ଯୁଦ୍ଧକାଳୀନ ପରିସ୍ଥିତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଫସି ରହିଥିବା ଶ୍ରମିକମାନଙ୍କ ମଧ୍ୟରେ 5 ଓଡ଼ିଆ ଶ୍ରମିକ ରହିଛନ୍ତି । ଶ୍ରମିକମାନଙ୍କୁ ଆଣିବା ପାଇଁ 3 ଦିନ ହେବ ଓଡ଼ିଶାର ଶ୍ରମମନ୍ତ୍ରୀ ସାରଦା ନାୟକ ଉତ୍ତରକାଶୀରେ ଉପସ୍ଥିତ ଥିବା ବେଳେ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ 3 ଜଣ ଶ୍ରମିକଙ୍କ ପରିବାର ସଦସ୍ୟ ମଧ୍ୟ ସାରଦାଙ୍କ ସହ ଉତ୍ତରକାଶୀରେ ଅଛନ୍ତି । ଘଟଣାସ୍ଥଳରୁ ସ୍ଥିତି ଅନୁଧ୍ୟାନ ପରେ ବର୍ତ୍ତମାନ ଶ୍ରମିକମାନେ ସୁରକ୍ଷିତ ଥିବା ନେଇ ସୂଚନା ଦେଇଛନ୍ତି ସାରଦା ।

ଗତ 25 ତାରିଖର 3 ଦିନ ଧରି ସାରଦା ଉତ୍ତରକାଶୀରେ ଥିବା ବେଳେ ସେଠାରେ ରହି ଉଦ୍ଧାର ଚାଲିଥିବା ଶ୍ରମିକମାନଙ୍କ ସ୍ଥିତି କିପରି ଅଛି ସେନେଇ ସୂଚନା ଦେଇଛନ୍ତି । ତେବେ ସାରଦା କହିଛନ୍ତି ଯେ, ଫସି ରହିଥିବା 5 ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ 3 ଜଣ ଶ୍ରମିକଙ୍କ ପରିବାର ଲୋକଙ୍କୁ ନେଇ ଉତ୍ତରକାଶୀ ଆସିଛୁ । ଆଜି ସକାଳଳୁ ଉତ୍ତରାଖଣ୍ଡ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ଏହାସହ 3 ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଛି । ଶ୍ରମିକଙ୍କ ପରିବାର ଲୋକ ମଧ୍ୟ ଶ୍ରମିକମାନଙ୍କ ସହ କଥା ହୋଇଛନ୍ତି । ସେପଟେ ଶ୍ରମିକକମାନଙ୍କ ଆବଶ୍ୟକତା ଅନୁସାରେ ସେମାନଙ୍କୁ ନେଲକଟର ପଠାଯାଇଛି । ଶ୍ରମିକମାନେ ଖାଇବା ପାଇଁ ସିଝା ଅଣ୍ଡା, କ୍ଷୀର ଖେଚୁଡି ଆଦି ଖାଦ୍ୟ ମଧ୍ୟ ପଠାଯାଉଛି । ସମସ୍ତ ଶ୍ରମିକ ସୁସ୍ଥ ଅଛନ୍ତି । ମୁଁ ସମସ୍ତ ଶ୍ରମିକମାନେ କିଭଳି ସୁରକ୍ଷିତ ଫେରିବେ ସେଥି ପାଇଁ ଜଗନ୍ନାଥଙ୍କ ପାଖରେ ପ୍ରର୍ଥନା କରୁଛି । ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ କରାଯାଉଥିବା ପ୍ରକ୍ରିୟା ପାଇଁ ମୁଁ ଉତ୍ତରାଖଣ୍ଡ ସରକାରଙ୍କୁ ଧନ୍ୟବାଦ ଦେଉଛି । କେନ୍ଦ୍ର ସଡ଼କ ଓ ପରିଵହନ ରାଷ୍ଟ୍ର ମନ୍ତ୍ରୀ ଭିକେ ସିଂଙ୍କ ସହ ଉଦ୍ଧାର କାର୍ଯ୍ୟ କିପରି ଚାଲିଛି ସେ ସମ୍ପର୍କରେ ମଧ୍ଯ ଆଲୋଚନା କରିଛି ।

ଏହା ମଧ୍ୟ ପଢ଼ନ୍ତୁ......ଏୟାରଲିଫ୍ଟ ହେବେ ଶ୍ରମିକ: ପହଞ୍ଚିଲା ବାୟୁସେନାର ଚିନୁକ ହେଲିକପ୍ଟର, ସନ୍ଧ୍ୟା ସୁଦ୍ଧା ସରିବ ମିଶନ

ତେବେ ରାଜ୍ୟ ସରକାର ମଧ୍ୟ ରାଜ୍ୟରୁ ଓଡ଼ିଆ ଶ୍ରମିକ ସହ ଅନ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ସାହାଯ୍ୟ ପଠାଇବା ସହ ପ୍ରଚେଷ୍ଟା ଜାରି ରହିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ସାରଦା ନାୟକ । ତେବେ ଫସି ରହିଥିବା ୫ ଜଣ ଓଡ଼ିଆ ଶ୍ରମିକମାନେ ହେଉଛନ୍ତି ମୟୁରଭଞ୍ଜ ବେଢ଼ାକୁଦର ଧୀରେନ ନାୟକ, ମୟୁରଭଞ୍ଜ ଯୋଗୀବନ୍ଧର ବିଶେଶ୍ୱର ନାୟକ, ମୟୁରଭଞ୍ଜ କୁଲଡ଼ିଆର ରାଜୁ ନାୟକ, ନବରଙ୍ଗପୁରର ଭଗବାନ ଭତ୍ରା ଓ ଶଙ୍କର୍ଷଣପୁରର ତପନ ମଣ୍ଡଳ । ମନ୍ତ୍ରୀ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ଭେଟିବା ପାଇଁ ମଧ୍ୟ ପଦକ୍ଷେପ ନେଇଥିଲେ । ଉଦ୍ଧାର କାର୍ୟ୍ୟର ଅଧିକ ନିକଟତର ହେବା ଏବଂ ସେମାନଙ୍କ ପ୍ରିୟଜନଙ୍କ ଅବସ୍ଥା ବିଷୟରେ ଅପଡେଟ୍ ପାଇବା ପାଇଁ ମନ୍ତ୍ରୀଙ୍କ ସହ ତିନୋଟି ପରିବାର ଉତ୍ତରକାଶୀ ଯାତ୍ରା କରିଛନ୍ତି । ଉଭୟ ଓଡ଼ିଶା ଓ ଉତ୍ତରାଖଣ୍ଡ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଶ୍ରମିକମାନଙ୍କୁ ଉଦ୍ଧାର କରାଯିବାର ଆଶା ଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.